Before Header

ତୁମୁଡ଼ିବନ୍ଧରେ ହାତୀ ଉପଦ୍ରବ

0 55

ତୁମୁଡ଼ିବନ୍ଧ, (ବଡ଼ ଖବର ବ୍ୟୁରୋ): ହାତୀ ଉପଦ୍ରବ ଯୋଗୁ ମୁଣ୍ଡରେ ହାତଦେଇ ବସିଛି ଚାଷୀ । ଗତ ତିନିମାସ ହେବ ତୁମୁଡ଼ିବନ୍ଧ ରେଞ୍ଜ ଲଙ୍କାଗଡ଼ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି । ୨୦ରୁ ୨୫ ସଦସ୍ୟ ବିଶିଷ୍ଟ ଏହି ହାତୀପଲ ଅଞ୍ଚଳର ଏକର ଏକର ଫସଲ ନଷ୍ଟ କରିଦେଇଛନ୍ତି । ଗତକାଲି ମଧ୍ୟ ଲଙ୍କାଗଡ଼ ପଞ୍ଚାୟତ ଜାରନା, ଶିବା ଓ ତରଲାଙ୍ଗୀ ଗ୍ରାମର ପ୍ରାୟ ୩୦ ଏକର ଚାଷଜମିକୁ ହାତୀପଲ ଦଳି ଚକଟି ନଷ୍ଟ କରିଛନ୍ତି । ବର୍ଷକର ପରିଶ୍ରମ ପରେ ଶସ୍ୟ ଅମଳ ସମୟରେ ହାତୀ ଉପଦ୍ରବ ପାଇଁ ଚାଷୀ ଏବେ ଚିନ୍ତାରେ । ତୁରନ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ଲଙ୍କାଗଡ଼ ସରପଞ୍ଚ । ତେବେ କ୍ଷୟକ୍ଷତି ଆକଳନ କରି ଚାଷଙ୍କୁ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ତୁମୁଡ଼ିବନ୍ଧ ରେଞ୍ଜର ଲଳିତ ମୋହନ ନାୟକ ।

Leave A Reply

Your email address will not be published.