Masthead

ଭାରତରେ ଚିନ୍ତା ବଢାଇପାରେ ନୂଆ ଷ୍ଟ୍ରେନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତରେ ଚିନ୍ତା ବଢାଇପାରେ ନୂଆ ଷ୍ଟ୍ରେନ । ମହାରାଷ୍ଟ୍ରରେ ସଂକ୍ରମଣ ମାମଲା ବଢିଥିବାବେଳେ ଏଭଳି ଆଶଙ୍କା ପ୍ରକାଶ ପାଇଛି । ଏହି ନୂଆ ଷ୍ଟ୍ରେନ ମଣିଷ ଦେହରେ ବଞ୍ଚିବା ପାଇଁ ରାସ୍ତା ଖୋଜୁଛି । ରଣଦୀପ ଗୁଲେରିଆ କହିଛନ୍ତି, ୮୦ ପ୍ରତିଶତ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବିକଶିତ ହେବା ଜରୁରୀ । ନୂଆ ଷ୍ଟ୍ରେନ ମଣିଷ ଦେହରେ ବିକଶିତ ଆଂଟିବଡିରୁ ବଂଚିବା ପାଇଁ ରାସ୍ତା ଖୋଜି ନେଉଛି । ତେଣୁ ଭ୍ୟାକ୍ସିନ ଜରିଆରେ ଶରୀରରେ ସୃଷ୍ଟି ହୋଇଥିବା ଆଂଟିବଡି ବା କରୋନା ମୁକ୍ତ ପରେ ଶରୀରରେ ଆଂଟିବଡି ସୃଷ୍ଟି ହୋଇଥିବା ବ୍ୟକ୍ତି ମଧ୍ୟ ନୂଆ ଷ୍ଟ୍ରେନରେ ସଂକ୍ରମିତ ହେବା ଆଶଙ୍କା ବେଶୀ ରହିଛି । ପୂର୍ବ ଭଳି ସତର୍କତା ରହିବା ଜରୁରୀ ବୋଲି କହିଛନ୍ତି ଗୁଲେରିଆ ।

ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି, ଭାରତରେ ନୂଆ ଷ୍ଟ୍ରେନ ଅଧିକ ସଂକ୍ରାମକ ଓ ବିପଦପୂର୍ଣ୍ଣ ହୋଇପାରେ । ନୂଆ ଷ୍ଟ୍ରେନରେ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେବା ପରେ ପୁଣି ଆକ୍ରାନ୍ତ ହେବାର ସମ୍ଭାବନା ରହିଛି ।

ମହାରାଷ୍ଟ୍ରରେ ୨୪୦ ନୂଆ ଷ୍ଟ୍ରେନ ଠାବ ହୋଇଛି ବୋଲି କୋଭିଡ ଟାସ୍କଫୋର୍ସ ସଦସ୍ୟ ଡକ୍ଟର ଶଶାଙ୍କ ଜୋଶୀ କହିଛନ୍ତି । ଯାହା ମହାରାଷ୍ଟ୍ରରେ ସଂକ୍ରମଣ ମାମଲା ବଢିବାରେ ଲାଗିଛି । ମହାରାଷ୍ଟ୍ର ଛଡା କେରଳ, ମଧ୍ୟପ୍ରଦେଶ, ଛତିଶଗଡ ଓ ପଂଜାବରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭାରତ ସରକାର କୋଭିଡ ଟିକା ଦେଇ କରୋନା ଚେନ ଭାଙ୍ଗି ହର୍ଡ ଇମ୍ୟୁନିଟ ବା ସାମୁହିକ ରୋଗ ପ୍ରତିରୋଧ ଶକ୍ତି ବଢାଇବାକୁ ଚେଷ୍ଟା ଚଳାଇଛନ୍ତି ।

ପ୍ରଥମ ପର୍ଯ୍ୟାୟ ଟିକାକରଣରେ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାଙ୍କୁ ଟିକା ଦେବାକୁ ତାଲିକା କରାଯାଇ ଟିକାକରଣ ଚାଲିଛି । ଏହାପରେ ୫୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଓ ଏକାଧିକ ଗମ୍ଭୀର ରୋଗରେ ଆକ୍ରାନ୍ତ ୨୭ କୋଟି ଲୋକଙ୍କୁ ଟିକାଦିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା