Masthead

ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ

ଦଶପଲ୍ଲା (ବଡ଼ ଖବର ବ୍ୟୁରୋ): ଦିଗହରା ଆବାସ ଯୋଜନା । ଯୋଗ୍ୟ ହିତାଧୀକାରୀଙ୍କୁ ମିଳୁନି ଆବାସ ଯୋଜନା । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଶିମିଳିସାହି ଗାଁରେ ଦେଖିବାକୁ ମିଳିଛି ଏହାର ଜ୍ୱଳନ୍ତ ଉଦାହରଣ । ଭଙ୍ଗା ଦରରା ଘରେ ରହୁଥିଲେ ମଧ୍ୟ ତିନିଟି ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଶିମିଳିସାହି ଗାଁରେ ରହୁଛନ୍ତି ୩୦୦ ପରିବାର । ପ୍ରାୟ ପରିବାରକୁ ଆବାସ ଯୋଜନାରେ ଅନ୍ତର୍ଭୁତ କରାଯାଇଛି । କିନ୍ତୁ ଧୋବା ମହାଖୁଡ଼, ରବି ମହାଖୁଡ଼ ଓ ବିମଳା ପ୍ରଧାନଙ୍କ ଉପରେ ପଡ଼ିନାହିଁ ପ୍ରଶାସନର ନଜର । ବିଧବା ବିମଳା ପ୍ରଧାନ । ସ୍ୱାମୀଙ୍କ ଦେହାନ୍ତ ପରେ ଗାଁ ଅଙ୍ଗୱାଡିରେ ରୋଷେୟା ଭାବେ କାମ କରୁଛନ୍ତି । ତିନିଝିଅ ଓ ପୁଅକୁ ନେଇ ତାଙ୍କ ପରିବାର । ବଡ଼ଝିଅ ଓ ମଝିଆଁଝିଅଙ୍କ ବାହାଘର ଦୁଃଖ କଷ୍ଟରେ ହୋଇସାରିଛି । ସାନଝିଅ ଓ ପୁଅ ସହ ଅତି ଦୟନୀୟ ଅବସ୍ଥାରେ ଝାଟିମାଟିର ଚାଳଛପର ଘରେ ଦିନ କାଟୁ ବିମଳା । ଗାଁର ରବି ମହାଖୁଡ଼ ମାନସିକ ବିକାରଗ୍ରସ୍ତ । ତାଙ୍କ ସ୍ତ୍ରୀ ଓ ଦୁଇଝିଅ କୁଡ଼ିଆ ଘରେ ଦିନ କାଟୁଛନ୍ତି । ମୂଲ ମଜୁରି କରି ଯାହା ରୋଜଗାର କରନ୍ତି ସେତିକିରେ ଚଳୁଛି ପରିବାର । ସେହିଭଳି ଗାଁର ଧୋବା ମହାଖୁଡ଼ ଗରିବ ଅସହାୟ ହୋଇଥିଲେ ସୁଦ୍ଧା ଆବାସ ଯୋଜନାରେ ସାମିଲ ହୋଇନାହାନ୍ତି । ଏମାନେ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓ, ବିଧାୟକ ଓ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି । ତଥାପି ସୁଫଳ ମିଳିନାହିଁ । ‘ବଡ଼ ଖବର’ ଜରିଆରେ ସହାୟତା ଲୋଡ଼ିଛନ୍ତି ଏହି ତିନି ପରିବାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ