Before Header

କଳାହାଣ୍ଡିରେ ପୋଲିସ-ମାଓବାଦୀ ଗୁଳି ବିନିମୟ

0 38

କଳାହାଣ୍ଡି(ବଡ଼ ଖବର ): ପୋଲିସ-ମାଓବାଦୀ ଗୁଳି ବିନିମୟ। କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଶଗଡ଼ା ଜଙ୍ଗଲରେ ଆଜି ସକାଳୁ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ମାଓବାଦୀମାନେ କଳାହାଣ୍ଡି ଜିଲ୍ଲାରେ  ସ୍ଥିତି ଜାହିର ରଖିଥିବା ଥିବା ଏଥିରୁ ସ୍ପଷ୍ଟ ହୋଇଛି । କଳାହାଣ୍ଡି ପୋଲିସ ଏସଓଜି ଏବଂ ଡିଭିଏଫ ପକ୍ଷରୁ ଆଜି କୁମ୍ବିଂ ଅପରେସନ କରୁଥିବା ବେଳେ ପୋଲିସ ମାଓବାଦୀ ଫାୟରିଂ ହୋଇଥିବା ଜଣା ପଡ଼ିଛି । ତେବେ ପୋଲିସର ପାଲଟା ଆକ୍ରମଣରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଜଙ୍ଗଲ ମଧ୍ୟକୁ ଚାଲି ଯାଇଛନ୍ତି ।

ଏହି ଗୁଳି ବିନିମୟରେ କାହାର କିଛି କ୍ଷତି ହୋଇ ନ ଥିବା ବେଳେ ଏନେଇ ପୋଲିସ ପକ୍ଷରୁ ପ୍ରତିକ୍ରିୟା ମିଳି ପାରିନାହିଁ ।

Leave A Reply

Your email address will not be published.