Masthead

ପୁରୀ ଆସି ତଦନ୍ତ କରିବେ ଏନଏଚଆରସି !

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ହାଜତ ମୃତ୍ୟୁ ଅଭିଯୋଗ ପ୍ରଶାସନକୁ ଅଡୁଆରେ ପକାଇଛି । ପୁରୀ ଘଟଣାକୁ ଏସପି ସ୍ୱୀକାର କରିଥିବା ବେଳେ ସୁନ୍ଦରଗଡ଼ ଘଟଣାକୁ ସେଠାକାର ଏସପି ମାନୁନାହାନ୍ତି । ଏସପିଙ୍କ ସ୍ୱୀକାରୋକ୍ତି ପରେ ପୁରୀରେ ଆଇନଶୃଙ୍ଖଳା ପରିସ୍ଥିତି ଜଟିଳ ହେବାରେ ଲାଗିଛି । ତେବେ ପୋଲିସ ସଜାଗ ଥିବାରୁ ପରିସ୍ଥିତି ସମ୍ପୃର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ।
ହାଇାକୋର୍ଟରେ ପୁରୀ ଘଟଣାକୁ ନେଇ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିବା ବେଳେ ଓଡ଼ିଶା ମାନବାଧିକାର କମିଶନ (ଓଏଚଆରସି)ରେ ମାମଲା ରୁଜୁ ହୋଇଛି ।

ଏଥିରେ ବିଜେପି ସନ୍ତୁଷ୍ଟ ହୋଇପାରିନାହିଁ । ଜାତୀୟ ମାନବାଧିକାର କମିଶନ (ଏନଏଚଆରସି)ରେ ଅପିଲ କରିଛି ବିଜେପି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ଦଳର ମଣିପୁର ପ୍ରଭାରୀ ସମ୍ବିତ ପାତ୍ର ଏନଏଚଆରସିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ତାଙ୍କ ଆବେଦନରେ ଦର୍ଶଇଛନ୍ତି ଯେ, ହାଜତ ମୃତ୍ୟୁ ପରେ ପୋଲିସ ଓ ମାନବୀୟ ଭାବେ ଶବ ସଂସ୍କାର କରି ଦେଇଛି । ମୃତଙ୍କ ବାପା, ମାଆ ଓ ଦାଦାଙ୍କୁ ଉଠାଇ ନେଇ ପୋଲିସ କେଉଁଠି ରଖିଛି ଜଣାନାହିଁ । ମୃତକଙ୍କ ବାପା, ମାଆ ଓ ଦାଦାଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହୋଇଛି । ହାଜତ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ନେତା କମିଶନଙ୍କୁ ନିବେଦନ କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ସମ୍ବିତ କହିଛନ୍ତି ଯେ, ଏନଏଚଆରସି ଆବେଦନକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି । ଘଟଣାସ୍ଥଳକୁ ଯାଇ ତଦନ୍ତ କରିବାକୁ କମିଶନ ଭରସା ଦେଇଛନ୍ତି । ଘଟଣା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ନୋଟିସ କରିବେ ବୋଲି ଏନଏଚଆରସି କହିଥିବା ସମ୍ବିତ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା