Masthead

ଚୋରକୁ ନିର୍ଦ୍ଧୁମ ଛେଚିଲେ

ଭୁବନ (ବଡ଼ ଖବର ବ୍ୟୁରୋ): ଚୋରକୁ ନିର୍ଦ୍ଧୁମ ଛେଚିରେ ଲୋକେ । ଢେଙ୍କାନଳ ଜିଲ୍ଲା ଭୁବନ ପରିବା ବଜାରରୁ ଦୀର୍ଘଦିନ ହେବ ଲାଗାତର ଭାବେ ମୋବାଇଲ ଚୋରି ହେଉଥିବାର ଅଭିଯୋଗ ହୋଇଥିଲା । ଦାମି ମୋବାଇଲ ଗୁଡ଼ିକୁ ବେସ ଚତୁରତାର ସହ ଚୋରି କରି ଖସିଯାଉଥିଲା ଚୋରୋ । ପୋଲିସ ଏହାର ଟେର ମଧ୍ୟ ପାଉନଥିଲା । ଚୋର ଘର କିନ୍ତୁ ସବୁଦିନ ଅନ୍ଧାର ନଥାଏ । ଆଜି ଲୋକଙ୍କ ହାବୁଡରେ ପଡି ନିର୍ଦ୍ଧୁମ ଛେଚାଖାଇଛି ଚୋରଟି । ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଁଚି ଯାଜପୁର ଜିଲ୍ଲା ଡ଼ୁବୁରି ସାରଙ୍ଗପୁର ଗାଁର ତୋଫାନି ନାୟକକୁ ଗିରଫ କରିଛି । ନିଜର ତୋଫାନ ବୁଦ୍ଧିରେ ତୋଫାନ ମୋବାଇଲ ଗୁଡ଼ିକୁ ଅତି ଚତୁରତା ସହ ଚୋରି କରୁଥିବା ସ୍ୱିକାର କରିଛି । ଏହି ଘଟଣାରେ ଏକ ବଡ଼ ର୍ୟାକେଟ କାମ କରୁଥିବା ସନ୍ଦେହ କରାଯାଉଛି । ଘଟଣାଟି ଆଜି ଭୁବନରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ