Masthead

ଟିକେଟ ଦିଅ, ନହେଲେ…

ନିମାପଡ଼ା (ବଡ଼ ଖବର ବ୍ୟୁରୋ): ଟିକେଟକୁ ନେଇ ସବୁ ଦଳରେ ବିଦ୍ରୋହ । କିଏ ଦଳ ଛାଡୁଛନ୍ତି ତ କିଏ ବିଦ୍ରୋହ କରୁଛନ୍ତି । ତେବେ ସମୀର ଦାଶଙ୍କ ଟିକେଟ କଟିବା ପରେ ଜୋର ଧରିଛି ନିମାପଡ଼ା ରାଜନୀତି । ସମର୍ଥକଙ୍କୁ ନେଇ ମେଳି ବାନ୍ଧୁଛନ୍ତି ସମୀର ଦାଶ । ଗୁପ୍ତ ବୈଠକ କରୁଛନ୍ତି ସମୀର । ୩୦ ତାରିଖ ଭିତରେ ଟିକେଟ ଦିଅ ନହେଲେ ଇସ୍ତଫା ଦେବୁ ବୋଲି ଚେତାବନୀ ଦେଇଛନ୍ତି ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଅଶୋକ ସାହୁ ।

ସେପଟେ ପରୋକ୍ଷରେ ସମୀର ଏହାକୁ ସମର୍ଥନ ମଧ୍ୟ କରିଛନ୍ତି । ବୈଠକରେ ଉପସ୍ଥିତ ସମୀର ଦାଶ ନିଜ ସମର୍ଥକଙ୍କୁ ନିମାପଡ଼ା ପ୍ରାର୍ଥିତ୍ୱ ନେଇ ପ୍ରଶ୍ନ ପଚାରିବା ଛଳରେ କହିଛନ୍ତି ନିଜେ ସମୀର ଦାଶ ନଚେତ, ସଂଗୀତା ଦାସ ପ୍ରାର୍ଥୀ ହେଲେ ଗ୍ରହଣୀୟ । ତେବେ ତୃତୀୟ ଲୋକ ଗ୍ରହଣୀୟ କି ବୋଲି ପ୍ରଶ୍ନରେ ସମୀରଙ୍କ ସମର୍ଥକ ଏକ ସ୍ୱରରେ ନା ବୋଲି କହୁଥିବା ଦେଖିବାକୁ ମିଳିଛି ।

ନିମାପଡାର ଏକ ଘରୋଇ ମଣ୍ଡପରେ ସମୀର ଦାଶଙ୍କ ସମେତ ନିମାପଡା ବ୍ଲକ ଅଧ୍ୟକ୍ଷ ଅଶୋକ ସାହୁ, ନିମାପଡା ନଗର ବିଜେଡି ସଭାପତି ଜୀବନାନନ୍ଦ ମହାପାତ୍ର, ନିମାପଡା ଓ ଗୋପର ୪୬ଟି ପଂଚାୟତର ବିଜେଡି ସଭାପତି, ନିମାପଡା ଏନଏସିର ୧୧ଟି ୱାର୍ଡର ବିଜେଡି ସଭାପତି ଓ ଦଳର ଅନ୍ୟାନ୍ୟ କାର୍ଯ୍ୟକାର୍ତ୍ତା ମାନେ ଏହି ବୈଠକରେ ଯୋଗଦେଇଥିଲେ । ନିମାପଡ଼ାରେ ବିଜେଡି ସମୀର ଦଶସଙ୍କ ଟିକେଟ କାଟି ଦିଲୀପ ନାୟକଙ୍କୁ ଟିକେଟ ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ