Masthead

‘ରୋମାଞ୍ଚଙ୍କୁ ବିଜେଡି ଟିକେଟ ଦେଲେ ସମୂହ ଇସ୍ତଫା ଦେବୁ’

ଦେବଗଡ଼ (ବଡ଼ ଖବର ବ୍ୟୁରୋ): ଦେବଗଡ଼ ବିଧାନସଭା ପ୍ରାର୍ଥୀ ଅରୁନ୍ଧତୀ ଦେବୀଙ୍କୁ ବିରୋଧ ହେବା ପରେ ଦେବଗଡ଼ ବିଜେଡି ଟିକେଟ ବଦଳେଇବାକୁ ନେଇ ଦେବଗଡରେ ଚର୍ଚ୍ଚା ଜୋର ଧରିଛି । ଟିକେଟ ବର୍ତମାନ ଦେବଗଡ଼ ରାଣୀଙ୍କୁ ମିଳିଥିବା ବେଳେ ତାଙ୍କ ଟିକେଟ କାଟି ୨୦୧୯ରେ ଟିକେଟ ପାଇ ବିଜେଡିରୁ ହାରିଥିବା ପ୍ରାର୍ଥୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ଟିକେଟ ଦେବାକୁ ଶୁଣିବାକୁ ମିଳିଥିବାବେଳେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ଦେବଗଡ଼ ରାଣୀଙ୍କ ସମର୍ଥକ ପ୍ରତି ପଂଚାୟତ, ବ୍ଲକ ଏବଂ ଜିଲ୍ଲାରେ ପ୍ରତିବାଦ କରୁଥିବାର ଦେଖିବାକୁ ମିଳିଛି ।

ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଦେବଗଡ଼ ଜିଲ୍ଲା ବିଜେଡି ସଭାପତି ଥିବାବେଳେ ତାଙ୍କ ଗୋଷ୍ଠୀକୁ ନେଇ ୨୦% ପିସି କାରବାର କରୁଥିବାର ସଙ୍ଗୀନ ଅଭିଯୋଗ କରିଛନ୍ତି ବିଜେଡି କର୍ମୀ । ଯଦି ରୋମାଞ୍ଚ ରଞ୍ଜନ ବିଶ୍ୱାଳକୁ ଟିକେଟ ବିଜେଡି ପୁଣି ଦିଏ ତାହାଲେ ସାମୁହିକ ଇସ୍ତଫା ଦେବାକୁ ଅରୁନ୍ଧତୀ କୁମାରୀ ଦେବୀଙ୍କ ଗୋଷ୍ଠୀ ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି । ଫଳରେ ବର୍ତ୍ତମାନ ଦେବଗଡ଼ ବିଜେଡି ଫାଳ ଫାଳ ହୋଇଯାଇଛି । ଏବଂ ପଂଚାୟତରୁ ନେଇ ଜିଲ୍ଲା ପର୍ଯ୍ୟନ୍ତ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା