‘ରୋମାଞ୍ଚଙ୍କୁ ବିଜେଡି ଟିକେଟ ଦେଲେ ସମୂହ ଇସ୍ତଫା ଦେବୁ’

ଦେବଗଡ଼ (ବଡ଼ ଖବର ବ୍ୟୁରୋ): ଦେବଗଡ଼ ବିଧାନସଭା ପ୍ରାର୍ଥୀ ଅରୁନ୍ଧତୀ ଦେବୀଙ୍କୁ ବିରୋଧ ହେବା ପରେ ଦେବଗଡ଼ ବିଜେଡି ଟିକେଟ ବଦଳେଇବାକୁ ନେଇ ଦେବଗଡରେ ଚର୍ଚ୍ଚା ଜୋର ଧରିଛି । ଟିକେଟ ବର୍ତମାନ ଦେବଗଡ଼ ରାଣୀଙ୍କୁ ମିଳିଥିବା ବେଳେ ତାଙ୍କ ଟିକେଟ କାଟି ୨୦୧୯ରେ ଟିକେଟ ପାଇ ବିଜେଡିରୁ ହାରିଥିବା ପ୍ରାର୍ଥୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ଟିକେଟ ଦେବାକୁ ଶୁଣିବାକୁ ମିଳିଥିବାବେଳେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ଦେବଗଡ଼ ରାଣୀଙ୍କ ସମର୍ଥକ ପ୍ରତି ପଂଚାୟତ, ବ୍ଲକ ଏବଂ ଜିଲ୍ଲାରେ ପ୍ରତିବାଦ କରୁଥିବାର ଦେଖିବାକୁ ମିଳିଛି ।

ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଦେବଗଡ଼ ଜିଲ୍ଲା ବିଜେଡି ସଭାପତି ଥିବାବେଳେ ତାଙ୍କ ଗୋଷ୍ଠୀକୁ ନେଇ ୨୦% ପିସି କାରବାର କରୁଥିବାର ସଙ୍ଗୀନ ଅଭିଯୋଗ କରିଛନ୍ତି ବିଜେଡି କର୍ମୀ । ଯଦି ରୋମାଞ୍ଚ ରଞ୍ଜନ ବିଶ୍ୱାଳକୁ ଟିକେଟ ବିଜେଡି ପୁଣି ଦିଏ ତାହାଲେ ସାମୁହିକ ଇସ୍ତଫା ଦେବାକୁ ଅରୁନ୍ଧତୀ କୁମାରୀ ଦେବୀଙ୍କ ଗୋଷ୍ଠୀ ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି । ଫଳରେ ବର୍ତ୍ତମାନ ଦେବଗଡ଼ ବିଜେଡି ଫାଳ ଫାଳ ହୋଇଯାଇଛି । ଏବଂ ପଂଚାୟତରୁ ନେଇ ଜିଲ୍ଲା ପର୍ଯ୍ୟନ୍ତ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ