Masthead

‘ବିପଜ୍ଜନକ’ ସ୍ତରରେ ବାୟୁର ମାନ, ଅଣନିଶ୍ବାସୀ ଦେଶର ରାଜଧାନୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦୀପାବଳିର ଦୁଇଦିନ ପରେ ଅଣନିଶ୍ବାସୀ ହୋଇଉଠିଛି ଦିଲ୍ଲୀ। ଦିଲ୍ଲୀର ଅନେକ ଅଞ୍ଚଳରେ ଏବେବି ‘ବିପଜ୍ଜନକ’ ସ୍ତରରେ ରହିଛି ବାୟୁର ମାନ । ଏପରି କି ଆନନ୍ଦ ବିହାର ଓ ଫରିଦାବାଦ ଅଞ୍ଚଳରେ ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ୬୦୦ ଉପରେ ରହିଛି। ରାଜଧାନୀ ଅଞ୍ଚଳର ହାରାହାରି ଏକ୍ୟୁଆଇ ୪୫୬ ରହିଥିବା ସିଷ୍ଟମ୍ ଅଫ୍ ଏୟାର୍ କ୍ବାଲିଟି ଆଣ୍ଡ୍ ୱେଦର୍ ଫୋର୍‌କାଷ୍ଟିଂ ଆଣ୍ଡ୍ ରିସର୍ଚ୍ଚ (ଏସ୍‌ଏଏଫ୍‌ଏଆର୍‌)ର ଶନିବାର ସକାଳ ପର୍ଯ୍ୟନ୍ତ ତଥ୍ୟରୁ ଜଣାପଡ଼ିଛି। ଶନିବାର କନ୍ନଟପ୍ଲେସ୍ ଓ ଜନ୍ତରମନ୍ତରରେ ପିଏମ୍‌୧୦ ସ୍ତର ଯଥାକ୍ରମେ ୬୫୪ ଓ ୩୮୨ ରହିଥିଲା। ଏହି ସମୟରେ ପିଏମ୍‌୨.୫ ସ୍ତର କନ୍ନଟପ୍ଲେସ୍‌ରେ ୬୨୮, ଜନ୍ତରମନ୍ତର ନିକଟରେ ୩୪୧ ଏବଂ ଆଇଟିଓ ନିକଟରେ ୩୭୪ ଥିବା ସୂଚନା ମିଳିଛି।

କାରଣ ପଞ୍ଜାବ ଓ ହରିୟାଣାରେ ନଡ଼ାପୋଡ଼ି ସଂଖ୍ୟା ଓ ପରିମାଣ ବହୁତ ଅଧିକ ରହିଛି। ତେଣୁ ସୋମବାର ସୁଦ୍ଧା ବି ବାୟୁମାନରେ ବିଶେଷ ଉନ୍ନତି ଘଟିବା ଆଶା କରାଯାଉ ନାହିଁ। ଦୀପାବଳି ପରେ ରାଜଧାନୀର ଅନେକ ଅଞ୍ଚଳରେ ବାୟୁମାନ ‘ବିପଜ୍ଜନକ’ ସ୍ତରରେ ରହିଛି। କୁହୁଡ଼ିମିଶା ଧୂଆଁର ଏକ ଆସ୍ତରଣ ଶୁକ୍ରବାର ସକାଳେ ରାଜଧାନୀକୁ ଢାଙ୍କି ରହିଥିଲା। ବହୁଲୋକ ଗଳା କୁଣ୍ଡେଇ ହେବା, ଆଖିରୁ ପାଣି ବୋହିବା ଆଦି ଅଭିଯୋଗ କରିବା ଦେଖାଯାଇଥିଲା। ଜନପଥରେ ପାର୍ଟିକୁଲେଟ୍ ମ୍ୟାଟର (ପିଏମ୍‌) ୨.୫ର ଘନତା ୬୫୫.୦୭ ରହିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ