Masthead

ଆଜି ସକାଳେ ପୂର୍ବରାତି ପହୁଡ଼, ସକାଳ ୭ଟା ୨୦ରେ ଦ୍ୱାରଫିଟା ଓ ମଙ୍ଗଳ ଆଳତି

ପୁରୀ(ବଡ଼ ଖବର ବ୍ୟୁରୋ):  ପୁଣି ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ । ଗତକାଲି ମହାପ୍ରଭୁଙ୍କ ହରିଶୟନ ନୀତିକୁ ଆଳ କରି ନୀତିରେ ଚରମ ବିଶୃଙ୍ଖଳା ଦେଖାଦେଇଛି। ଆଜି ସକାଳ ୬ଟା ୨୦ମିନିଟରେ ପୂର୍ବରାତି ପହୁଡ ହୋଇଛନ୍ତି ମହାପ୍ରଭୁ। ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି ପରେ ମଧ୍ୟ ନୀତିକାନ୍ତିରେ ସୁଧାର ଆସିନାହିଁ। ରଥଯାତ୍ରା, ହେରାପଞ୍ଚମୀ ଆଦି ନୀତି ବିଭ୍ରାଟ ଭଳି ବନକଲାଗି ଓ ହରିଶୟନ ଏକାଦଶୀରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି।

ନୀତି ଶୃଙ୍ଖଳିତ ହେଲେ ଦର୍ଶନ ବ୍ୟବସ୍ଥା ଆପଣା ଛାଏଁ ଶୃଙ୍ଖଳିତ ହେବ। ମାତ୍ର ଏହା ଉପରେ ତିକ୍ଷ୍ଣ ନଜର ଦିଆଯାଉନଥିବା ଏଥିରୁ ସ୍ପଷ୍ଟ ବାରିହୋଇପଡୁଛି। ମନ୍ଦିର କମାଣ୍ଡର ଚାହିଁଲେ ନୀତି ଶୃଙ୍ଖଳିତ କରିପାରିବେ। ମାତ୍ର ସମନ୍ୱୟର ଅଭାବ ଯୋଗୁଁ କେହି କାହା କଥା ଶୁଣୁନଥିବା ଜଣାପଡୁଛି। ସବୁଠାରୁ ବିଡମ୍ବନାର ବିଷୟ ଆଜି ସକାଳ ୬ଟା ୨୦ରେ ପୂର୍ବ ରାତ୍ର ପହୁଡ ହୋଇଥିବା ବେଳେ ସକାଳ ୭ଟା ୨୦ରେ ଦ୍ୱାରଫିଟା ଓ ମଙ୍ଗଳଆଳତୀ ହୋଇ ଦର୍ଶନ ଆରମ୍ଭ ହୋଇଛି। ଫଳରେ ରାତିରୁ ଦର୍ଶନ ଲାଗି ଘଣ୍ଟାଘଣ୍ଟା ଧାଡିରେ ଛିଡା ହୋଇ ବହୁ କଷ୍ଟ ପାଇଛନ୍ତି ଭକ୍ତ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ