୨୪ ମହାସଂଗ୍ରାମର ସରିଲା ପ୍ରଥମ ଲଢ଼େଇ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ସରିଲା ୨୪ ମହାସଂଗ୍ରାମର ପ୍ରଥମ ଲଢ଼େଇ। ପଶ୍ଚିମବଙ୍ଗ ଓ ମଣିପୁରର କିଛି ଛୋଟମୋଟ ହିଂସାକୁ ଛାଡ଼ି ମୋଟାମୋଟି ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି ୨୪ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ଆଜି ଭୋଟ୍ ପଡ଼ିଛି । ଭୋଟିଂ ଶେଷ ସୁଦ୍ଧା ମତଦାନ ହାର ୬୦.୦୩ ପ୍ରତିଶତ ରହିଥିବାବେଳେ ତାହା ଅଧିକ ବଢ଼ିପାରେ ବୋଲି ନିର୍ବାଚନ କମିଶନ କହିଛନ୍ତି।

ସନ୍ଧ୍ୟା ୬ଟାରେ ମତଦାନ ଶେଷ ହୋଇଥିବାବେଳେ ସେହି ସମୟରେ ଧାଡ଼ିରେ ଛିଡ଼ା ହୋଇଥିବା ଲୋକମାନଙ୍କୁ ମତାଧିକାର ସାବ୍ୟସ୍ତ ଲାଗି ଅଧିକ ସମୟ ଦିଆଯାଇଥିଲା। ୨୦୧୯ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହାର ୬୯.୪୩ ପ୍ରତିଶତ ରହିଥିଲା। ପଶ୍ଚିମବଙ୍ଗ ଏବଂ ମଣିପୁରରେ ମତଦାନ ବେଳେ ହିଂସାକାଣ୍ଡ ଘଟିଥିବାବେଳେ ଛତିଶଗଡ଼ରେ ଅକସ୍ମାତ ଏକ ଗ୍ରେନେଡ୍‌ ଲଞ୍ଚର ସେଲ୍‌ ବିସ୍ଫୋରଣ ଘଟି ସିଆର୍‌ପିଏଫ୍‌ର ଜଣେ ଯବାନ ନିହତ ହୋଇଛନ୍ତି। ମତଦାନ ପ୍ରକ୍ରିୟା ସୁଚାରୁ ରୂପେ ଏବଂ ଶାନ୍ତିଶୃଙ୍ଖଳାର ସହ ଆଗେଇ ଚାଲିଥିବା ନିର୍ବାଚନ କମିଶନଙ୍କ ମୁଖପାତ୍ର କହିଛନ୍ତି। ଅନେକ ନୂଆ ଭୋଟର ପ୍ରଥମ ଥର ଭୋଟ ଦେବା ଲାଗି ବୁଥ୍‌କୁ ଆସିଥିବାବେଳେ ନବବିବାହିତ ଦମ୍ପତି ପାରମ୍ପରିକ ପୋଷାକରେ ଆସି ମତାଧିକାର ସାବ୍ୟସ୍ତ କରିଥିଲେ।

ତାମିଲନାଡୁ, ଅରୁଣାଚଳପ୍ରଦେଶ, ଆଣ୍ଡାମାନ ନିକୋବର ଏବଂ ଆସାମର କେତେକ ବୁଥ୍‌ରେ ଇଭିଏମ୍‌ରେ ସାମାନ୍ୟ ତ୍ରୁଟି ଦେଖାଦେଇଥିଲା। ପଶ୍ଚିମବଙ୍ଗର କୁଚ୍‌ବିହାର ଆସନରେ ହିଂସାକାଣ୍ଡ ଦେଖାଦେଇଥିଲା। ଟିଏମ୍‌ସି ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିବାବେଳେ ଉଭୟ ପକ୍ଷରୁ ଥାନାରେ ଏତଲା ହୋଇଛି। ହିଂସା କ୍ଷତିଗ୍ରସ୍ତ ମଣିପୁରରେ ମତଦାନ ବେଳେ ହିଂସାକାଣ୍ଡ ଦେଖାଦେବା ସହ ଇଭିଏମ୍‌ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି। ମଣିପୁର ଉପତ୍ୟକାର ଭୋଟକେନ୍ଦ୍ର ନିକଟରେ ୨ଟି ଗୁଳିକାଣ୍ଡ ଘଟିଛି। ଇମ୍ଫାଲ ଇଷ୍ଟର ଖୁରାଇ ବୁଥ୍‌ ନିକଟରେ ଗୁଳିମାଡ଼ରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’