Masthead

ସୌମ୍ୟଙ୍କ ପାଇଁ ସାରା ଗାଁ ସ୍ତବ୍ଧ

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ସୌମ୍ୟଙ୍କ ପାଇଁ ଆଜି ସାରା ଗାଁ ସ୍ତବ୍ଧ । ଏକ ଦୁର୍ଘଟଣାରେ ପ୍ରାଣ ହରାଇ ସମସ୍ତଙ୍କୁ ଏକା କରି ଛାଡ଼ିଯାଇଛନ୍ତି ସମସ୍ତଙ୍କ ପ୍ରିୟ ଲୁଲୁ । ଯାହାକୁ ନେଇ ସାରା ଗାଁରେ ଶୋକାକୂଳ ପରିସ୍ଥତି । ଧନ ତୁ ଫେରି ଆ । ବାବୁରେ ତୁ ଫେରିଆ । ସୌମ୍ୟ ତୁ ଫେରି ଆ । ତୋ ମାଆ ଡାକୁଛିରେ ଧନ.. ତୋ ବାପା ବି ଡାକୁଛି । ତୋତେ ସାରା ଗାଁ ଅନାଇ ବସିଛି । ତୋ ଦାଦା, ଖୁଡ଼ି , ତୋ ବଡ଼ ମାଆ ତୋ ବଡ଼ବାପା ସମସ୍ତେ ଅନାଇ ବସିଛନ୍ତି । ଆଉ ତୁ ଅଭିମାନ କରନା । ଫେରି ଆ .. ସୌମ୍ୟ ରଞ୍ଜନ ଖୁଣ୍ଟିଆ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଦାମୋଦରପୁର ଗ୍ରାମର ନିରଞ୍ଜନ ଖୁଣ୍ଟିଆଙ୍କ ପୁଅ ସୌମ୍ୟ । ଏକ ରୋଡ଼ ଦୁର୍ଘଟଣାରେ ସମସ୍ତଙ୍କୁ ଏକା କରି ଛାଡ଼ି ଯାଇଛନ୍ତି ସୌମ୍ୟ ।

ଦେଇ ଯାଇଛନ୍ତି ଦାରୁଣ ଦୁଃଖ । ସମସ୍ତଙ୍କୁ ହସାଉଥିବା ସୌମ୍ୟ ଆଜି ସମସ୍ତଙ୍କୁ କନ୍ଦାଇ ଦେଇଛନ୍ତି । ଗତ ୩୧ରେ ସୌମ୍ୟ ନିଜ ବନ୍ଧୁଙ୍କ ସହ ଏକ ଜରୁରୀ କାମରେ କଲେଜକୁ ଯାଇଥିଲେ । କାମ ସାରି ସନ୍ଧ୍ୟାରେ ଟାଙ୍ଗି ଦେଇ କପିଳା ରୋଡ଼ ରେ ଦାମୋଦରପୁରକୁ ଆସୁଥିବା ବେଳେ ଦେଓଗାଁ ପାଖରେ ଏକ ପିକପ ଭ୍ୟାନ୍ ତାକୁ ଧକ୍କା ଦେଇଥିଲା । ପରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିବା ବେଳେ ସେଠାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ । ଏହା ପରେ କଟକର ୩ ଦିନ ରହିବା ପରେ ଆଜି ତାଙ୍କର ମୃତୁ୍ୟ ହୋଇଛି । ତାଙ୍କ ବିୟଗରେ ସାରା ଗାଁ ଆଜି ସ୍ତବ୍ଧ ହୋଇ ଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ