ବିଜେପି ସହ ହାତ ମିଳାଇ ପାରନ୍ତି ନୀତିଶ!

ବିହାର (ବଡ଼ ଖବର ବ୍ୟୁରୋ):  ମହାରାଷ୍ଟ୍ର ରାଜନୀତି ହଲଚଲ ପରେ ଏବେ ବିହାରର ରାଜନୈତିକ ସ୍ଥିତି ସରଗରମ ରହିଛି । ବିହାର ରାଜନୀତିରେ ନାନା କଳ୍ପନା ଜଳ୍ପନା ଜାରି ରହିଛି । ମୁଖ୍ୟମନ୍ତ୍ରୀ ନୀତିଶ ଏବଂ ଜେଡିୟୁକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ବିଜେପି ସହିତ ହାତ ମିଳାଇ ପାରନ୍ତି ନୀତିଶ କୁମାର । ଯାହାକୁ ନେଇ ଏକ ସର୍ଭେ କରାଯାଇଛି । ସର୍ଭେରେ ୩୪ ପ୍ରତିଶତ ଲୋକେ ନୀତିଶ ବିଜେପିରେ ହାତ ମିଳାଇବାକୁ ନେଇ ସହମତି ପ୍ରକାଶ କରିଥିଲେ । ୪୮ ପ୍ରତିଶତ ଲୋକ ଏହାକୁ ମନା କରିଥିଲେ । ବିହାରରେ ଆରଜେଡି ଏବଂ ଜେଡିୟୁ ମିଳିତ ମେଣ୍ଟ ଜାରି ରହିବ ବୋଲି ସେମାନେ ମତାମତ ଦେଇଥିଲେ॥ ୧୮ ପ୍ରତିଶତ ଲୋକଙ୍କର ଏହି ପ୍ରସଙ୍ଗରେ କୌଣସି ଉତ୍ତର ନ ଥିଲା । ଏହି ସର୍ଭେରେ ୨୫୭୫ ଲୋକ ଅଂଶଗ୍ରହଣ କରିଥିଲେ ।

ଗତ ଗୁରୁବାର ଏବଂ ଶୁକ୍ରବାର ଏହି ସର୍ଭେ କରାଯାଇଥିଲା। ଏଥି ସହିତ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝିଙ୍କ ଜେଡିୟୁ ଏବଂ ନୀତୀଶ କୁମାରଙ୍କ ଉପରେ ମଧ୍ୟ ଏକ ସର୍ଭେ କରାଯାଇଥିଲା। ଲୋକଙ୍କୁ ପଚରାଯାଇଥିଲା ମାଂଝି ଦାବି କରିଛନ୍ତି ଜେଡିୟୁ ଭାଙ୍ଗିଯିବ । ନୀତୀଶ କୁମାରଙ୍କ ସହ କେବଳ ୪ରୁ ୫ବିଧାୟକ ରହିବେ। ଆପଣ ତାଙ୍କ ଦାବି ସହିତ ସହମତ କି? ସର୍ଭେ ଫଳାଫଳ ଅନୁଯାୟୀ, ୩୮ ପ୍ରତିଶତ ଲୋକ ମାଂଝିଙ୍କ ଦାବିକୁ ସମର୍ଥନ କରିଥିଲେ। ଏଥିସହିତ ୫୧ ପ୍ରତିଶତ ଲୋକ କହିଥିଲେ ନୀତୀଶ କୁମାରଙ୍କ ଦଳ ଭାଙ୍ଗିବ ନାହିଁ। ଏହା ବ୍ୟତୀତ ୧୧ ପ୍ରତିଶତ ଲୋକ କୌଣସି ଉତ୍ତର ଦେଇ ନ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ