Before Header

କମୁନି ସଂକ୍ରମଣ, ୬ଦିନ ପରେ ପୁଣି ୧୨ହଜାର ପାର କଲା ଦୈନିକ ସଂକ୍ରମଣ

0 41

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ୬ଦିନର ବ୍ୟବଧାନ ପରେ ଆଜି ପୁଣି ରାଜ୍ୟରେ ୧୨ହଜାର ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୪ଘଣ୍ଟାରେ ୧୨ହଜାର ୩୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୬୯୩୮, ଲୋକାଲ କେସ୍ ୫୪୫୨ । ଖୋର୍ଦ୍ଧାରୁ ସର୍ବାଧିକ ୨୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୮୨, କଟକରୁ ୭୧୯, କଳାହାଣ୍ଡିରୁ ୨୧୦, ସମ୍ବଲପୁରରୁ ୬୭୭, ଅନୁଗୁଳରୁ ୫୩୨, ବରଗଡ଼ରୁ ୫୦୭, ବାଲେଶ୍ୱରରୁ ୩୪୦, ଭଦ୍ରକରୁ ୪୧୨, ପୁରୀରୁ ୪୬୯, ଷ୍ଟେଟ ପୁଲରୁ ୩୫୨, ଯାଜପୁରରୁ ୪୩୬,ଗଞ୍ଜାମରୁ ୩୮୭, ଝାରସୁଗୁଡାରୁ ୪୧୩, ନୂଆପଡାରୁ ୩୩୧, ନବରଙ୍ଗପୁରରୁ ୨୦୭, ବଲାଙ୍ଗିରରୁ ୪୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ମୟୁରଭଞ୍ଜରୁ ୪୮୦, ରାୟଗଡାରୁ ୧୮୭, ନୟାଗଡରୁ ୩୦୧, କେନ୍ଦ୍ରପଡାରୁ ୧୩୭, କେନ୍ଦୁଝରରୁ ୨୦୮, ଜଗତସିଂହପୁରରୁ ୨୫୯, ସୋନପୁରରୁ ୧୭୮ , ଢେଙ୍କାନାଳରୁ ୧୭୪, କୋରାପୁଟରୁ ୨୪୬, ବୌଦ୍ଧରୁ ୨୨୮, ଗଜପତିରୁ ୧୧୫, କନ୍ଧମାଳରୁ ୧୦୨, ମାଲକାନାଗିରିରୁ ୧୦୩, ଦେବଗଡରୁ ୧୦୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୮୮ହଜାର ୬୮୭ରେ ପହଞ୍ଚିଛି ।

ସେପଟେ ସୁସ୍ଥ ହେଲେଣି ୪ଲକ୍ଷ ୮୨ହଜାର ୩୪୫ଜଣ । ଆକ୍ଟିଭ କେସ୍ ରହିଛି ୧ଲକ୍ଷ ୪ହଜାର ୧୬ । ସେହିପରି ୨୪ ଘଣ୍ଟାରେ ୨୨ଜୀବନ ନେଲା ମହାମାରୀ କରୋନା । ଖୋର୍ଦ୍ଧାରୁ ସର୍ବାଧିକ ୪ ଆକ୍ରାନ୍ତ ମୃତ୍ୟୁ ହୋଇଛି । ଅନୁଗୁଳରୁ ୩, ସୁନ୍ଦରଗଡ଼, ରାୟଗଡା, କଳାହାଣ୍ଡି, କେନ୍ଦ୍ରପଡ଼ାରୁ ୨ଜଣ ଲେଖାଏଁ ଆକ୍ରାନ୍ତ ମୃତ । ସେହିପରି ବୌଦ୍ଧ, କଟକ, ଦେବଗଡ଼, ଗଜପତି, ଗଞ୍ଜାମ, କନ୍ଧମାଳ ଓ ବଲାଙ୍ଗିରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ କରୋନା । ମୋଟ ମୃତ୍ୟୁ ସଂଖ୍ୟା ୨୨୭୩କୁ ବୃଦ୍ଧି ।

Leave A Reply

Your email address will not be published.