Masthead

ଗର୍ଭବତୀ ଟିକା ନେବେ ନା ନାହିଁ?

ଭୁବନେଶ୍ବର(ବଡ଼ ଖବର):  କରୋନା ସମୟରେ ଗର୍ଭଧାରଣା କେତେ ସୁରକ୍ଷିତ । କରୋନା ବେଳେ ଗର୍ଭବତୀ ହେଲେ କ’ଣ କରିବେ । ଗର୍ଭବତୀ ସ୍ତ୍ରୀମାନେ କେଉଁକେଉଁ ସତର୍କତା ଅବଲମ୍ବନ କରିବେ । ସେ ନେଇ ପରାମର୍ଶ ଦେଇଛନ୍ତି ଏସସିବିର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ତୁଷାର ଜ୍ୟୋତି କର । ସେ କହିଛନ୍ତି କୋଭିଡ ସମୟରେ ଗର୍ଭଧାରଣ କଲେ ମା ଓ ଶିଶୁର ଯତ୍ନ ପାଇଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କରୋନାରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଥିବାରୁ ସେ ଦିଗରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଡାକ୍ତରଙ୍କ ପରାମର୍ଶ ହେଳା କରନ୍ତୁ ନାହିଁ । ଅନ୍ୟପଟେ କରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ଅଧିକ ଛୁଆ ସଂକ୍ରମିତ ହେଉଛନ୍ତି । ଏହା ପଛରେ ଭୂତାଣୁର ନୂଆ ରୂପ ରହିଛି । ଭାଇରସ ମ୍ୟୁଟାଣ୍ଟ ଯୋଗୁଁ ଅଧିକ ଶିଶୁ ସଂକ୍ରମିତ ହେଉଥିବା କହିଛନ୍ତି ଶିଶୁରୋଗ ବିଶେଷଜ୍ଞ  । ଶିଶୁଙ୍କୁ ତରଳ ଝାଡା, ପେଟ ବଥା ହେବା, ବାନ୍ତି ହେବା, ଜିଭ ଲାଲ ପଡ଼ିବା, ଆଖି ଲାଲ ପଡ଼ିବା, କୁଣ୍ଡେଇ ହେବା ପରି ଲକ୍ଷଣ ଦେଖା ଦେଉଛି । ଗର୍ଭବତୀମାନେ ଟିକା ନ ନେବାକୁ ଏବେ ନିଷ୍ପତ୍ତି ହୋଇଛି । ଏହା ସହ ସ୍ତନ୍ୟପାନ କରାଉଥିବା ମା ମାନେ ମଧ୍ୟ ଟିକା ନେବେ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି