Masthead

ବିଜୟଙ୍କ ପାଇଁ ନେତା ଚୁପ

ତିର୍ତ୍ତୋଲ(ବଡ଼ ଖବର ବ୍ୟୁରୋ): କିଛି ମାସ ହେବ ଚର୍ଚ୍ଚାରେ ଅଛନ୍ତି ତିର୍ତ୍ତୋଲର ଯୁବ ବିଧାୟକ ବିଜୟ ଶଙ୍କର ଦାସ । ପ୍ରେମିକା ସୋମାଲିକା ଙ୍କ ସଙ୍ଗିନ ଆରୋପ ଚର୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି। ଯାହାକି କିଛିଦିନ ହେବ ଜଗତସିଂହପୁର ରେ ବିରୋଧୀ ଦଳମାନଙ୍କୁ ଖୋରାକ ଯୋଗାଇଛି। ବିବାହ କରିବାକୁ ପ୍ରତିଶୃତି ଦେଇ ଧୋକା ଦେବା, ଅନେକ ଝିଅ ଙ୍କ ସହ ସମ୍ପର୍କ ରଖିବା, ସେକ୍ସ ରାକେଟ ଚଳାଇବା ଭଳି ସଙ୍ଗିନ ଅଭିଯୋଗ ସୋମାଲିକା ଆଣିବା ସହ ଥାନାରେ ଏତଲା ଦେଇଥିଲେ।

କିନ୍ତୁ ପୋଲିସ ନୀରବ ଦ୍ରଷ୍ଟା ସାଜିଥିଲା।କୋର୍ଟ ର ନିର୍ଦ୍ଦେଶ ପରେ ପୋଲିସ ତଦନ୍ତ କରିବାକୁ ବାଧ୍ୟ ହୋଇ ତଦନ୍ତ ଚାଲୁ ରଖିଥିବା ବେଳେ ବିଧାୟକ ଙ୍କ ସହ ଏକ ଝିଅର ଅନ୍ତରଙ୍ଗ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଯାହାକୁ ଆଧାର କରି ତିର୍ତ୍ତୋଲ କଂଗ୍ରେସ କମିଟି ଶତାଧିକ ମହିଳା ଙ୍କୁ ଧରି ରାଜା ରାସ୍ତାରେ ବିଧାୟକ ଙ୍କ କୁଶପୁତ୍ତଳିକା ଦାହ କରି ବିଧାୟକ ଫଟୋ ପୋଷ୍ଟର କୁ ଜୋତା ମାଡ କରିବା ସହ ବିଧାୟକ ବିରୋଧରେ ନାରାବାଜି କରିଥିଲେ। ତେବେ ଏତେ ସବୁ ତୁମ୍ବି ତୋଫାନ ପରେ ମଧ୍ୟ ବିଜୟ ଶଙ୍କର ଚୁପ୍ ।

ଏହି ପ୍ରସଙ୍ଗରେ କୌଣସି ନେତା ମଧ୍ୟ ମୁହଁ ଖୋଲୁନାହାନ୍ତି । ବିରୋଧୀ ଦଳର ହୋହଲ୍ଲା ପରେ ବିଧାୟକଙ୍କ ପାଇଁ ଯୁବ ବିଜେଡ଼ି ଦଳ ଅଣ୍ଟା ଭିଡିବା ସହ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେମାନଙ୍କ କହିବା ଅନୁଯାୟୀ ପୋଲିସ ତାର ତଦନ୍ତ ଚାଲୁ ରଖିଛି । ଏ ପର୍ୟ୍ୟନ୍ତ ବିଧାୟକ ଦୋଷୀ ସାବସ୍ତ୍ୟ ହୋଇନାହାନ୍ତି। ଆମର ପୋଲିସ ଏବଂ ଆଇନ ଉପରେ ଭରସା ଅଛି।ଦୋଷୀ ଯିଏ ହେଉନା କାହିଁକି ସେ ନିଶ୍ଚୟ ଦଣ୍ଡ ପାଇବ।ହେଲେ ତା ପୂର୍ବରୁ ସୋସିଆଲମିଡିଆରେ ଅଶାଳୀନ ମନ୍ତବ୍ୟ ସହ ଦାବିପତ୍ର ଦେବା ଆଳରେ ରାଜରାସ୍ତାରେ ବିଧାୟକ ଙ୍କ ବିରୋଧରେ ନାରାବାଜି ସହ କୁଶପୁତ୍ତଳିକା ଦାହ କରିବା ଠିକ ନୁହଁ।ଯଦି ଏହା ବାରମ୍ବାର କରାଯାଏ ତେବେ ଯୁବ ବିଜେଡ଼ି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ