Masthead

ଦୁଇ ସାମ୍ବାଦିକଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ଦୁଇ ସାମ୍ବାଦିକଙ୍କୁ  ମିଳିବ ନୋବେଲ ଶାନ୍ତି ପୁରସ୍କାର । ମାରିଆ ରେସା ଓ ଦିମିତ୍ରି ମୁରତୋଭଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବା ନେଇ ଘୋଷଣା ହୋଇଛି । ଆମେରିକୀୟ ଓ ଋଷିଆର ଦୁଇ ସାମ୍ବାଦିକଙ୍କୁ ବାକ୍ ସ୍ୱାଧୀନତା ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି । ତେବେ ଦିମିତ୍ର ମୁିରାତୋଭ ଦୀର୍ଘ ଦଶନ୍ଧି ହେଲାଣି ରୁଷର ଚ୍ୟାଲେଞ୍ଜିଂ ପରିବେଶର ମଧ୍ୟ ବାକ୍ ସ୍ୱାଧୀନତା ସପକ୍ଷରେ ନିଜ ଲଢେଇ ଜାରି ରଖିଛନ୍ତି ।

ସେହିପରି ୧୯୯୩ ମସିହାରେ ସେ ନିରପେକ୍ଷ ଖବର ପ୍ରସାରଣ କରୁଥିବା ନୋଭାଜା ଗାଜେଟ ଖବର କାଗଜର ପ୍ରତିଷ୍ଠା କରିଥିଲେ । ଏହି ଖବର କାଗଜ ପ୍ରତିଷ୍ଠା ସମୟରେ ବିଭିନ୍ନ ସମୟରେ ଏହାର ୬ ଜଣ ସାମ୍ବାଦିକ ହତ୍ୟାର ଶିକାର ହୋଇଥିଲେ । ତଥାପି ଖବର କାଗଜ ତାର ବୃତ୍ତିରେ କୌଣସି ପ୍ରକାରର ବାଧକ ଆସିବାକୁ ଦେଇନି । ସବୁବେଳେ ନୋଭାଜା ଗାଜେଟା ଲୋକଙ୍କ ସ୍ୱରକୁ ହିଁ ଗୁରୁତ୍ୱ ଦେଇଛି ।

ସୂଚନା ଅନୁଯାୟୀ, ନରୱେ ସ୍ଥିତ ନୋବେଲ ତରଫରୁ କୁହାଯାଇଛି ଯେ, ରେସା ତାଙ୍କ ଦେରେ ପିଲିପିନ୍ସରେ କ୍ଷମତାର ଅପବ୍ୟବହାର, ହିଂସା ତଥା ଏକଛତ୍ରବାଦୀ ଶାସନକୁ ସାମ୍ନକୁ ଆଣି ଦେଶକୁ ରକ୍ଷା କରନ୍ତି । ଏହି ପୁରସ୍କାର ଘୋଷଣା କରିବା ବେଳେ କ୍ଷମତାର ଅପବ୍ୟହାର, ମିଥ୍ୟା ଏବଂ ଯୁଦ୍ଧ ପ୍ରଚାରକୁ ସାମ୍ନାକୁ ଆଣିବା ପାଇଁ ଏକ ମୁକ୍ତ, ନିରେପକ୍ଷ ଏବଂ ତଥ୍ୟ ଭିତ୍ତିକ ସାମ୍ବାଦିକତା ଜରୁରୀ ବୋଲି ନୋବେଲ କମିଟି ତରଫରୁ ଜୋର ଦିଆଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ