ପୂଜା ଆଡମ୍ବରକୁ ବାଟ ଓଗାଳୁଛି କଟକଣା

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଶାରଦୀୟ ଦୁର୍ଗାପୂଜା ପାଇଁ ସବୁଠି ଉତ୍ସବର । ଦେବୀଙ୍କ ଆବାହନ କେବଳ ଯେ ପୂଜା ମଣ୍ଡପରେ ଅନୁଭୂତି ହୋଇଥାଏ ତାହାନୁହେଁ ଦେବୀଙ୍କୁ ଆରାଧନା ଓ ସ୍ୱାଗତ କରିବା ପାଇଁ ପ୍ରକୃତି ଠାରୁ ମାନବ ସମାଜ ସଦା ତତ୍ପର । ପ୍ରକୃତି ଆଉ ସୃଜନକୁ ଭାରତୀୟ ସଂସ୍କୃତି ଓ ଦର୍ଶନ ଶାସ୍ତ୍ରରେ ମାତୃରୂପ ପ୍ରଦାନ କରାଯାଇଛି । ଦୁର୍ଗା ପୂଜା କହିଲେ ଓଡିଆ ପରମ୍ପରାରେ ଏକ ବଡ ପର୍ବ । ଆଉ ଦିନ କେଇଟା ପରେ ପାଳନ ହେବାକୁ ଯାଉଛି ଦୁର୍ଗା ପୂଜା । ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କଟକଣା ମଧ୍ୟରେ ତଥା ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରାଯିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଚାନ୍ଦବାଲି ଓ ତିହିଡି ଅଞ୍ଚଳରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ମହାଳୟା ଠାରୁ ମା’ଙ୍କ ପୂଜା ବିଧି ଚଳଚଞ୍ଚଳ ହୋଇଯାଇଛି । ବ୍ଲକର ସର୍ବ ପୂରାତନ ପୀଠ ଭାବେ ଘଣ୍ଟେଶ୍ୱର,ଚାନ୍ଦବାଲିର ପୀରହାଟ ବାରବାଟିଆ ଦୁର୍ଗାପୂଜା ବେଶ ପରିଚିତ । ମା’ଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ବିଗତ ୧୫ ପୁରୁଷ ଧରି ଏଠାରେ ମା’ଙ୍କ ପୂଜା ପାଳିତ ହୋଇ ଆସୁଛି । ସବୁଠୁ ନିଆରା ପରମ୍ପରା ଭାବେ ଏଠାରେ ହଜାର ହଜାର ସଂଖ୍ୟାରେ ଆଟିକା ଭୋଗ ଲାଗିବାର ପରମ୍ପରା ରହିଛି । ସୁବାଷ ସାହୁଙ୍କ ହସ୍ତ ଶିଳ୍ପୀଙ୍କ ଆନ୍ତରିକତା ଓ ମୂର୍ତ୍ତି ନିର୍ମାଣ ଶୈଳୀରେ ଆଜିଯାଏଁ କୌଣସି ବ୍ୟତିକ୍ରମ ବା ପରିବର୍ତ୍ତନ ପରିଲକ୍ଷିତ ହୋଇନାହିଁ ।

ମା’ଙ୍କ କରୁଣାରୁ ସେ ଆଜିଯାଏଁ ଏକ ନିର୍ଦ୍ଦିଷ୍ଟ ଆକୃତିର ଜୀବନ୍ତ ନମନୀୟ ମୂର୍ତ୍ତି ନିର୍ମାଣ କରିବାରେ ସମର୍ଥ ହେଉଛନ୍ତି ବୋଲି କୁହାଯାଏ । ଏହି ପୀଠରେ ଦୁର୍ଗା ପୂଜା ବ୍ୟତିତ ପ୍ରତିମାସ ଚଣ୍ଡି ପାଠ ଓ ନିୟମିତ ପୂଜା କରାଯାଇଥାଏ । ଏକ ନିର୍ଦ୍ଦିଷ୍ଟ ନୀତି ନିୟମ ଓ ପରମ୍ପରା ଅନୁଯାଇ ଏହି ପୂଜା ପାଳିତ ହେଉଛି । ସେହିପରି ଚନ୍ଦ୍ରକାଟବିନ୍ଧା, ନାଉରିଆ ପୋଖରୀ, ମୁଟୁରୀଗଡ, ସିନ୍ଦୋଳ ରଥସାହି, ରାଜନଗର ପଞ୍ଚାୟତର ଚାରିତରଫ ଆଦି ସ୍ଥାନରେ ମା’ଙ୍କର ପୂଜା ପାଳନ କରାଯିବାର ସୂଚନା ମିଳିଛି ।ସାର୍ବଜନିନ ଦୁର୍ଗାପୂଜା ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ