୬୮ ବର୍ଷ ପରେ ପୁଣି ଟାଟା ମାଲିକାନାରେ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ) : ୧୮ ହଜାର କୋଟିରେ ନିଲାମ ହେଲା ଏୟାର ଇଣ୍ଡିଆ। ୬୮ ବର୍ଷ ପରେ ପୁଣି ଟାଟା କମ୍ପାନୀ ପାଖକୁ ଫେରିଲା ଏୟାର ଇଣ୍ଡିଆ।  ଏୟାର ଇଣ୍ଡିଆ ସେବା ସରକାରୀରୁ ଘରୋଇକରଣ ହୋଇଛି । ଏହାର  ମାଲିକ ଏବେ ଟାଟା ଗ୍ରୁପ୍। ନିଲାମ ପାଇଁ ଟାଟା ଗ୍ରୁପ୍ ଓ ସ୍ପାଇସ ଜେଟ ଆବେଦନ କରିିଥିଲେ।  ଏଥିରେ ଟାଟା ଗ୍ରୁପକୁ ମଞ୍ଜୁରି ମିଳିଛି ।

ସୂଚନାଯୋଗ୍ୟ, ଜେଆରଡି ଟାଟା ୧୯୩୨ରେ ଟାଟା ଏୟାରଲାଇନ୍ସର ସ୍ଥାପନ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବିମାନ ସେବାକୁ ବନ୍ଦ କରି ଦିଆଯାଇଥିଲା। ପରେ ଯେତେବେଳେ ପୁଣି ବିମାନ ସେବା ସ୍ୱାଭାବିକ ହେଲା, ସେତେବେଳେ ୨୯ ଜୁଲାଇ ୧୯୪୬ରେ ଟାଟା ଏୟାରଲାଇନ୍ସ ପରିବର୍ତନ କରି ଏୟାର ଇଣ୍ଡିଆ ଲିମିଟେଡ୍ ରଖାଯାଇଥିଲା। ଦେଶ ସ୍ୱାଧୀନ ହେବା ପରେ ଏୟାର ଇଣ୍ଡିଆର ୪୯ ପ୍ରତିଶତ ଅଂଶଧନ ସରକାର ନିଜ ଅଧିକୁ ନେଇଥିଲେ। ୧୯୫୩ରେ ଏହାର ରାଷ୍ଟ୍ରିୟକରଣ କରାଯାଇଥିଲା । ୨୦୧୮ରେ ଏୟାର ଇଣ୍ଡିଆକୁ ଘରୋଇକରଣ କରିବା ପାଇଁ ସରକାର ପ୍ରୟାସ କରିଥିଲେ । କିନ୍ତୁ ଏଥିରେ ସଫଳ ହୋଇନଥିଲେ। କିନ୍ତୁ ଗତ ବର୍ଷ ଜାନୁଆରୀରୁ କେନ୍ଦ୍ର ସରକାର ପୁଣି ଥରେ ଏୟାର ଇଣ୍ଡିଆରୁ ଅଂଶଧନ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଥିଲେ। ତେବେ ଏବେ  ଟାଟା ଗ୍ରୁପ୍ ପୁଣି ଏୟାର ଇଣ୍ଡିଆର ମାଲିକ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!