Before Header

ଓଟିଇଟି ପାସ୍ କରିଥିବା ଗଣଶିକ୍ଷକ ହେବେ ନିୟମିତ

0 85

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଢ଼ିଲା ଗଣଶିକ୍ଷକଙ୍କ ଦରମା । ଓଟିଇଟି ପାସ୍ କରିଥିବା ଗଣଶିକ୍ଷକ ହେବେ ନିୟମିତ । ସହକାରୀ ଶିକ୍ଷକ ବା ଏକ୍ସ କ୍ୟାଡର ଭାବେ ନିୟମିତ କରାଯିବ। ଏଥିରେ ଉପକୃତ ହେବେ ୧୨ ହଜାର ୧୧୩ ଗଣଶିକ୍ଷକ । ସେହିପରି ଓଟିଇଟି ପାସ କରିନଥିବା ଗଣଶିକ୍ଷକଙ୍କ ମାସିକ ଦରମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ମାସିକ ପାରିତୋଷିକ ୭ ହଜାର ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ୧ ହଜାର ୧୨୧ ଜଣ ଗଣଶିକ୍ଷକ ଉପକୃତ ହୋଇଛନ୍ତି। ଏହାସହିତ ଯେଉଁ ସହକାରୀ ଶିକ୍ଷକ ବା ଏକ୍ସ କ୍ୟାଡରମାନଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ମିଳୁ ନାହିଁ, ସେମାନଙ୍କ ମଧ୍ୟରୁ ଓଟିଇଟି ପାସ କରିଥିବା ଏକ୍ସ କ୍ୟାଡରଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ପ୍ରଦାନ କରାଯିବ। ଏହାଦ୍ୱାରା ୯ ହଜାର ୫୨୦ ସହକାରୀ ଶିକ୍ଷକ ଉପକୃତ ହେବେ। ଏସବୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଦ୍ୱାରା ରାଜ୍ୟର ମୋଟ ୧୨ ହଜାର ୧୧୩ ଜଣ ଗଣଶିକ୍ଷକ ଉପକୃତ ହେବେ ।

Leave A Reply

Your email address will not be published.