Masthead

ଗୋଟିଏ ବି ଟିକସ ପଇସା ନଷ୍ଟ ହେବ ନାହିଁ !

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଗତି ଶକ୍ତି ଯୋଜନା । ଏହାକୁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିବାର ସୂଚନା ମିଳିଛି । ହେଲେ ଦେଶରେ ବର୍ତ୍ତମାନ କୋଇଲା ସଙ୍କଟ ଦେଖାଦେଇଛି । ଏନେଇ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିବାର କଥା ମଧ୍ୟ ସାମ୍ନାକୁ ଆସିଥିଲା । କିନ୍ତୁ ଦେଶରେ ପର୍ଯ୍ୟାପ୍ତ କୋଇଲା ରହିଛି ଏବଂ ବିଦ୍ୟୁତ ସଙ୍କଟ ଦେଖାଦେଉ ନାହିଁ କହି କଥାଟିକୁ ଏଡ଼ାଇ ଦେଇଥିଲେ କେନ୍ଦ୍ର ଶକ୍ତିମନ୍ତ୍ରୀ । ଏପରିକି ଅନେକ ତାପଜ ବିଦ୍ୟୁତ କେନ୍ଦ୍ର ବନ୍ଦ ହେବାରେ ଲାଗିଛି । ଏହାର ମୁଖ୍ୟ କାରଣ ହେଉଛି ବର୍ଷା । ବର୍ଷା କାରଣରୁ ପରିବହନରେ ବାଧା ଉପୁଜୁଛି । ଯାହାଫଳରେ ଅନ୍ତର୍ଜାତୀୟ ବଜାରରରେ ଏହାର ମୂଲ୍ୟ ବୃଦ୍ଧି ହେବାରେ ଲାଗିଛି । ଏହା ମଧ୍ୟରେ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ଗତି ଶକ୍ତି ଯୋଜନା । ଏହି ଅବସରରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସମ୍ବୋଧିତ କରିଥିବାର ଦେଖିବାକୁ ମିଳିଛି । ସେପଟେ ସାରା ଦେଶ ଆଜି ଦୁର୍ଗାଷ୍ଟମୀ ପାଳନ କରୁଛି ।

ଶକ୍ତି ସ୍ୱରୂପିନୀଙ୍କୁ ପୂଜା କରିବାର ଏହି ଶୁଭ ଅବସରରେ ଦେଶର ପ୍ରଗତିର ଗତିକୁ ଶକ୍ତି ଦେବା ପାଇଁ ଏପରି ଏକ ଶୁଭ କାର୍ଯ୍ୟ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କେବଳ ଏତିକି ନୁହେଁ ବରଂ ଏହି ଯୋଜନା ଏକବିଂଶ ଶତାବ୍ଦୀର ଭାରତର ଗତିକୁ ଶକ୍ତି ଦେବ । ପରିବର୍ତ୍ତୀ ପିଢି ଏହି ଜାତୀୟ ଯୋଜନାରୁ ପ୍ରେରଣା ପାଇବେ । ଏହି ଯୋଜନା ସହିତ ବର୍ତ୍ତମାନ ସମସ୍ତ ପ୍ରକଳ୍ପ ଠିକ ସମୟରେ ଶେଷ ହେବ ଏବଂ ଗୋଟିଏ ବି ଟିକସ ପଇସା ନଷ୍ଟ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଅନ୍ୟପଟେ ଏହି ଯୋଜନା ପ୍ରାୟ ୧୦୦ ଲକ୍ଷ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପର ବିକାଶରେ ଉତ୍ସାହ ଦେବ । ଶିଳ୍ପ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ସହିତ ବିମାନବନ୍ଦର, ନୂତନ ସଡ଼କ ଏବଂ ରେଳ ଯୋଜନା ସମେତ ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆଣିବା ହିଁ ଏହି ଯୋଜନାର ମୂଳ ଲକ୍ଷ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ 🔴 ସିସିଟିଭି ଫୁଟେଜକୁ ଖଣ୍ଡନ କଲା ପୋଲିସ 🔴 ଜାପାନର ହୋଂସୁ ପୂର୍ବ ଉପକୂଳରେ ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ 🔴 ସିସିଟିଭି ଫୁଟେଜକୁ ଖଣ୍ଡନ କଲା ପୋଲିସ 🔴 ଜାପାନର ହୋଂସୁ ପୂର୍ବ ଉପକୂଳରେ ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା