Masthead

ଅବସର ଗ୍ରହଣକୁ ପୂରିଲାଣି ୨୫ ବର୍ଷ: ତଥାପି ମିଳିନି ପେନସନ

କେନ୍ଦ୍ରାପଡ଼ା, (ବଡ଼ ଖବର ବ୍ୟୁରୋ): ବୟସ ୮୫ ଟପିଲାଣି। ଶରୀରକୁ ମାଡ଼ିବସିଲେଣି ଅନେକ ରୋଗ। ହେଲେ ମେଡସିନ୍ ଖାଇବାକୁ ପାଖରେ ଟଙ୍କାଟିଏ ବି ନାହିଁ। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ବଜ୍ରବାଣ ଗ୍ରାମରେ। ନାଁ ତାଙ୍କର ବ୍ରଜକିଶୋର ଶତପଥୀ। ଗରଦପୁରରେ ଜଳସେଚନ ବିଭାଗରେ କାର୍ୟ୍ୟ କରୁଥିଲେ ସେ। ସରକାରୀ ଚାକିରି କରିଥିଲେ। ତେଣୁ ଅବସର ପରେ ପେନସନ ଗଣ୍ଡାକ ପାଇଲେ ବାର୍ଦ୍ଧକ୍ୟ ଜୀବନ ସୁରୁଖୁରୁରେ ବିତିଯିବ ବୋଲି ଭାବିଥିଲେ। ଏଇଥିପାଇଁ ତ ଜୀବନର ସବୁ ମୂଲ୍ୟବାନ ସମୟ ସ୍ୱଳ୍ପ ଦରମାରେ ସରକାରଙ୍କ ପାଇଁ କାମ କଲେ। ହେଲେ ଅବସରର ୨୫ ବର୍ଷ ପରେ ବି ବ୍ରଜକିଶୋରଙ୍କୁ ମିଳିପାରିଲାନି ପେନସନ। କର୍ମଚାରୀଙ୍କୁ ଲାଞ୍ଚ ଦେଇପାରିଲେନି ବୋଲି ତାଙ୍କ ପେନସନ ଫାଇଲକୁ ହଜେଇ ଦେଲେ ବୋଲି କ୍ଷୋଭର ସହ ଅଭିଯୋଗ କରିଛନ୍ତି ବ୍ରଜକିଶୋର। ଧାର କରଜ କରି ପେନସନ ପାଇଁ କେନ୍ଦ୍ରାପଡ଼ାରୁ ଭୁବନେଶ୍ୱର ବାରମ୍ବାର ଯାଇ ହଜାର ହଜାର ଟଙ୍କା ଖର୍ଚ୍ଚ କଲେ, ହେଲେ କିଛି ସୁଫଳ ମିଳିଲା ନାହିଁ। ଆଉ ଏବେ ଯେଉଁମାନଙ୍କଠୁ ଟଙ୍କା ଧାର ଆଣିଥିଲେ ସେମାନେ ସବୁଦିନ ଆସି ମାଗୁଛନ୍ତି। ହେଲେ ଶୁଝିବାକୁ ବ୍ରଜକିଶୋରଙ୍କ ନିକଟରେ ଆଉ ସେ ଜୁ ନାହିଁ। ଏମିତି ଲୋକଙ୍କ କଥା ଶୁଣି ଶୁଣି ସେ ଏବେ ଶଯ୍ୟାଶାୟୀ ହୋଇଯାଇଛନ୍ତି। କେବଳ ନିଜର ମରଣକୁ ଦିନ ଗଣୁଛନ୍ତି ସେ। କେବେ ମୃତ୍ୟୁ ଆସିବ ଆଉ ତାଙ୍କୁ ନେବ। ଏଠି ସରକାର ମୋ ସରକାର ଆଉ ୫-ଟି କଥା କହୁଛନ୍ତି। ସରକାରରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅଛି ବୋଲି ଡେଙ୍ଗୁରା ପିଟାଯାଉଛି। ଯୋଜନା ଉପରେ ଯୋଜନା କରି ବାହାବା ନେଉଛନ୍ତି। କିନ୍ତୁ ବାସ୍ତବରେ ଲୋକେ କିପରି ହୀନସ୍ତା ହେଉଛନ୍ତି ତାହା ଏହି ଘଟଣାରୁ ସ୍ପଷ୍ଟ ନୁହେଁ କି? ଏବେ ବ୍ରଜକିଶୋରଙ୍କୁ ତୁରନ୍ତ ସହାୟତା ଓ ତାଙ୍କ ବକେୟା ପେନସନ ଦେବା ସହ ସରକାରୀ ସହାୟତାରେ ଚିକିତ୍ସା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ