Masthead

ସୁସ୍ଥ ହେଲେ ୨୫୭୭ ଆକ୍ରାନ୍ତ : କଟକରୁ ସର୍ବାଧିକ

ଭୁବନେଶ୍ୱର,(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ବେକାବୁ ହେଉଛି ମହାମାରୀ କରୋନା ସ୍ଥିତି । ରାଜ୍ୟରେ ଆଜି ଦିନକରେ ୨୪୨୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିନକରେ ପୁଣି ସୁସ୍ଥ ହୋଇଛନ୍ତି ୨୫୭୭ କରୋନା ଆକ୍ରାନ୍ତ । ରାଜ୍ୟରେ କରୋନା ସୁସ୍ଥଙ୍କ ଗ୍ରାଫ୍ କିଛିଦିନ ହେବ ବୃଦ୍ଧି ପାଉଥିବା ବେଳେ ଆଜି ସାମାନ୍ୟତମ ତଳକୁ ଖସିଛି । ଅନ୍ୟପଟେ ରାଜ୍ୟରେ ଆକ୍ରାନ୍ତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ଲକ୍ଷ ୩୦ ହଜାର ୧୯୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି ।

ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୨୪୪ଜଣ ସୁସ୍ଥ ହୋଇଥିବା ବେଳେ ଯାଜପୁରରୁ ୧୩୭, ଖୋର୍ଦ୍ଧାରୁ ୧୨୪, ବାଲେଶ୍ୱର ଓ ସମ୍ବଲପୁରରୁ ୧୨୦ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଓ ପୁରୀରୁ ୧୧୪ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୧୧୧ଜଣ, ଅନୁଗୁଳରୁ ୧୦୮, ବଲାଙ୍ଗିରରୁ ୧୦୩, ମୟୁରଭଞ୍ଜରୁ ୧୦୧, ବରଗଡ଼ରୁ ୯୭, ନୂଆପଡ଼ାରୁ ୯୦, ନବରଙ୍ଗପୁରରୁ ୮୧, କେନ୍ଦୁଝରରୁ ୭୪, ଜଗତସିଂହପୁରରୁ ୭୧, ଢେଙ୍କାନାଳରୁ ୬୯, ଭଦ୍ରକରୁ ୬୭, ନୟାଗଡ଼ରୁ ୬୭, ଝାରସୁଗୁଡ଼ାରୁ ୬୨, ମାଲକାନଗିରିରୁ ୫୭, କନ୍ଧମାଳରୁ ୪୯, ସୋନପୁରରୁ ୪୫, କଳାହାଣ୍ଡିରୁ ୩୯, ଗଞ୍ଜାମରୁ ୩୬, ବୌଦ୍ଧରୁ ୩୪, କୋରାପୁଟରୁ ୩୩, ଦେବଗଡ଼ରୁ ୨୩, ରାୟଗଡ଼ାରୁ ୧୯, ଗଜପତିରୁ ୧୩ ଏବଂ ଷ୍ଟେଟ ପୁଲରୁ ୧୫୫ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି