Masthead

ନିରବ ପ୍ରଶାସନ

ନୂଆଗାଁ, ( ବଡ଼ ଖବର ବ୍ୟୁରୋ): ଗାଁ ଗାଁରେ ଦେଶୀ ମଦର ବନ୍ୟା । ଭୁଶୁଡ଼ି ପଡ଼ିଲାଣି ଆଇନ ଶୃଙ୍ଖଳା । ସବୁ ଜାଣି ମଧ୍ୟ ପୋଲିସ ଓ ଅବକାରୀ ବିଭାଗ ନିରବ। ସବୁ ଦେଖୀ ନଦେଖିଲା ପରି ଚୁପ। ଯାହା ଫଳରେ ଗାଁ ଗଣ୍ଡାରେ ଘରେ ଘରେ ଦେଶୀ ମଦ ପ୍ରସ୍ତୁତ ହୋଇ ବାହାରକୁ ହେଉଛି ଚାଲାଣ । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ଦେଶୀମଦ ଆଣିବା ପାଇଁ ଦିନ ଦ୍ୱିପ୍ରହରରେ ଆଦିବାସୀ ଅଞ୍ଚଳକୁ ଲୋକଙ୍କ ସୁଅ ଛୁଟୁଛି । ରାତି ଅଧରେ ବାହାରକୁ ଚାଲାଣ ହେଉଛି ଶହ ଶହ ଲିଟର ଦେଶୀମଦ । ଏ ସବୁ ଖବର ପୋଲିସ ଓ ଅବକାରୀ ବିଭାଗ ପାଖରେ ଥିଲେ ମଧ୍ୟ ମାସିକିଆ ମୋଟା ଅଙ୍କର ଚାନ୍ଦା ତଦନ୍ତର ଦିଗ ବଦଳାଇ ଦେଉଛି। କିଛି ହାତଗଣତି ଗଣମାଧ୍ୟମ ପ୍ରତିନିଧିଙ୍କୁ ଢ଼ାଲ କରି ବେପାର ଚାଲୁଛି । ହାତଗୁଞ୍ଜା ପାଇବା ପରେ ଖବରକୁ ମଧ୍ୟ ଚପାଇ ଦିଆଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ଶୁକ୍ରବାର ରାତି ଅଧରେ ଅଟୋ ଯୋଗେ ୨୦୦ ଲିଟର ଦେଶୀ ମଦ ବାହାରକୁ ଚାଲାଣ ହେଉଥିବା ବେଳେ ଧରା ପଡିଛି । ବାହାଡ଼ାଝୋଲା ବନପାଳ ସରିତା ବରାଳ ଅଭିଯୁକ୍ତଙ୍କୁ ଧରିଛନ୍ତି। ରାତିରେ ପାଟ୍ରୋଲିଂ କରୁଥିବା ସମୟରେ କାପ୍ତାପଲି ପଞ୍ଚାୟତ ବାମୁରୀ ଗ୍ରାମରୁ ହଳଦିଆ ରଙ୍ଗର ଅଟୋ ଆସୁଥିବା ବେଳେ ସନ୍ଦେହରେ ଅଟକାଇ ତନଖି କରିବାରେ ସେଥିରେ ଦେଶୀ ମହୁଲି ଲୋଡ଼ ଥିବା ଜଣାପଡିଥିଲା । ଅଟୋ ସହ ୨୦୦ ଲିଟର ଦେଶୀମଦ ଜବତ କରିବା ସହ ୩ଜଣଙ୍କୁ ଗିରଫ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ