Masthead

ଭକ୍ତ ଓ ଭଗବାନଙ୍କ ମିଳନ କଲେକ୍ଟରଙ୍କ ହାତରେ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ବିଶ୍ୱ ମହାମାରୀ କରୋନା ସବୁକ୍ଷେତ୍ରକୁ ପ୍ରଭାବିତ କରିଛି । ଏବେ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଥିବା ବେଳେ ଅନଲକ୍ -୫ ପରେ ନଭେମ୍ବର ମାସ ପାଇଁ ରାଜ୍ୟ ସରକାର ଅନଲକ୍ -୬ର ଗାଇଡ୍ ଲାଇନ୍ ଆଜି ଘୋଷଣା କରିଛନ୍ତି । ସବୁ କ୍ଷେତ୍ରକୁ ସରକାର ନରମ ଆଭିମୁଖ୍ୟ ପୋଷଣ କରୁଥିବା ବେଳେ ପୁରୀ ଶ୍ରୀମନ୍ଦିର ପ୍ରତି କଠୋର ହୋଇଥିବା ଚର୍ଚ୍ଚା ହେଉଛି । ଦେଶର ସବୁ ପ୍ରସିଦ୍ଧ ମନ୍ଦିର ଖୋଲିଥିବା ବେଳେ ପୁରୀ ଶ୍ରୀମନ୍ଦିର ଖୋଲୁନଥିବାରୁ ଭକ୍ତଙ୍କ ଅସନ୍ତୋଷ ସବୁସୀମା ଅତିକ୍ରମ କରିଗଲାଣି । ଆଜି ଘୋଷଣା ହୋଇଥିବା ଅନଲକ୍ -୬ର ଗାଇଡ୍ ଲାଇନ କ୍ରମେ ରାଜ୍ୟରେ ମନ୍ଦିର ଓ ଅନ୍ୟ ଉପାସନାପୀଠଗୁଡ଼ିକୁ ଖୋଲିବା ସମ୍ପର୍କରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଏହି ଅନଲକ୍ ୬.୦ ମାର୍ଗଦର୍ଶିକାରେ କୁହାଯାଇଛି ଯେ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରମାନେ ସ୍ଥିତିର ସମୀକ୍ଷା କରି ଉପାସନାପୀଠଗୁଡ଼ିକୁ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ । ସେମାନେ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ଓ ପରିସ୍ଥିତିକୁ ଦେଖି ଉପଯୁକ୍ତ କରୋନା କଟକଣା ପାଳନ ସହ ଉପାସନାପୀଠ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ । ମୋଟ ଉପରେ କହିବାକୁ ଗଲେ ଭକ୍ତ ଓ ଭଗବାନଙ୍କ ମିଳନ କଲେକ୍ଟରଙ୍କ ହାତରେ ରହିଛି ।


କରୋନା ମହାମାରୀ ପାଇଁ ରାଜ୍ୟର ମନ୍ଦିର ଓ ଅନ୍ୟ ଉପାସନାପୀଠଗୁଡ଼ିକ ଦୀର୍ଘଦିନ ଧରି ବନ୍ଦ ରହିଥିବାରୁ ସେଗୁଡ଼ିକୁ ଯଥାଶୀଘ୍ର ଖୋଲିବାକୁ ସାଧାରଣରେ ଦାବି ହୋଇଆସୁଛି । ଭକ୍ତ ତା’ ଆରାଧ୍ୟଙ୍କ ଦର୍ଶନ ପାଉନଥିବାରୁ ମୁଣ୍ଡକୋଡି କାନ୍ଦୁଛି । ଭକ୍ତ ଆସୁନଥିବାରୁ ସେବାୟତମାନେ ମଧ୍ୟ ବିଚଳିତ ହୋଇପଡିଲେଣି । ପୁରୀ ଶ୍ରୀମନ୍ଦିର ସମେତ ଅନ୍ୟ ଦେବାଳୟଗୁଡ଼ିକୁ ଖୋଲିବା ପାଇଁ ସେବାୟତମାନେ ଦାବି କରିଆସୁଛନ୍ତି । ଏଥିପାଇଁ ସେମାନେ ଗତ ଅକ୍ଟୋବର ୭ରେ ବିଭିନ୍ନ ମନ୍ଦିର ଆଗରେ ଘଣ୍ଟ ଘଣ୍ଟି ବଜାଇ ପ୍ରତିବାଦ କରିଥିଲେ । ସେହିପରି କେତେକ ସେବାୟତ ପୁରୀ ଶ୍ରୀମନ୍ଦିର ଆଗରେ ଧାରଣାରେ ବସିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ