Masthead

ନମ୍ବର ୱାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପ୍ରକାଶ ପାଇଛି ଆଇସିସି ଦ୍ୱାରା ଦିନିକିଆରେ ଟପ୍-୧୦ ବ୍ୟାଟ୍ସମ୍ୟାନ ଓ ବୋଲର ମାନ୍ୟତା ତାଲିକା । ଦନିକିଆରେ ଟପ୍-୧୦ ବ୍ୟାଟ୍ସମ୍ୟାନ ତାଲିକାରେ ନମ୍ବର ୱାନ ସ୍ଥାନ ବଜାୟ ରଖିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି । ସେ ଦିନିକିଆରେ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି । ୮୭୦ ରେଟିଙ୍ଗ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି । ବିରାଟ ଅଷ୍ଟ୍ରେଅଲିଆ ଗସ୍ତରେ ଥିବା ତିନୋଟି ଦିନିକିଆ ମ୍ୟାଚରେ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ । ସେ ଦ୍ୱିତୀୟ ଦିନିକିଆରେ ୮୯ ରନ ଓ ତୃତୀୟ ଦିନିକିଆରେ ୬୩ ରନ ସଂଗ୍ରହ କରିଥିଲେ । ତାଙ୍କ ପଛକୁ ଭାରତୀୟ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଦ୍ୱତୀୟ ସ୍ଥାନରେ ରହିଛନ୍ତି ।

ସେ ବିରାଟଙ୍କ ପରି ମଧ୍ୟ ଏହି ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛନ୍ତି । ସେ ୮୪୨ ରେଟିଙ୍ଗ ପଏଣ୍ଟ ପାଇଛନ୍ତି । ତାଙ୍କ ପଛକୁ ୮୩୭ ରେଟିଙ୍ଗ ପଏଣ୍ଟ ସହ ପାକିସ୍ତାନ କ୍ରିକେଟର ବାବର ଅ।।ଜମ ତୃତୀୟ, ୮୧୮ ରେଟିଙ୍ଗପଏଣ୍ଟ ସହ ରସ୍ ଟେଲର ଚତୁର୍ଥ ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ଆରୋନ ଫିଞ୍ଚ, ଫାଫ୍ ଡ୍ୟୁପ୍ଲେସିସ୍, ଡେଭିଡ ୱାର୍ଣ୍ଣର, କେନ ୱିଲମସନ, ଡିକକ୍ ଓ ଜନ୍ନି ବେୟାରଷ୍ଟୋ ଟଥାକ୍ରମେ ପଞ୍ଚମ, ଷଷ୍ଠ, ସପ୍ତମ, ଅଷ୍ଟମ, ନବମ ଓ ଦଶମ ସ୍ଥାନରେ ରହିଛନ୍ତି । ସେହିପରି ଭାବରେ ବୋଲିଂ ତାଲିକାରେ ନ୍ୟୁଜଲ୍ୟାଣ୍ଡ ପେସ୍ ବୋଲର ଟ୍ରେଣ୍ଟ ବୋଲ୍ଟ ୭୨୨ ରେଟିଙ୍ଗ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଆଫଗାନୀସ୍ତାନ ସ୍ପିନର ମୁଜିବୁର ରେହମନ ୭୦୧ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ଏହି ତାଲିକାରେ ଏକମାତ୍ର ଭାରତୀୟ ଭାବେ ଯଶପ୍ରୀତ ବୁମ୍ରା ତୃତୀୟ ସ୍ଥାନରେ ରହିଛନ୍ତି । ସେ ୭୦୦ ରେଟିଙ୍ଗ ପଏଣ୍ଟ ପାଇଛନ୍ତି । ତାଙ୍କ ପରେ କ୍ରିସ ୱୋକ୍ସ ଚତୁର୍ଥ, କଗିସେ ରାବଡା ପଞ୍ଚମ, ଜୋସ ହେଜେଲଉଡ ଷଷ୍ଠ, ମହମ୍ମଦ ଆମିର ସପ୍ତମ, ପ୍ୟାଟ କମିନ୍ସ ଅଷ୍ଟମ, ମ୍ୟାଟ ହେନର ନବମ ଓ ଜୋଫ୍ରା ଆଚର ଦଶମ ସ୍ଥାନରେ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ