Before Header

ପିପିଲିରେ ବିଜେଡି ଦୁଇଫାଳ

0 22,169

ପୁରୀ (ବଡ଼ ଖବର ବ୍ୟୁରୋ): ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଖାଲି ପଡ଼ିଛି ଏହି ବିଧାନସଭା ଆସନ । ଆଗାମୀ ୬ମାସ ମଧ୍ୟରେ ଏଠାରେ ଉପନିର୍ବାଚନ ହେବାକୁ ଥିବାବେଳେ ପିପିଲି ନିର୍ବାଚନମଣ୍ଡଳୀରେ କିଏ ଧରିବ ବିଜେଡି ମଙ୍ଗ ତାକୁ ନେଇ ଚାଲିଛି ଅଙ୍କକଷା। ଏଭଳି ଅନେକ ବିଷୟ ଚର୍ଚ୍ଚାକୁ ଅ।ସୁଥବା ବେଳେ ପିପିଲି ବ୍ଲକ ସଭାପତିଙ୍କ ସମେତ ଛାମୁଆ ସଙ୍ଗଠନ ଓ ଛାତ୍ର ବିଜେଡି ମଧ୍ୟରେ ରହିଛି ଭିନ୍ନ ମତ । ଯାହାକୁ ନେଇ ଏବେ ସବୁଠି ଚାଲିଛି ଚର୍ଚ୍ଚା । ମହାରଥୀଙ୍କ ପରିବାର ଉପରେ ରହିଛି ସମସ୍ତଙ୍କ ନଜର। ସେପଟେ କଂଗ୍ରେସରୁ ଏକାଧିକ ଦାବିଦାର ଥିବାବେଳେ ପିପିଲି ଡେଲାଙ୍ଗ ନିର୍ବାଚନମଣ୍ଡଳୀର ବିଜେପି କର୍ମୀ ସର୍ବସମ୍ମତି କ୍ରମେ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ଦୃଢ଼ ଆଶା ଓ ବିଶ୍ୱାସ ରଖିଥିବା ମତ ରଖିଛନ୍ତି ।

ମହାରଥୀଙ୍କ ସ୍ଥାନରେ ଦଳ କାହାକୁ ପ୍ରାର୍ଥୀ କରିବ, ସେ ନେଇ କିଛି ସ୍ପଷ୍ଟ ହୋଇ ନ ଥିବା ବେଳେ ସୋସିଅ।ଲ ମିଡିଅ। ଅନେକ କିଛି ଇଙ୍ଗିତ କରୁଛି। ରାଜନିତୀଠାରୁ ଦୂରରେ ରହିଥିବା ମହାରଥୀଙ୍କ ପୁଅ ଓ ପତ୍ନୀ ରାଜନିତୀରେ ପାଦ ଥାପିବା ନେଇ ଅ।ଶା କରି ଦଳୀୟ କର୍ମୀ ସୋସିଅ।ଲ ମିଡିଅ।ରେ କରୁଥିବା ପୋଷ୍ଟରୁ ଏହା ସ୍ଫଷ୍ଟ କରୁଛି ଯେ ପିପିଲି ନିର୍ବାଚନମଣ୍ଡଳୀରେ ପ୍ରଦୀପଙ୍କ ସ୍ଥାନରେ ତାଙ୍କ ପତ୍ନୀ କି ପୁଅ ସିଧାସଳଖ ରାଜନୀତି ମଇଦାନକୁ ଓହ୍ଲାଇବେ। ଯାହାକୁ ନେଇ ଅ।ଶାବାଦୀ ଅଛନ୍ତି ବିଜେଡି କର୍ମୀ । ସ୍ୱର୍ଗତ ମହାରଥୀଙ୍କ ସ୍ତ୍ରୀ ପ୍ରତିଭା ମହାରଥୀ ପ୍ରାର୍ଥୀ ହେବା ନେଇ ବ୍ଲକ ବିଜେଡି ସଭାପତି ମତ ପ୍ରକାଶ କରିଛନ୍ତି । ସେପଟେ ପିପିଲି ଓ ଡେଲାଙ୍ଗ ବ୍ଲକରେ ଦୁଇଟି ଦଳୀୟ ସଭାରେ ପ୍ରତିଭାଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ସର୍ବସମ୍ମତ ମତ ପ୍ରକାଶ ପାଇଛି । ହେଲେ ଛାତ୍ର ବିଜେଡି ଏହାକୁ ସହଜରେ ଗ୍ରହଣ କରିପାରିନି । ପୁଅ ରୁଦ୍ର ପ୍ରତାପ ମହାରଥୀ ଉପନିର୍ବାଚନରେ ପ୍ରାର୍ଥୀ ହୁଅନ୍ତୁ ବୋଲି ଛାତ୍ର ବିଜେଡି ପକ୍ଷରୁ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ସମ୍ପାଦକ । ମହାରଥୀଙ୍କ ପରିବାରକୁ ଛାଡ଼ି ପିପିଲି ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ହେବା ପାଇଁ ଏକାଧିକ ଦାବିଦାର ଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଅରୂପ ପଟ୍ଟନାୟକ, ସନ୍ଧ୍ୟାବତୀ ପ୍ରଧାନ ପ୍ରମୁଖ କିଛି ବରିଷ୍ଠ ନେତା ମଧ୍ୟ ଦାବିଦାର ଥିବା ବେଳେ ପ୍ରାର୍ଥୀ ଚୟନରେ ବିଜେଡି ଅନୁକମ୍ପା କି ଆନୁଗତ୍ୟ କି ଯୋଗ୍ୟତାକୁ ମାପକାଠି କରିବ ତାହା ସମୟ କହିବ ।

ସେପଟେ ପିପିଲିରେ ଦୀର୍ଘ ୩୫ବର୍ଷ ଧରି ବିଜେଡିର ମହାରଥୀ ଏହି ଅ।ସନ ଦଖଲ କରି ଅ।ସୁଥିବା ବେଳେ ବିକାଶ କେବଳ କାଗଜ କଲମରେ ହୋଇଛି ବୋଲି ସମାଲୋଚନା କରିଛନ୍ତି ବିଜେପି କର୍ମୀ । ବିଜେପି ଜିଲ୍ଲା ସଭାପତିଙ୍କ ଉପରେ ଦୃଢ଼ ବିଶ୍ୱାସ ରଖିଥିବା ବେଳେ ଉପନିର୍ବାଚନରେ ବିଜେପି ବାଜିମାତ କରିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଜେପି ଯୁବ ନେତା ସୁବାଶିଷ ରଥ । ଯଦିଓ ଗତ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା ଏବେ ସେ ସ୍ଥିତି ନାହିଁ । ଜଣେ ମହିଳା ଭାବରେ ଦଳ ଯଦି ମୋ ଉପରେ ଆସ୍ଥା ପ୍ରକଟ କରେ ତେବେ ଆଶାନୁରୂପ ପ୍ରଦର୍ଶନ କରିବାରେ ଯଥାସମ୍ଭବ ଚେଷ୍ଟା କରିବି ବୋଲି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତ୍ରୀ ନିରୁପମା ପାତ୍ର ।

ଅନ୍ୟପକ୍ଷରେ ପିପିଲି ବିଜେଡିରେ ପ୍ରାର୍ଥୀତ୍ତ୍ୱକୁ ନେଇ ଭିନ୍ନ ମତ ରଖୁଥିବା ବିଜେଡି କର୍ମୀମାନେ ସୁପ୍ରିମୋଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଛନ୍ତି ନା ବିଦ୍ରୋହ କରୁଛନ୍ତି ତାହା ଆଲୋଚନାର ବିଷୟବସ୍ତୁ ଥିବା ବେଳେ ପିପିଲି ବିଜେପି କର୍ମୀ ଗତ ଥରର ପ୍ରାର୍ଥୀଙ୍କୁ ପୁନର୍ବାର ପ୍ରାର୍ଥୀ କରିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ତେବେ ଦେଖିବାକୁ ବାକି ରହିଲା ନିର୍ବାଚନମଣ୍ଡଳୀର ମତକୁ ନେଇ ପ୍ରାର୍ଥୀ ଚୟନ ହେଉଛି ନା ଦଳ ସୁପ୍ରିମୋଙ୍କ ନିଷ୍ପତ୍ତି ଲଦି ଦିଆଯାଉଛି ।

 

Leave A Reply

Your email address will not be published.