Masthead

ରିୟାଙ୍କ ଫିଲ୍ମ ଚର୍ଚ୍ଚାରେ, କାହିଁକି ଜାଣନ୍ତୁ…

ମୁମ୍ବାଇ (ବଡ ଖବର ବ୍ୟୁରୋ): କରୋନା ମହାମାରୀ ପାଇଁ ସମସ୍ତେ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଫିଲ୍ମ ଦୁନିଆ ମଧ୍ୟ ଏଥିରୁ ବାଦ ପଡିନାହିଁ । ଥିଏଟରଗୁଡିକ ବନ୍ଦ ହୋଇଯିବା ପରେ ସମସ୍ତ ଫିଲ୍ମ ଧୀରେ ଧୀରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଲାଗିଲା । ଏପରିକି ବିଗ ବଜେଟ ଫିଲ୍ମଗୁଡିକ ମଧ୍ୟ ଓଟିଟିରେ ରିଲିଜ ହେଲା । ମାତ୍ର ଅଳ୍ପ କିଛି ବିଗ ଷ୍ଟାରକାଷ୍ଟ ଥିବା ଫିଲ୍ମ ରିଲିଜ ନ ହୋଇ କରୋନା ସରିବାପରେ ରିଲିଜ କରିବାକୁ ଅପେକ୍ଷା ରଖିଛନ୍ତି । ଏହିଭଳି ପରିସ୍ଥିତିରେ କିଛି ସୁପରଷ୍ଟାରମାନଙ୍କ ଫିଲ୍ମ ଓଟିଟିରେ ରିଲିଜ ହେବା ନେଇ ଚର୍ଚ୍ଚା ଜୋରଧରିଛି । ଯାହା ମଧ୍ୟରେ ରହିଛି ବିଗ ବି ଅମିତାଭ ବଚ୍ଚନ, ଇମରାନ ହାସମି ଓ ବଙ୍ଗୀୟ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଷ୍ଟାରର ଅପକମିଙ୍ଗ ଫିଲ୍ମ ‘ଚେହରେ’ ଫିଲ୍ମଟି ପ୍ରଥମେ ଥିଏଟରରେ ରିଲିଜ ହେବ ବୋଲି ଶୁଣାଯାଉଥିଲା । ହେଲେ ଏହା ଓଟିଟିରେ ରିଲିଜ ହେବ ବୋଲି ନିର୍ମାତା ଜଣାଇଛନ୍ତି ।

ସମସ୍ତ ଓଟିଟି ପ୍ଲାଟଫର୍ମ ‘ଚେହରେ’ ଫିଲ୍ମର ରିଲିଜ ଦାୟିତ୍ୱ ନେବାପାଇଁ ଚାହୁଁଥିବା ବେଳେ ଡିଜନୀ ପ୍ଲସ ହଟଷ୍ଟାର ଏଥିରେ ବାଜିମାରି ନେଇଛି । ହଟଷ୍ଟାର ଏକ ପ୍ରିମିୟମ ବିକ୍ରିକରି ଚେହରେ ଫିଲ୍ମର ରିଲିଜ ଦାୟିତ୍ୱ ନିଜ ନାମରେ କରିଛନ୍ତି । ‘ଚେହରେ’ ଫିଲ୍ମର ନିର୍ମାତା ଫିଲ୍ମର ବିକ୍ରିରେ କିଛି ସର୍ତ୍ତ ଲଗାଇଥିଲେ । କିନ୍ତୁ କଣ ପାଇଁ ସବୁ ଓଟିଟି ପ୍ଲାଟଫର୍ମ ଏହି ଫିଲ୍ମଟିର ରିଲିଜ ଦାୟିତ୍ୱ ନେବାପାଇଁ ଚାହୁଁଛନ୍ତି ଭାବି ନିଶ୍ଚୟ ଦର୍ଶକ ଆଶ୍ଚର୍ଯ୍ୟ ହେଉଥିବେ! ତେବେ ଏହାର କାରଣ ହେଉଛି ଫିଲ୍ମର ବିଗ ଷ୍ଟାରକାଷ୍ଟ । ଏଥିସହ ଫିଲ୍ମରେ ରିୟା ଚକ୍ରବର୍ତ୍ତୀଙ୍କ ଉପସ୍ଥିତି ମଧ୍ୟ ଫିଲ୍ମକୁ ବହୁମାତ୍ରାରେ ଚର୍ଚ୍ଚିତ ବନାଇଛି । କାରଣ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁପରେ ରିୟା ଚକ୍ରବର୍ତ୍ତୀ ବହୁ ମାସ ଧରି ଚର୍ଚ୍ଚାରେ ଥିଲେ । ରିୟାଙ୍କୁ ନେଇ ପ୍ରସ୍ତୁତ କିଛି ବି ଖବର ଥାଏ ସର୍ବଦା ହେଡଲାଇନ୍ସରେ । ଏଥିପାଇଁ ନିର୍ମାତା ରିୟାଙ୍କୁ ଫିଲ୍ମରେ ନେଇ ଫିଲ୍ମର ପପୁଲାରିଟି ବଢାଇବା ପାଇଁ ଚାହୁଁଛନ୍ତି । ‘ଚେହରେ’ଫିଲ୍ମର ରିଲିଜ ଡେଟ ସାମ୍ନାକୁ ଆସିନାହିଁ । କିନ୍ତୁ ଏବେଠାରୁ ଫିଲ୍ମଟି ରହୁଛି ଖୁବ୍ ଚର୍ଚ୍ଚାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ