Masthead

କରୋନା କାଳରେ ଜୀବନକୁ ବାଜି ଲଗାଉଛନ୍ତି ନର୍ସ, ଉତ୍ସର୍ଗ ହୋଇଛି ଗୋଟିଏ ଦିନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିପଦ ହୋଇଛି ମହାମାରୀ । ଜାରି ରହିଥିବା ଦ୍ୱିତୀୟ ଲହରରେ ପ୍ରତିଦିନ ସଂକ୍ରମିତ ହେଉଛନ୍ତି ଲକ୍ଷ ଲକ୍ଷ ଲୋକ । ବହୁ ରୋଗୀ ଘରେ ଚିକିତ୍ସିତ ହେଉଥିବା ବେଳେ ଅଧିକାଂଶ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସମୟ ଏମିତି ଯେ, ନିଜ ଲୋକମାନେ ବି ସାହା ହୋଇପାରୁନାହାନ୍ତି । ଆଉ ହସ୍ପିଟାଲରେ କାର୍ଯ୍ୟ କରୁଥିବା ନର୍ସମାନେ ହିଁ ରୋଗୀଙ୍କ ସାହାରା ପାଲଟିଛନ୍ତି । ଗୁରୁତର ରୋଗୀଙ୍କୁ ବଞ୍ଚାଇବା ପାଇଁ ଅହରହ ସଂଘର୍ଷ କରୁଛନ୍ତି ସେମାନେ । ରୋଗୀମାନେ ତ ସଂଘର୍ଷ କରୁଛନ୍ତି । କିନ୍ତୁ ନିଜ ଜୀବନକୁ ବାଜିରେ ଲଗାଇ ରୋଗୀଙ୍କ ଜୀବନ ଫେରାଇ ଆଣିବାକୁ ବି ସଂଘର୍ଷ କରୁଛନ୍ତି ନର୍ସ ।

କରୋନାର ଏପରି ସମୟରେ କିଛି ନର୍ସ କୋଭିଡ଼ ୱାର୍ଡରେ କାର୍ଯ୍ୟ କରୁଥିବା କାରଣରୁ ଦୀର୍ଘ ଏକ ବର୍ଷ ହେବ ନିଜ ପରିବାରକୁ ଭେଟି ନଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ସେମାନଙ୍କର ଏହି ତ୍ୟାଗ, ସଂଘର୍ଷ ହିଁ ରୋଗୀଙ୍କୁ ନୂଆ ଜୀବନ ଦେବାରେ ସହାୟକ ହେଉଛି । ପ୍ରତିବର୍ଷ ମେ ୧୨ତାରିଖରେ ଅନ୍ତର୍ଜାତୀୟ ନର୍ସ ଦିବସ ପାଳନ କରାଯାଉଛି । ଆଧୁନିକ ନର୍ସିଂର ପ୍ରତିଷ୍ଠାତା ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଜନ୍ମଦିନକୁ ୧୯୭୪ରୁ ‘ଅନ୍ତର୍ଜାତୀୟ ନର୍ସ ଦିବସ’ ଭାବେ ପାଳନ କରାଯାଉଛି ।

କରୋନା ମୁକାବିଲାରେ ନର୍ସ ମାନେ ସବୁବେଳେ ଆଗରେ ରହିଆସିଥାନ୍ତି । ଗବେଷକ ମାନେ ପ୍ରୟୋଗଶାଳାରେ ଭୂତାଣୁ ସହ ଯୁଦ୍ଧ କରୁଥିବା ବେଳେ ଭୂତାଣୁ ବହନ କରୁଥିବା ଅସଂଖ୍ୟ ରୋଗୀଙ୍କ ସେବାରେ ନର୍ସମାନେ ନିୟୋଜିତ ରହିଛନ୍ତି । ମହାମାରୀ ସମୟରେ ସେମାନଙ୍କ ତ୍ୟାଗ ଅପୂରଣୀୟ । ଏଭଳି ମହାନ ସମ୍ମୁଖ ଯୋଦ୍ଧାଙ୍କୁ ଅନ୍ତର୍ଜାତୀୟ ନର୍ସ ଦିବସର ଶୁଭେଚ୍ଛା ଓ ଶୁଭକାମନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା