Masthead

୨ରୁ ୧୮ବର୍ଷ ବୟସବର୍ଗଙ୍କ ଶରୀରରେ ପରୀକ୍ଷଣ କରାଯିବ କୋଭାକ୍ସିନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନାର ତୃତୀୟ ଲହରରେ ପିଲାମାନଙ୍କ ପାଇଁ ଅଧିକ ବିପଦ ରହିଛି । ତେବେ ଏହାକୁ ନଜରରେ ରଖି ୨ରୁ ୧୮ ବର୍ଷ ବୟସବର୍ଗର ଟିକାକରଣ ପାଇଁ ଭାରତ ବାୟାଟେକ ଟିକାକୁ ଅନୁମୋଦନ ମିଳିଛି । ୨ରୁ ୧୮ବର୍ଷ ବୟସ୍କବର୍ଗଙ୍କ ଶରୀରରେ ପ୍ରୟୋଗ ହୋଇ ପାରିବ କୋଭାକ୍ସିନ । ମଙ୍ଗଳବାର ଏକ ବିଶେଷଜ୍ଞ କମିଟି ଭାରତ ବାୟୋଟେକର କୋଭିଡ୍-୧୯ ଟିକାକୁ ଅନୁମତି ଦେଇଥିବା ଜଣା ପଡ଼ିଛି । ଏମସ ଦିଲ୍ଲୀ, ଏମସ ପାଟନା ଏବଂ ନାଗପୁରସ୍ଥିତ ମେଡିଟ୍ରିଆନ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ସହ ଅନ୍ୟ ୫୨୫ଜଣ ସ୍ୱେଚ୍ଛାସେବୀଙ୍କ ଶରୀରରେ ପ୍ରଥମେ ଏହି ଟିକା ପରୀକ୍ଷା କରାଯିବ ।

୨ରୁ ୧୮ବର୍ଷ ବୟସବର୍ଗଙ୍କ ଶରୀରରେ କୋଭାକ୍ସିନର ପ୍ରତିକ୍ରିୟା ଏବଂ ରୋଗ ପ୍ରତିରୋଧକ ଶକ୍ତିର ମୂଲ୍ୟାୟନ କରିବାକୁ ଭାରତ ବାୟୋଟେକ ଆବେଦନ କରିଥିଲା । ଯାହାକୁ ମଙ୍ଗଳବାର ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ଼ କଣ୍ଟ୍ରୋଲ ଅର୍ଗାନାଇଜେସନର ଦି ସବଜେକ୍ଟ ଏକ୍ସପର୍ଟ କମିଟି ମଞ୍ଜୁର କରିଛି । ତେବେ ଏହି ପରୀକ୍ଷଣ ପାଇଁ କିଛି ମଧ୍ୟ ରଖାଯାଇଛି । ତୃତୀୟ ପର୍ୟ୍ୟାୟ ପରୀକ୍ଷଣ ପୂର୍ବରୁ କମ୍ପାନି ‘ଡିଏସ୍‌ଏମ୍‌ବି’ ଅନୁମୋଦନ ସହିତ ୨ୟ ପର୍ୟ୍ୟାୟର ମଧ୍ୟବର୍ତ୍ତୀକାଳୀନ ନିରାପତ୍ତା ତଥ୍ୟ ‘ସିଡିଏସ୍‌ସିଓ’ଙ୍କୁ ପ୍ରଦାନ କରିବେ । ସମ୍ପୂର୍ଣ୍ଣ କ୍ଲିନିକାଲ ଟ୍ରାଏଲ ପ୍ରୋଟକଲ ଦାଖଲ କରିବା କମ୍ପାନି । ତେବେ ବର୍ତ୍ତମାନ ଆଇସିଏମଆରର ସହଯୋଗରେ ଭାରତ ବାୟୋଟେକ ଦ୍ୱାରା କୋଭାକ୍ସିନ ସାରା ଦେଶରେ ଟିକାକରଣ ଅଭିଯାନରେ ବ୍ୟବହାର କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ