୨ରୁ ୧୮ବର୍ଷ ବୟସବର୍ଗଙ୍କ ଶରୀରରେ ପରୀକ୍ଷଣ କରାଯିବ କୋଭାକ୍ସିନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନାର ତୃତୀୟ ଲହରରେ ପିଲାମାନଙ୍କ ପାଇଁ ଅଧିକ ବିପଦ ରହିଛି । ତେବେ ଏହାକୁ ନଜରରେ ରଖି ୨ରୁ ୧୮ ବର୍ଷ ବୟସବର୍ଗର ଟିକାକରଣ ପାଇଁ ଭାରତ ବାୟାଟେକ ଟିକାକୁ ଅନୁମୋଦନ ମିଳିଛି । ୨ରୁ ୧୮ବର୍ଷ ବୟସ୍କବର୍ଗଙ୍କ ଶରୀରରେ ପ୍ରୟୋଗ ହୋଇ ପାରିବ କୋଭାକ୍ସିନ । ମଙ୍ଗଳବାର ଏକ ବିଶେଷଜ୍ଞ କମିଟି ଭାରତ ବାୟୋଟେକର କୋଭିଡ୍-୧୯ ଟିକାକୁ ଅନୁମତି ଦେଇଥିବା ଜଣା ପଡ଼ିଛି । ଏମସ ଦିଲ୍ଲୀ, ଏମସ ପାଟନା ଏବଂ ନାଗପୁରସ୍ଥିତ ମେଡିଟ୍ରିଆନ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ସହ ଅନ୍ୟ ୫୨୫ଜଣ ସ୍ୱେଚ୍ଛାସେବୀଙ୍କ ଶରୀରରେ ପ୍ରଥମେ ଏହି ଟିକା ପରୀକ୍ଷା କରାଯିବ ।

୨ରୁ ୧୮ବର୍ଷ ବୟସବର୍ଗଙ୍କ ଶରୀରରେ କୋଭାକ୍ସିନର ପ୍ରତିକ୍ରିୟା ଏବଂ ରୋଗ ପ୍ରତିରୋଧକ ଶକ୍ତିର ମୂଲ୍ୟାୟନ କରିବାକୁ ଭାରତ ବାୟୋଟେକ ଆବେଦନ କରିଥିଲା । ଯାହାକୁ ମଙ୍ଗଳବାର ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ଼ କଣ୍ଟ୍ରୋଲ ଅର୍ଗାନାଇଜେସନର ଦି ସବଜେକ୍ଟ ଏକ୍ସପର୍ଟ କମିଟି ମଞ୍ଜୁର କରିଛି । ତେବେ ଏହି ପରୀକ୍ଷଣ ପାଇଁ କିଛି ମଧ୍ୟ ରଖାଯାଇଛି । ତୃତୀୟ ପର୍ୟ୍ୟାୟ ପରୀକ୍ଷଣ ପୂର୍ବରୁ କମ୍ପାନି ‘ଡିଏସ୍‌ଏମ୍‌ବି’ ଅନୁମୋଦନ ସହିତ ୨ୟ ପର୍ୟ୍ୟାୟର ମଧ୍ୟବର୍ତ୍ତୀକାଳୀନ ନିରାପତ୍ତା ତଥ୍ୟ ‘ସିଡିଏସ୍‌ସିଓ’ଙ୍କୁ ପ୍ରଦାନ କରିବେ । ସମ୍ପୂର୍ଣ୍ଣ କ୍ଲିନିକାଲ ଟ୍ରାଏଲ ପ୍ରୋଟକଲ ଦାଖଲ କରିବା କମ୍ପାନି । ତେବେ ବର୍ତ୍ତମାନ ଆଇସିଏମଆରର ସହଯୋଗରେ ଭାରତ ବାୟୋଟେକ ଦ୍ୱାରା କୋଭାକ୍ସିନ ସାରା ଦେଶରେ ଟିକାକରଣ ଅଭିଯାନରେ ବ୍ୟବହାର କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’