Masthead

ରାଜ୍ୟ ରାଜନୀତିରେ ମୁଖ୍ୟମନ୍ତ୍ରୀ ତଡକା, କିଏ ନେବେ କେତେବେଳେ ଶପଥ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ରାଜନୀତିରେ ମୁଖ୍ୟମନ୍ତ୍ରୀ ତଡକା । କିଏ ନେବେ କେତେବେଳେ ଶପଥ । ତାରିଖ ଘୋଷଣା କଲେ ବିଜେପି-ବିଜେଡି । ୧୦ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜଣେ ଓଡ଼ିଶା । ଜୁନ ୪ ତାରିଖରେ ବିଜେଡିର ଏକ୍ସପାଏରୀ ଡେଟ୍ ରହିଛି । ୬ରେ କିଏ ହେବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସେନେଇ ନିଷ୍ପତ୍ତି ହେବ ନିଆଯିବ । ବ୍ରହ୍ମପୁର ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିବା ପରେ ଭବାନୀପାଟଣାରେ ଏହାକୁ କାଉଂଟର କରିଛନ୍ତି ଭିକେ ପାଣ୍ଡିଆନ । ମୋଦିଙ୍କ ତାରିଖ ଘୋଷଣାକୁ କାଉଂଟର କରି ଆଉ ଏକ ପାଦ ଆଗକୁ ବଢି ସେ ତାରିଖ ସହ ସମୟ ମଧ୍ୟ କହିଦେଇଛନ୍ତି ।

ଜୁନ ୯ ତାରିଖ ଦିନ ୧୧ଟା ୩୦ରୁ ୧.୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶପଥ ନେବେ କହିଛନ୍ତି ପାଣ୍ଡିଆନ । ଏହାର କିଛି କ୍ଷଣ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପାଣ୍ଡିଆନ କହୁଛନ୍ତି ଯେ ‘ସାର ବିଜେପି କହୁଛନ୍ତି ଓଡ଼ିଶାରେ ସେମାନେ ସରକାର ଗଠନ କରିବେ । ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ, ‘ବହୁତ ଦିନ ହେଲା ବିଜେପି ଦିନରେ ଦିବାସ୍ୱପ୍ନ ଦେଖୁଛନ୍ତି’ । ମୋଦିଙ୍କ ୧୦ ଓ ବିଜେଡିର ୯ ତାରିଖ ମୁଖ୍ୟମନ୍ତ୍ରୀ ଶପଥ ଉତ୍ସବ ପଲିଟିକ୍ସ ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି । ଗୋଟିଏ ଦଳ ଅନ୍ୟ ଦଳର ଦୁର୍ବଳତାକୁ ଦେଖି ଏଭଳି ମନ୍ତବ୍ୟ ଦେଇଥିବା ଜଣାପଡ଼ିଛି । ସମୟ କହିବ ଓଡ଼ିଶାର କିଏ ହେବ ମୁଖ୍ୟମନ୍ତ୍ରୀ । କିଏ କେବେ ନେବ ଶପଥ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ