ମୌସୁମୀ ଅଧିବେଶନର ତୃତୀୟ ଦିନ, ସରଗରମ ରହିବ ଗୃହ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୌସୁମୀ ଅଧିବେଶନର ତୃତୀୟ ଦିନରେ ବି ଗୃହ କାର୍ଯ୍ୟ ବେଶ ସରଗରମ ରହିବ । ସାର ଅଭାବକୁ ନେଇ ଗୃହର ସବୁ କାର୍ଯ୍ୟକୁ ବାତିଲ କରି ସ୍ୱତନ୍ତ୍ର ଆଲୋଚନା କରିବା ଦାବିରେ ବିଜେଡି ଅଡି ରହିଛି ।ଯାହାକୁ ନେଇ ଗୃହ ଓ ଗୃହ ବାହାରେ ବିଜେଡି ସରକାରଙ୍କୁ ଶାଣିତ ସ୍ବରରେ ସମାଲୋଚନା କରି ଆସୁଛି । ସେହିପରି କଂଗ୍ରେସ ଦଳ ଅନାସ୍ଥା ନୋଟିସ ଆଣି ଗୃହରେ ଆଲୋଚନା ପାଇଁ ସୁଯୋଗ ଅପେକ୍ଷାରେ ଅନାଇ ବସିଛି । ଦୁଇ ବିରୋଧୀଙ୍କ ଭିନ୍ନ ଭିନ୍ନ ରଣନୀତି ଓ ଦାବି ଯୋଗୁ ଗୃହ କାର୍ଯ୍ୟ ଚାଲିପାରୁ ନାହିଁ ।

ଗୃହର ଅଚଳ ଅବସ୍ଥା ପାଇଁ ଉଭୟ ଶାସକ ଓ ବିରୋଧୀ ପରସ୍ପର ଉପରେ ଦୋଷ ଲଦାଲଦିରେ ମାତିଥିବା ବେଳେ କଂଗ୍ରେସ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣି ଘେରିବାକୁ ଚାହିଁଛନ୍ତି ବିଜେପି ବିଧାୟକ ପଦ୍ମୋଲୋଚନ ପଣ୍ଡା । ସେପଟେ ଆଜି ଗୃହରେ ମହିଳା ଓ ଶିଶୁ ବିକାଶ, ନିର୍ମାଣ, ପର୍ଯ୍ୟଟନ, ଅବକାରୀ, ମିଶନ ଶକ୍ତି ଏବଂ ଆଇନ ବିଭାଗର ଗୁରୁତ୍ତ୍ୱପୂର୍ଣ୍ଣ ପ୍ରଶ୍ନକାଳ ରହିଥିବା ବେଳେ ଆଜି ବିଜେଡି ଗୃହରେ ମୁଲତବୀ ପ୍ରସ୍ତାବ ଆଣିବ। ଅନାସ୍ଥାକୁ ନେଇ ବିଜେପି ଓ କଂଗ୍ରେସ ମୁହାମୁହିଁ ହୋଇଛନ୍ତି । ଏପରି ସ୍ଥିତିରେ ଗୃହ କାର୍ୟ୍ୟ ସ୍ଵାଭାବିକ ଚାଲି ପାରିବ କି ନାହିଁ ତାକୁ ନେଇ ସମସ୍ତଙ୍କ ମନରେ ସସ୍ପେନ୍ସ ଲାଗି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’