Masthead

ଖୁଲମଖୁଲା ଚାଲିଛି ଜୁଆଖେଳ

ଆଳି (ବଡ଼ ଖବର ବ୍ୟୁରୋ): ବର୍ତ୍ତମାନ ପରିସ୍ଥିତିରେ ସାରା ଦେଶରେ କରୋନା ମହାମାରୀ ପୁଣି ଥରେ ତାର କାୟା ବିସ୍ତାର କରୁଥିବା ବେଳେ, ରାଜ୍ୟ ସରକାର କରୋନା ମହାମାରୀରୁ କେମିତି ବଞ୍ଚି ହେବ, ଏହାକୁ ନେଇ  କରୋନା ନିୟମ କଡାକଡି କରିଛନ୍ତି । ହେଲେ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଢିଅସାହି ଗ୍ରାମରେ ଦେଖିବାକୁ ମିଳିଛି ସମ୍ପୂର୍ଣ୍ଣ ଭିନ୍ନ ଦୃଶ୍ୟ । ରାଜ୍ୟ ସରକାର ଜାରି କରିଥିଲେ କି ଯାତ୍ରାକୁ କେବଳ ୨୦୦୦ ଲୋକ ଯାଇ ପାରିବେ ଓ ସମସ୍ତ ଦର୍ଶକ ମାସ୍କ ବ୍ୟବହାର କରିବେ, ଏବଂ ଦୂରତ୍ବ ବଜାଇ ରଖିବେ । ହେଲେ ଢିଅସାହିର ବସନ୍ତ ବଗିଚା ନାମକ ଯାତ୍ରାରେ ଆସନ୍ତା ଦୁଇ ଦିନ ହେବ ଦେଖିବାକୁ ମିଳିଥିଲା ସମ୍ପର୍ଣ୍ଣ ଅଲଗା ଦୃଶ୍ୟ ।

ନା ମାସ୍କ କେହି ବ୍ୟବହାର କରିଥିଲେ ନା ସାମାଜିକ ଦୂରତା ଦେଖିବାକୁ ମିଳିନଥିଲା । ଏହା ଠୁ ବଡକଥା ସେଠାରେ ସଂପୂର୍ଣ୍ଣଭାବେ ପ୍ରତିଦିନ ରାତି ହେଲେ ଖୁଲମ୍-ଖୁଲା ଚାଲୁଛି ଜୁଆର ଆଡ୍ଡା ଓ ମଦ ମାଂସର ଆଶରା । ଜୁଆ ପାଲି ପଡୁଛି ଆଉ ଟଙ୍କାପଇସାର ଖେଳ ଚାଲିଛି I ଚର୍ତୁପାର୍ଶ୍ବରେ ଲାଗିଛି ଜୁଆଡ଼ୀମାନଙ୍କ ଗହଳି,ଏବଂ ମଦ ପିଇ କିଭଲି ନିଶାସକ୍ତ ଅବସ୍ଥାରେ ଶୋଇଛନ୍ତି ଯୁବକ । ତିଳେ ମାତ୍ର ଡର ନାହିଁ ଚାଲିଛି ମୌଜମସ୍ତି। ରାଜ୍ୟ ସରକାଙ୍କ ଏସଓପିକୁ ଖାତିରି ନକରି ଚାଲିଛି ଯାତ୍ରାର ଆଶରା ।

ନା ସାମାଜିକ ଦୂରତା ଅଛି ନା କେହି ମୁହଁରେ ମାସ୍କ ବ୍ୟବହାର କରିଛନ୍ତି ଯାତ୍ରା ଦେଖିବାରେ ସମସ୍ତେ ବ୍ୟସ୍ତ ଆଉ ଯାତ୍ରାର ଆୟୋଜକକୁ ମାନିବାକୁ ପଡ଼ିବ । କିଭଳି ଲୋକମାନଙ୍କ ସୁରକ୍ଷାକୁ ଦୃଷ୍ଟି ନଦେଇ ଏଭଳି ଆୟୋଜନ କରିଛନ୍ତି। ତବେ ଏଠାରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯଦି ଏଠାରେ ଖୁଲମଖୁଲା ଆଇନର ଉଲଘଂନ ହେଉଛି ଏବଂ ସରକାରଙ୍କ ଏସଓପିର ତିଳେମାତ୍ର ପାଳନ ହେଉନାହିଁ ତେବେ ଏଠାକାର ପୋଲିସ ପ୍ରଶାସନ କଣ କରୁଛି । ନା ସବୁ ଜାଣି ନିଦ୍ରାରେ ଶୋଇଛନ୍ତି ପୋଲିସବାବୁମାନେ।  ବିଶେଷ ସୂତ୍ରରୁ  ଜଣାପଡିଛି କି ଜୁଆ ଖେଳାଳି ମାନଙ୍କଠୁ ପୋଲିସବାବୁମାନେ କିଛି ଟଙ୍କା ଲାଞ୍ଚ ନେଇ ଏ ଜାଗାକୁ ଆସୁ ନାହାନ୍ତି ବୋଲି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା