Masthead

ଏ-ୱାନରେ କେହି ପାସ କଲେନି

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ମାଧ୍ୟାମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷର ମ୍ୟାଟ୍ରିକ ସପ୍ଲିମେଣ୍ଟାରି ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇଛି । ଚଳିତ ବର୍ଷ ସପ୍ଲିମେଣ୍ଟାରି ପରୀକ୍ଷାରେ ପାସ ହାର ୭୦.୯୪ ପ୍ରତିଶତ ଥିବା ବେଳେ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ପାସ ହାର ୭୫.୬୭ ପ୍ରତିଶତ ରହିଛି । ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା ପାଇଁ ୨୨ ହଜାର ୬୬୧ଜଣ ପରୀକ୍ଷାର୍ଥୀ ଫର୍ମପୁରଣ କରିଥିବା ବେଳେ ୨୧ହଜାର ୪୮୭ଜଣ ପରୀକ୍ଷା ଦେଇଥିଲେ । ୧୧୭୪ ଜଣ ଅନୁପସ୍ଥିତ ରହିଥିଲେ । କପିକରି ୨୫ଜଣ ମାଲପ୍ରାକ୍ଟିସରେ ବୁକ ହୋଇଥିଲେ । ମୋଟ ୧୫ହଜାର ୨୪୪ଜଣ ପାସ କରିଛନ୍ତି ।
ପାସ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଏ-ୱାନ ଗ୍ରେଡ଼ରେ କେହି ଜଣେ ମଧ୍ୟ ପାସ କରିପାରି ନଥିବା ବେଳେ ଏ-ଟୁ ଗ୍ରେଡ଼ରେ ୧୦ଜଣ, ବି- ୱାନରେ ୧୯୫ଜଣ, ବି-ଟୁରେ ୯୩୦ଜଣ, ସି ଗ୍ରେଡ଼ରେ ୧୯୦୨ଜଣ, ଡ଼ି ଗ୍ରେଡ଼ରେ ୩୧୪୦ଜଣ ଓ ଇଗ୍ରେଡ଼ରେ ୯୦୬୭ଜଣ ପାସ କରିଛନ୍ତି ।

ସେହିଭଳି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ପାଇଁ ୧୨ହଜାର ୯୪୦ଜଣ ଫର୍ମ ପୁରଣ କରିଥିବା ବେଳେ ୧୨ହଜାର ୫୩୮ଜଣ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ୬୩ଜଣଙ୍କୁ ମାଲପ୍ରାକ୍ଟିସରେ ବୁକ କରାଯାଇଥିଲା । ମୋଟ ୧୨ହଜାର ୪୭୫ ପରୀକ୍ଷାର୍ଥୀଙ୍କ ଫଳ ପ୍ରକାଶ ପାଇଥିଲେ । ସେମାନଙ୍କ ମଧ୍ୟରୁ ଏ-ୱାନ ଗ୍ରେଡରେ ଜଣେ, ଏ-ଟୁ ଗ୍ରେଡ଼ରେ ୨୮୨ଜଣ, ବି- ୱାନ ଗ୍ରେଡ଼ରେ ୧୫୬୯ଜଣ, ବି-ଟୁ ଗ୍ରେଡ଼ରେ ୨୪୨୨ଜଣ, ସି ଗ୍ରେଡ଼ରେ ୨୨୬୧ଜଣ, ଡି ଗ୍ରେଡରେ ୨୦୧୧ଜଣ ଓ ଇ ଗ୍ରେଡରେ ୯୪୨ଜଣଙ୍କୁ ମିସାଇ ମୋଟ ୯୪୮୮ଜଣ ପାସ କରିଥିବା ବେଳେ ୨୮୦୬ଜଣ ଅକୃତକାର୍ଯ୍ୟ ହୋଇଛନ୍ତି ।
କରୋନା କାରଣରୁ ସପ୍ଲିମେଣ୍ଟାରି ପରୀକ୍ଷାରେ ପ୍ରତି ବିଷୟ ପିଛା ୧୦୦ ମାର୍କ ବଦଳରେ ୮୦ ମାର୍କ କରାଯାଇଥିଲା । ସେଥିରୁ ୫୦ ମାର୍କ ସଂକ୍ଷିପ୍ତ ଉତ୍ତର ମୂଳକ ଓ ୩୦ ମାର୍କ ଦିର୍ଘ ଉତ୍ତର ମୂଳକ ପ୍ରଶ୍ନ ଥିଲା । ପରୀକ୍ଷା ପାଇଁ ୨.୩୦ ଘଣ୍ଟା ବଦଳରେ ୨ଘଣ୍ଟାର ସମୟ ଦିଆଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା