Masthead

ଏ-ୱାନରେ କେହି ପାସ କଲେନି

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ମାଧ୍ୟାମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷର ମ୍ୟାଟ୍ରିକ ସପ୍ଲିମେଣ୍ଟାରି ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇଛି । ଚଳିତ ବର୍ଷ ସପ୍ଲିମେଣ୍ଟାରି ପରୀକ୍ଷାରେ ପାସ ହାର ୭୦.୯୪ ପ୍ରତିଶତ ଥିବା ବେଳେ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ପାସ ହାର ୭୫.୬୭ ପ୍ରତିଶତ ରହିଛି । ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା ପାଇଁ ୨୨ ହଜାର ୬୬୧ଜଣ ପରୀକ୍ଷାର୍ଥୀ ଫର୍ମପୁରଣ କରିଥିବା ବେଳେ ୨୧ହଜାର ୪୮୭ଜଣ ପରୀକ୍ଷା ଦେଇଥିଲେ । ୧୧୭୪ ଜଣ ଅନୁପସ୍ଥିତ ରହିଥିଲେ । କପିକରି ୨୫ଜଣ ମାଲପ୍ରାକ୍ଟିସରେ ବୁକ ହୋଇଥିଲେ । ମୋଟ ୧୫ହଜାର ୨୪୪ଜଣ ପାସ କରିଛନ୍ତି ।
ପାସ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଏ-ୱାନ ଗ୍ରେଡ଼ରେ କେହି ଜଣେ ମଧ୍ୟ ପାସ କରିପାରି ନଥିବା ବେଳେ ଏ-ଟୁ ଗ୍ରେଡ଼ରେ ୧୦ଜଣ, ବି- ୱାନରେ ୧୯୫ଜଣ, ବି-ଟୁରେ ୯୩୦ଜଣ, ସି ଗ୍ରେଡ଼ରେ ୧୯୦୨ଜଣ, ଡ଼ି ଗ୍ରେଡ଼ରେ ୩୧୪୦ଜଣ ଓ ଇଗ୍ରେଡ଼ରେ ୯୦୬୭ଜଣ ପାସ କରିଛନ୍ତି ।

ସେହିଭଳି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ପାଇଁ ୧୨ହଜାର ୯୪୦ଜଣ ଫର୍ମ ପୁରଣ କରିଥିବା ବେଳେ ୧୨ହଜାର ୫୩୮ଜଣ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ୬୩ଜଣଙ୍କୁ ମାଲପ୍ରାକ୍ଟିସରେ ବୁକ କରାଯାଇଥିଲା । ମୋଟ ୧୨ହଜାର ୪୭୫ ପରୀକ୍ଷାର୍ଥୀଙ୍କ ଫଳ ପ୍ରକାଶ ପାଇଥିଲେ । ସେମାନଙ୍କ ମଧ୍ୟରୁ ଏ-ୱାନ ଗ୍ରେଡରେ ଜଣେ, ଏ-ଟୁ ଗ୍ରେଡ଼ରେ ୨୮୨ଜଣ, ବି- ୱାନ ଗ୍ରେଡ଼ରେ ୧୫୬୯ଜଣ, ବି-ଟୁ ଗ୍ରେଡ଼ରେ ୨୪୨୨ଜଣ, ସି ଗ୍ରେଡ଼ରେ ୨୨୬୧ଜଣ, ଡି ଗ୍ରେଡରେ ୨୦୧୧ଜଣ ଓ ଇ ଗ୍ରେଡରେ ୯୪୨ଜଣଙ୍କୁ ମିସାଇ ମୋଟ ୯୪୮୮ଜଣ ପାସ କରିଥିବା ବେଳେ ୨୮୦୬ଜଣ ଅକୃତକାର୍ଯ୍ୟ ହୋଇଛନ୍ତି ।
କରୋନା କାରଣରୁ ସପ୍ଲିମେଣ୍ଟାରି ପରୀକ୍ଷାରେ ପ୍ରତି ବିଷୟ ପିଛା ୧୦୦ ମାର୍କ ବଦଳରେ ୮୦ ମାର୍କ କରାଯାଇଥିଲା । ସେଥିରୁ ୫୦ ମାର୍କ ସଂକ୍ଷିପ୍ତ ଉତ୍ତର ମୂଳକ ଓ ୩୦ ମାର୍କ ଦିର୍ଘ ଉତ୍ତର ମୂଳକ ପ୍ରଶ୍ନ ଥିଲା । ପରୀକ୍ଷା ପାଇଁ ୨.୩୦ ଘଣ୍ଟା ବଦଳରେ ୨ଘଣ୍ଟାର ସମୟ ଦିଆଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର