Masthead

ବିକୁଥିଲେ ଦୂଷିତ ପାଣି

ଭୁବନେଶ୍ୱର, ( ବଡ଼ ଖବର ବ୍ୟୁରୋ ): କ’ଣ ଆପଣ ବଜାରରୁ ବୋତଲ ପାଣି କିଣି ପିଉଛନ୍ତି କି ? ତେବେ ହେଇଯାଆନ୍ତୁ ସାବଧାନ ! କାରଣ ଆପଣ ଯାହାକୁ ବ୍ରାଣ୍ଡର ପାଣି ଭାବି ପିଇଛନ୍ତି ସେ ନକଲି ହୋଇପାରେ । ବଜାଜରରେ ନକଲି ସସ୍, ଇଞ୍ଜିନ ଅଏଲେ, ଘିଅ, ଧୂପକାଠି, ଗୁଟୁଖା ପରେ ଏବେ ମିଳୁଛି ନକଲି ପାଣି । ଗୁରୁବାର ରାଜଧାନୀରୁ ଏଭଳି ଏକ ନକଲି ପାଣି ଫ୍ୟାକ୍ଟ୍ରିକୁ ଠାବ କରିଛି ଚନ୍ଦକା ଥାନା ପୋଲିସ । ଏହି ମାମଲାରେ ଦୁଇଜଣକୁ ଗିରଫ କରିବା ସହ ଷ୍ଟିକର ତିଆରି ମେସିନ ଓ ବିଭିନ୍ନ ବ୍ରାଣ୍ଡର ବୋତଲ ଜବତ କରାଯାଇଛି ।
ସୂଚନା ଅନୁଯାୟୀ ବିସଲେରି କମ୍ପାନିର ନକଲି ପାଣି ବୋତଲ ବଜାଜରରେ ବିକ୍ରି କରାଯାଉଥିବା ଏନେଇ ଡିସିପିଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗ କରିଥିଲେ କମ୍ପାନିର ଅଧିକାରୀ ବିଜୟ କୁମାର । ପରେ ଚନ୍ଦକା ଥାନା ଅଧିକାରୀ ଦେବେନ୍ଦ୍ର କୁମାର ବିଶ୍ୱାଳ ଏକ ଟିମ ସହ ଗୁରୁବାର ବିଳମ୍ବିତ ରାତିରେ ଗ୍ରାମଡିହ ଗାଁରେ ଲକ୍ଷ୍ମୀ ବିଭେରେଜ ନାମକ ଏକ ପାଣି ଫ୍ୟାକ୍ଟ୍ରି ଉପରେ ଚଢଉ କରି ଦୁଇଜଣଙ୍କୁ ଗିରଫ କରିଥିଲା । ଗିରଫ ଦୁଇଜଣ ହେଲେ ଫ୍ୟାକ୍ଟ୍ରିର ମ୍ୟାନେଜର ତଥା ବ୍ରହ୍ମଗିରି ଜାଉଖିଆ ଗାଁର ସର୍ବେଶ୍ୱର ଦାସ ଓ ସୁପରଭାଇଜର ତଥା ନୟାଗଡ ନବଘନପୁର ଗାଁର଼ ହରିହର ସାହୁ । ଫ୍ୟାକ୍ଟ୍ରି ମାଲିକ ଲକ୍ଷ୍ମୀକାନ୍ତ ନାୟକ ଫେରାର ହୋଇଯାଇଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ଗିରଫ ଦୁଇ ଜଣଙ୍କୁ କୋର୍ଟ ଚାଲଣ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି