Masthead

‘କ୍ଷମତା ପାଇଁ ନବୀନ ଖୋଜୁଛନ୍ତି କଂଗ୍ରେସର ସାହାରା’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାକୁ ଫେରିଲା ମେଂଟ ଚର୍ଚ୍ଚା । ଯାହାର ସୂତ୍ରଧର ବିଜେଡି! ଚାରି ମାସ ତଳେ ରାଜ୍ୟରେ ହୋଇଛି ସଧାରଣ ନିର୍ବାଚନ । ସେତେବେଳେ ବି ଗଠବନ୍ଧନକୁ ନେଇ ଉଠୁଥିଲା ପଡୁଥିଲା ରାଜ୍ୟ ରାଜନୀତି । ଏବେ ଇଲେକ୍ସନ ପରେ ମଧ୍ୟ ତାହା ଥମିନାହିଁ । ୨୪ ବର୍ଷର ବିଜେଡିକୁ ଧୂଳି ଚଟାଇ ସରକାର ଗଢିଛି ବିଜେପି । ହେଲେ ନବୀନଙ୍କ ଦଳ ପରାଜୟଙ୍କ ସ୍ୱୀକାର କରିପାରୁନାହାନ୍ତି । ଏହାରି ଭିତରେ ବିଜେଡି ସାଂସଦ ଦେବାଶିଷ ସମାନ୍ତରାୟଙ୍କ ମେଂଟ ମନ୍ତବ୍ୟ ଓ ଏହା ଉପରେ ଦଳର ସ୍ପଷ୍ଟୀକରଣ ରାଜ୍ୟ ରାଜନୀତିର ଦୃଶ୍ୟପଟ୍ଟରେ ଭିନ୍ନ ଖୋରାକ ଯୋଗାଉଛି । ଜଗତସିଂପୁର କୁଜଙ୍ଗ ବିଜେଡି ବିକ୍ଷୋଭ ସମାବେଶ । ଦଳର ହେବିୱୋଟ ନେତା ବସିଥିଲେ ।

କର୍ମୀଙ୍କ ସହ ଚାଲିଥିଲା ଦଳ ହାରିବା ଓ ଆଗାମୀ ଦିନର ରଣନୀତି ପ୍ରସ୍ତୁତ କରାଯାଉଥିଲା । ସମସ୍ତଙ୍କ ଭାଷଣ ସରିଲା । ହେଲେ ଦେବାଶିଷ ଯାହା କହିଲେ ତାହା ହେଡ଼ଲାଇନ ପାଲଟିଗଲା । ଦେବାଶିଷଙ୍କ କହିବା କଥା ନବୀନ ଓ ପାଣ୍ଡିଆନଙ୍କ ଉପସ୍ଥିତିରେ ରାଜନୈତିକ ଆଲୋଚନା ହେଲା । ସେ କହିଲେ ଯେ ହାଇକୋର୍ଟରେ କେଶ ଚାଲିଛି । ବିଜେପିର ୭ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହେବ । ଏହା ପରେ ସେଠାରେ ଉପନିର୍ବାଚନ ହେବ । ଆପଣ ଯିବେ । ହାତ ହଲାଇ ଚାଲି ଆସିବେ । ତା’ ପରେ ସରକାର ଆମର । ଦରକାର ପଡ଼ିଲେ କଂଗ୍ରେସ ସହ ହାତ ମିଲେଇ ଦେବା । ସରକାର ଗଠିନ କରିବା ଏମାନଙ୍କୁ ବିଦା କରିବା । ଦେବାଶିଷଙ୍କ ଏଭଳି ମନ୍ତବ୍ୟ ପରେ ରାଜନୀତିର ପାରା ଉପରମୁହାଁ ହୋଇଥିଲା । ହେଲେ ଏହା ପରେ ଦଳ ଏକ୍ସରେ ପୋଷ୍ଟ କରି ନିଜର ପକ୍ଷ ରଖାଗଲା । ଏହା ଦେବାଶିଷଙ୍କ ବ୍ୟକ୍ତିଗତ ମତ । ଦଳୀୟ ଆଭିମୁଖ୍ୟକୁ ପ୍ରତିଫଳନ କରୁନାହିଁ । ଏକ ଗଠନମୂଳକ ବିରୋଧୀ ଦଳ ଭାବେ ଦାୟିତ୍ୱ ନିର୍ବାହ କରିବାକୁ ବିଜୁ ଜନତା ଦଳକୁ ଓଡ଼ିଶାର ଜନସାଧାଣ ଭୋଟ ଦେଇଛନ୍ତି ।

ବିଜେଡି ଲୋକଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବା ସହ ଏ ଦିଗରେ କାର୍ଯ୍ୟ ଜାରି ରଖିଛି । ଦେବାଶିଷଙ୍କ ଟିପ୍ପଣି ଏବଂ ଦଳ ପକ୍ଷରୁ ଏକ୍ସରେ ଦିଆଯାଇଥିବା ସ୍ପଷ୍ଟୀକରଣକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଚର୍ଚ୍ଚା ହୋଇଛି । ଏବେ ନିଜ ଗୋଡରେ ନିଜେ ଏଠି କୁରାଢି ମାରିବା ଭଳି କାର୍ଯ୍ୟ ନବୀନ-ପାଣ୍ଡିଆନ କରୁଥିବା ମନେହେଉଛି । ନିଜେ କୁହାଇ ଓ ନିଜେ ଟୁଇଟ କରାଇ ଅକଲ ଗୁଡୁମରେ ପଡିନାହାନ୍ତି ତ? କାହିଁକି ନାଁ ସେ ଭୁଲି ଯାଇଛନ୍ତି ବୋଧେ ରିଷି କ’ଣ କହିଛନ୍ତି । ନିଜ ଦଳୀୟ ନେତାଙ୍କ ଠାରୁ ଆରମ୍ଭ କରି ବିରୋଧୀ ପର୍ଯ୍ୟନ୍ତ, ଚାରି ଆଡୁ ଘେରାବନ୍ଧୀରେ ବିଜେଡି । ୨୪ ବର୍ଷ ଧରି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇ ଆସୁଥିବା ଏହି ଯୋଡ଼ି ପରାଜିତ ବରଣ ପରେ ବୁଦ୍ଧି ଶିଖି ପାରୁନଥିବା କୁହାଗଲାଣି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ!