Masthead

ଶପଥ ପାଇଁ ବିଜେଡି–ବିଜେପିର ତାରିଖ ଘୋଷଣା, କିଏ ବନିବ ସିଏମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଅଥବା ମେ ୬ତାରିଖ । ରାଜ୍ୟ ରାଜନୀତି ପାଇଁ ଗୋଟେ ବଡ଼ ଦିନ । ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ହୋଇନି କିନ୍ତୁ ହୋଇସାରିଲାଣି ଶପଥ ଗ୍ରହଣ ପାଇଁ ତାରିଖ ନିର୍ଘଣ୍ଟ । କିଏ ଗଢିବ ଓଡିଶାରେ ସରକାର ତାର କଲେଣି ଭବିଷ୍ୟ ବାଣୀ । ପ୍ରଥମ ପର୍ଯ୍ୟାୟ ପାଇଁ ହାତରେ ଆଉ ମାତ୍ର ୭ଟି ଦିନ । ମଇଦାନରେ ହେଭିୱଟ । ଦକ୍ଷିଣ ଓଡ଼ିଶାରେ ପ୍ରଥମେ ଭୋଟ ପଡିବାକୁ ଥିବାବେଳେ ଦଳ ପାଇଁ ଭୋଟ ଭିକ୍ଷା କରିବା ପାଇଁ ରଣକ୍ଷେତ୍ରକୁ ଲମ୍ଫ ମାରିଛନ୍ତି ବିଜେପି ପୋଷ୍ଟର ବଏ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେଡିକୁ କଡା ଭାଷାରେ ସମାଲୋଚନା କରିଛନ୍ତି । ବିଜେଡି ଯାଉଛି ଏବଂ ବିଜେପି ଆସୁଛିର ଦେଇଛନ୍ତି ନାରା । ଓଡ଼ିଆ ପୁଅ କିମ୍ବା ଓଡ଼ିଆ ଝିଅ ଯିଏ ରାଜ୍ୟର ବିଷୟରେ ଜାଣୁଥିବ ସେ ହିଁ ହେବ ବିଜେପିର ସିଏମ ଚେହେରା । କେହି ବାହାର ବ୍ୟକ୍ତିଙ୍କୁ ନାହିଁ ଏଠି ସ୍ଥାନ । ରାଜ୍ୟରେ ବିଜେପି ସରକାର ଗଢିବାର ବାଢିଛନ୍ତି ଦମ୍ଭ ।

ଓଡ଼ିଶାରେ ଡବଲ ଇଞିନ ଅବା ପ୍ରଥମ ଥର ପାଇଁ ଏକାକୀ ସରକାର ବିଜେପି ଗଢିବା ପାଈଁ କରିଛନ୍ତି ଆହ୍ୱାନ । ଜୁନ ୪ରେ ରେଜଲ୍ଟ ଆସିବା ପରେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଜୁନ ୬ ଓ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ପାଇଁ ମେ ୧୦ତାରିଖକୁ କରିଛନ୍ତି ନିର୍ଘଣ୍ଟ । ଯାହାକୁ ତାସଲ୍ୟ କରିଛନ୍ତି ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକ । କହିଛନ୍ତି , ବିଜେପି ବାଲା ଦିନରେ ଦିବା ସ୍ୱପ୍ନ ଦେଖୁଛନ୍ତି । ବିରୋଧୀ ଦଳ ନେତା ମାନେ ମିଛ କହୁଛନ୍ତି । ସେପଟେ ଆଗକୁ ଆସି ଦଳର ଅନ୍ୟତମ ନେତା ଭିକେ ପାଣ୍ଡିଆନ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ବନିବା ସହ ଇତିହାସ ରଚିବେ । ଜୁନ ୯ତାରିଖ ସମୟ ସାଢେ ଏଗାରରୁ ସାଢେ ଗୋଟେ ସମୟରେ ନେବେ ଶପଥ ବୋଲି ବାଢିଛନ୍ତି ଦମ୍ଭ । ଦୁଇ ଦଳ ଆଜି ଦେଖାଇଛନ୍ତି ନିଜର ଦମ । ଜନମତକୁ ନ ଦେଖି ମଧ୍ୟ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି କରିଦେଲେଣି କାହା ସପକ୍ଷରେ ଯିବ ଜନମତ ତାହାର ଆକଳନ । ରାଜ୍ୟପାଳ ଶପଥ ଗ୍ରହଣ ପାଇଁ ଦେଇନାହାନ୍ତି ସମୟ କି ରାଜ୍ୟବାସୀ କାହାକୁ ଆଣିବେ ସରକାରକୁ କରିନାହାନ୍ତି ମନସ୍ଥ । ଏବେଠୁ ଏମାନଙ୍କ ମନରେ ଫୁଟିଲାଣି ମୁଖ୍ୟମନ୍ତ୍ରୀ ଆସନର ଲଡୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ