Masthead

ଏସଏନ ଶୁକ୍ଲାଙ୍କ ପିଛା ଛାଡୁନି ସିବିଆଇ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୂର୍ବତନ ବିଚାରପତି ଏସଏନ ଶୁକ୍ଲାଙ୍କ ବିରୋଧରେ ଦୁର୍ନୀତି ମାମଲା । ଆହ୍ଲାବାଦ ହାଇକୋର୍ଟର ପୂର୍ବତନ ବିଚାରପତି ଏସଏନ ଶୁକ୍ଲା ଏବଂ ତାଙ୍କ ସ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କେନ୍ଦ୍ରୀୟ ଅନୁସନ୍ଧାନ ସଂସ୍ଥା ବା ସିବିଆଇ ଏହି ମାମଲା ରୁଜୁ କରିଛି । ଆୟ ଠାରୁ ୨.୪୫ କୋଟି ଟଙ୍କାରୁ ଅଧିକ ଅର୍ଜନ କରିଥିବା ନେଇ ସିବିଆଇ କହିଛି । ବିଚାରପତିଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ ହେବା ଏହା ଦ୍ୱିତୀୟ ଘଟଣା । ପୂର୍ବରୁ ଏକ ମେଡିକାଲ କଲେଜ ସପକ୍ଷେରେ ନିଷ୍ପତ୍ତି ଶୁଣାଇଥିବାରୁ ତାଙ୍କ ବିରୋଧରେ ମାମଲା ହୋଇଥିଲା । ୨୦୧୯ ଡିସେମ୍ବରରେ ମାମଲା ରୁଜୁ ହୋଇଥିଲା । ୨୦୧୪ ମସିହାରୁ ୨୦୧୯ ମଧ୍ୟରେ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଥିବା ସମୟରେ ଆୟ ଠାରୁ ଅଧିକ ଟଙ୍କା କମାଇବା ନେଇ ମାମଲା ରୁଜୁ ହୋଇଥିଲା । ଏବେ ପୁଣି ଥରେ ଉଭୟ ଦମ୍ପତିଙ୍କ ନାମରେ ଦୁର୍ନୀତି ମାମଲା ରୁଜୁ ହୋଇଛି । ଦିଲ୍ଲୀରେ ଏହି ମାମଲା ରୁଜୁ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ