Masthead

ପାଣ୍ଡିଆନଙ୍କ ପାଇଁ ବିଜେଡିକୁ ଅନାସ୍ଥା ଚିନ୍ତା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେପିର ଚାଲ, ବିଜେଡିକୁ ଘାରିଲାଣି କୋକୁଆ ଭୟ । ରାଜ୍ୟ ରାଜନୀତିରେ ଲାଗିରହିଛି ଅନାସ୍ଥା ତାତି । ସରକାରରେ ପଟ୍ଟ ପରିବର୍ତ୍ତନ ପରେ ଶାସକ ଦଳ ପଦ୍ମ ଶିବିର ମୁହାଁ ଶଙ୍ଖଦଳର ପଞ୍ଚାୟତ ପ୍ରତିନିଧି । ପାଣ୍ଡିଆନଙ୍କ ପାଇଁ ବିଜେଡିର ଗୋଟେ ପରେ ଗୋଟେ ଲୋକ ପ୍ରତିନିଧି ଦଳକୁ କଲେଣି ବାଏ ବାଏ । ବିଧାନସଭା ହାତେଇବା ପରେ ପଞ୍ଚାୟତ ସ୍ତରକୁ ଦଖଲ କରିବା ପାଇଁ ବିଜେପିର ରଣନୀତି ଚୂଡାନ୍ତ । ରାଜ୍ୟର କୋଣ ଅନୁକୋଣରୁ ଆସିଲାଣି ଅନାସ୍ଥାର ଚିତ୍ର । ଯାହାକୁ ନେଇ ଚିନ୍ତାରେ ବିଜେଡି ଶିବିର । ଏହାରି ଭିତରେ ଆସନ୍ତା ୨୨ରିଖରେ ହେବାକୁ ଯାଉଛି ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଉପନିର୍ବାଚନ । ୬ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ୧ଟେ ଉପାଧ୍ୟକ୍ଷ ପାଇଁ ହେବ ନିର୍ବାଚନ । ବିଜେପି ବିଧାୟକ ଆଶ୍ରିତ ପଟ୍ଟନାୟକ କହିଛନ୍ତି ଆମ ସରକାର ପ୍ରତି ଜନତା ଓ ଜନ ପ୍ରତିନିଧିଙ୍କ ରହିଛି ଭରଷା । ସେମାନେ ବିଜେପି ପ୍ରତି ଆକୃଷ୍ଟ ହୋଇ ସାମିଲ ହେବାକୁ ଆଗେଇ ଆସୁଛନ୍ତି । ୨୪ବର୍ଷର ବିଜେଡିର କଳଙ୍କିତ ଅଧ୍ୟାୟକରେ ସେମାନେ ଅତିଷ୍ଟ ।

ଆମକୁ କାହାକୁ ଆଣିବାକୁ ପଡୁନି ପଞ୍ଚାୟତ ପ୍ରତିନିଧି ମାନେ ହିଁ ନିଜସ୍ୱ ବିଜେପିକୁ ଆସୁଛନ୍ତି ।ବିଜେଡି ଯେଉଁ ଟଙ୍କାର ଅଭିଯୋଗ କରୁଛି ନିଜେ ତାର ସମୀକ୍ଷା କରୁ । ଅନାସ୍ଥାରେ ବିଜେପି ଶକ୍ତ ହେଉଥିବା ବେଳେ ବିଜେଡି ଚିହିଁକି ଉଠିଛି ଚିହିଁକି । ହାତରୁ ଗୋଟେ ପରେ ଗୋଟେ ପଞ୍ଚାୟତ ପ୍ରତିନିଧି ଖସୁ ଥିବା ବେଳେ ଦଳର ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି, ଯେଉଁ ମାନଙ୍କର ଅର୍ଥ ଓ କିଛି ର୍ଦୁବଳତା ରହିଛି ସେମାନେ ଦଳ ପରିବର୍ତ୍ତନ କରୁଛନ୍ତି । କିନ୍ତୁ ବିଜେଡିର କିଛି ହେବାର ନାହିଁ । ପଞ୍ଚାୟତ ନିର୍ବାଚନକୁ ଆହୁରି ସମୟ ରହିଥିବା ବେଳେ ବି ରାଜ୍ୟ ରାଜନୀତିରେ ଲାଗିଲାଣି ଗାଁ ଭୋଟ ନିଆଁ । ସରକାରରେ ଆସୁ ଆସୁ ବିଜେପି ପାଇଁ ବଢିଲାଣି ଆଦର । ଶଙ୍ଖ ଛାଡି ପଦ୍ମ ମୁହାଁ ନେତା । ବିଜେଡି ଆଣିଲା ଅର୍ଥ କରବାର କଥା, ବିଜେଡିକୁ ସେହି ଅଭିଯୋଗରେ ଛନ୍ଧିଲା ବିଜେପି । ପାଣ୍ଡିଆନ ବିଜେଡି ପାଇଁ କରିଥିଲେ ଚାଲ ସେହି ଗତରେ ଏବେ ପଡୁଛି ଶଙ୍ଖ ଦଳ । ଆଗକୁ ଆଗକୁ ଅନାସ୍ଥା ପାଇଁ ଲମ୍ବା ଲାଇନରେ ଥିବା ଅନ୍ୟ ପଞ୍ଚାୟତକୁ କିଏ କରୁଛି ଦଖଲ ତାହାକୁ ଦେଖିବାକୁ ଅପେକ୍ଷା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବ୍ୟାପିଗଲାଣି ଡାଇରିଆ, ଅଚିନ୍ତାରେ ବିଭାଗ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 ବ୍ୟାପିଗଲାଣି ଡାଇରିଆ, ଅଚିନ୍ତାରେ ବିଭାଗ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା?