Masthead

ଓଡ଼ିଶାରେ ବିଜେପିର ହେଭିୱେଟଙ୍କ ଘନ ଘନ ପ୍ରଚାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନିର୍ବାଚନ ପାଇଁ ଏବେ ସାରା ଓଡ଼ିଶାରେ କମ୍ପନ । ରାଜନୈତିକ ଦଳ ବିଜୟ ପାଇଁ ଜାରି ରଖିଛନ୍ତି ମାରାଥନ୍ ପ୍ରଚାର । ଦଳକୁ ମଜଭୁତ କରିବା ସହ କରୁଛନ୍ତି ଭୋଟ ଭିକ୍ଷା । ଓଡ଼ିଶାରେ ଗାଦି ହାତେଇବା ପାଇଁ କରୁଛନ୍ତି ଘନ ଘନ ପ୍ରଚାର । ଦେଉଛନ୍ତି ବିଭିନ୍ନ ଗ୍ୟାରେଣ୍ଟି । ତେବେ ଆଜି ଓଡ଼ିଶାରେ ଅମିତ ଶାହ ଓ ଜେପି ନଡ୍ଡାଙ୍କ କାର୍ଯ୍ୟକ୍ରମ ରହିଥିବାବେଳ ପୁଣି ୧୭ରେ ଓଡ଼ିଶଶ ଆସିବେ ଅମିତ ଶାହ ।

ଖାଲି ଅମିତ ଶାହ ନୁହନ୍ତି ୧୬ ଏବଂ ୧୭ରେ ଓଡ଼ିଶାରେ ହିମନ୍ତ ବିଶ୍ୱଶର୍ମାଙ୍କ ରହିଛି ମାରାଥନ ପ୍ରଚାର । ୨ ଦିନରେ ମୋଟ ୯ଟି ସ୍ଥାନରେ ସଭା କରିବେ ଆସାମ ମୁଖ୍ୟମନ୍ତ୍ରୀ । କାଲି ବ୍ରଜରାଜନଗର, ବଣାଇ, ଅତାବିରା, ଜଟଣୀରେ ସଭା ଥିବାବେଳେ ୧୭ରେ କବିସୂର୍ଯ୍ୟନଗର, କଣ୍ଟାବାଂଜି, ଲୋଇସିଂହା, ସତ୍ୟବାଦୀ, ପିପିଲିରେ ସଭା ରହିଛି । ସେହିଭଳି ପୁଣି ୧୭ରେ ଆସିବେ ଅମିତ ଶାହ । ଆଜି ଅମିତ ଶାହଙ୍କ କଟକରେ ରୋଡ୍‌ ସୋ’ କାର୍ଯ୍ୟକ୍ରମ ରହିଛି । ଆଜି ପରେ ପୁଣି ୧୭ ତାରିଖରେ ଓଡ଼ିଶା ଆସିବେ ଅମିତ । ୧୭ ତାରିଖରେ ରାଉରକେଲାରେ ଶାହଙ୍କ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ନିର୍ବାଚନ ପ୍ରଚାରରେ ଆସୁଛନ୍ତି ଛତିଶଗଡ଼, ରାଜସ୍ଥାନ ମୁଖ୍ୟମନ୍ତ୍ରୀ । କାଲି ବିଷ୍ଣୁଦେବ ସାଏଙ୍କ ତଳସରା, ବିଜେପୁର, ବୀରମହାରାଜପୁରରେ ସଭା ଥିବାବେଳେ ୧୭ରେ ସୁନ୍ଦରଗଡ଼, ରାଜଗାଙ୍ଗପୁର, ବୀରମିତ୍ରପୁରରେ ସଭା କରିବେ ସାଏ । ସେହିପରି ୧୭ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ୩ଟି ସ୍ଥାନରେ ସଭା କରିବେ । ୧୭ରେ ସାନଖେମୁଣ୍ଡି, ଦଶପଲ୍ଲା, ଜି. ଉଦୟଗିରିରେ ସଭା କରିବେ ଭଜନଲାଲ । ଅନ୍ୟପଟେ ୧୭ରେ ଓଡ଼ିଶା ଆସୁଛନ୍ତି ହେମା ମାଳିନୀ । ରାଜ୍ୟର ୩ଟି ସ୍ଥାନରେ ସାଧାରଣ ସଭାରେ ଯୋଗଦେବେ । ଉତ୍ତର ଭୁବନେଶ୍ୱର, କିଶନ ନଗର, ପିପିଲିରେ ସଭାରେ ଯୋଗ ଦେବାର କାର୍ଯ୍ରକ୍ରମ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ