Masthead

ନାବାଳିକା ନବବଧୂଙ୍କ ଆତ୍ମହତ୍ୟା , ସ୍ୱାମୀ ଗିରଫ

ଦଶରଥପୁର(ବଡ଼ ଖବର ବ୍ୟୁରୋ): ଜଣେ ନାବାଳିକା ନବବଧୂ ଆତ୍ମହତ୍ୟା କରିଛନ୍ତି । ମୃତ ନବବଧୂ ଜଣଙ୍କ ନାବାଳିକା । ନବବଧୂ ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ମୃତ ମହିଳା ଜଣଙ୍କ ନାବାଳିକା ହୋଇଥିବାରୁ ଚାଇଲ୍ଡ ୱେଲଫ୍ୟାର ତରଫରୁ ଥାନା ରେ ଅଭିଯୋଗ ହୋଇଛି । ମଲ୍ଲୀକାପୁର ଅଙ୍ଗନବାଡି ସୁପର ଭାଇଜର ନିନାରାଣୀ ରାଉତ ମଙ୍ଗଳପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି, ମୃତ ମହିଳା ଜଣଙ୍କ ନାବାଳିକା ହୋଇଥିବା ବେଳେ କିଭଳି ଭାବେ ନାବାଳିକାର ପରିବାର ଜାଣିଶୁଣି ଏକ ନିରୀହ କୋମଳ ମତି ଶିଶୁକୁ ବିବାହ କରାଉଥିଲେ ? ଏବଂ ବିବାହ ର ୭ ମାସ ମଧ୍ୟରେ ନାବାଳିକା ଜଣଙ୍କର ମୃତ୍ୟ ଘଟଣା କୋଉଠି ନା କୋଉଠି ସାଧାରଣରେ ସନ୍ଦେହ ସୃଷ୍ଟି କରିଛି ।

ଏହିଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ମଲ୍ଲୀକାପୁର ଗାଁରେ, । ୭ ମାସ ହେବ ବିବାହ ହୋଇଥିଲା, କିନ୍ତୁ କାନ୍ଥରୁ ବିବାହର ଚିତା ଲିଭିନଥିବା ବେଳେ ନବବଧୂ ର ମୃତ୍ୟ ଖବର ସ୍ଥାନୀୟ ଅଞ୍ଚଳରେ ସମସ୍ତ ଙ୍କୁ ଚକିତ କରିଛି । ସୂଚନା ମୁତାବକ ମଲ୍ଲୀକାପୁର ଗ୍ରାମର ନାରାୟଣ ପତିଙ୍କ ପୁଅ ମୃତ୍ୟଞ୍ଜୟ ପତିଙ୍କ ସହ ବୈଧିକ ରୀତିନୀତି ଅନୁସାରେ ଉକ୍ତ ଗ୍ରାମର ରଶ୍ମିତା ପଣ୍ଡାଙ୍କ ସହ ବିବାହ ହୋଇଥିଲା । ବିବାହ କୁ ୭ ମାସ ନପୂରୁଣୁ ନବବଧୂଙ୍କ ମୃତ୍ୟ ଖବର ଏବେ ସମସ୍ତଙ୍କୁ ଚକିତ କରିଛି । କିନ୍ତୁ ଝିଅର ମାନସିକ ଅବସ୍ଥା ଭଲ ନଥିବାରୁ ସେ ନିଜେ ଆତ୍ମହତ୍ୟା କରିଛି ଏବଂ ଏ ମୃତ୍ୟ ପାଇଁ କାହାର ଦୋଷ ନାହିଁ ବୋଲି ମୃତ ଝିଅର ପିତା ଗୌତମ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି । ଘଟଣାସ୍ଥଳରେ ମଙ୍ଗଳପୁର ପୋଲିସ ପହଞ୍ଚି ମୃତ ମହିଳାର ସ୍ୱାମୀକୁ ମଙ୍ଗଳପୁର ପୋଲିସ କେଶ ନମ୍ବର ୨୯୫ / ୨୩, ୪୯୮,୩୦୬ ଏବଂ ଚାଇଲଡ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ