Masthead

ଦିବ୍ୟାଙ୍ଗ ତାଲିକାରେ ଓଡ଼ିଶା ପ୍ରଥମ

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ଦିବ୍ୟାଙ୍ଗ ସଂଖ୍ୟା ତାଲିକାରେ ଓଡ଼ିଶା ପ୍ରଥମ । ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛ କେରଳ ଓ ଆନ୍ଧ୍ରପ୍ରଦେଶ । ଉଭୟ ମହିଳା ଏବଂ ପୁରୁଷ ଦିବ୍ୟାଙ୍ଗ କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି। ଓଡ଼ିଶାରେ ସର୍ବାଧିକ ୩.୫ ପ୍ରତିଶତ ପୁରୁଷ ଦିବ୍ୟାଙ୍ଗ ଅଛନ୍ତି। ଏକ୍ଷେତ୍ରରେ ମଧ୍ୟ କେରଳ ଓ ଆନ୍ଧ୍ରପ୍ରଦେଶ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛି। କେନ୍ଦ୍ର ପରିସଂଖ୍ୟାନ ଓ ଯୋଜନା କ୍ରିୟାନ୍ବୟନ ମନ୍ତ୍ରାଳୟ ଦ୍ବାରା ସଦ୍ୟ ପ୍ରକାଶିତ ଓମେନ ଆଣ୍ଡ ମେନ୍‌ ଇନ୍‌ ଇଣ୍ଡିଆ ୨୦୨୦ ରିପୋର୍ଟର ସଶକ୍ତୀକରଣରେ ପ୍ରତିବନ୍ଧକ ବି‌ଷୟବସ୍ତୁରେ ଏହି ତଥ୍ୟ ଉଲ୍ଲେଖ ଅଛି।

ନ୍ୟାସନାଲ ସ୍ୟାମ୍ପଲ ସର୍ଭେର ୭୨ ତମ ରାଉଣ୍ଡର ଫଳାଫଳ ଭିତିରେ ରିପୋର୍ଟରେ ଦେଶରେ ୨.୪ ପ୍ରତିଶତ ପୁରୁଷ ଓ ୧.୯ ପ୍ରତିଶତ ମହିଳା ଭିନ୍ନକ୍ଷମ ଶ୍ରେଣୀରେ ଥିବା ଦର୍ଶାଯାଇଛି। ରିପୋର୍ଟରେ ୨୦୧୮ରେ ଗ୍ରାମୀଣ ଓଡ଼ିଶାରେ ମହିଳାମାନଙ୍କର ବିବାହର ବୟସ ୨୧.୭ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ଏହାର ପ୍ରତିଶତ ୨୩.୪ ଥିବା କୁହାଯାଇଛି। ଓଡ଼ିଶାରେ ୧୫ ବର୍ଷରୁ ୫୯ ବୟସର ମହିଳାମାନେ ପରିବାରର ସଦସ୍ୟମାନଙ୍କ ପାଇଁ ବିନା

ପାରିଶ୍ରମିକରେ ସର୍ବାଧିକ ୩୧୦ ମିନିଟ୍ କାର୍ଯ୍ୟ କରୁଥିବାର ଉଲ୍ଲେଖ ଅଛି। ଜାତୀୟସ୍ତରରେ ଏହାର ପ୍ରତିଶତ ୨୯୦ ମିନିଟ୍ ଥିବାବେଳେ ଓଡ଼ିଶାର ମହିଳାମାନେ ୩୧୦ ମିନିଟ୍ ବିନା ପାରିଶ୍ରମିକରେ କାର୍ଯ୍ୟ କରୁଛନ୍ତି। ଅପରପକ୍ଷେ ଏହି କାର୍ଯ୍ୟ ପାଇଁ ପୁରୁଷମାନେ ୩୮ ମିନିଟ ସମୟ ଦେଉଛନ୍ତି। ରିପୋର୍ଟ ଅନୁସାରେ ଓଡ଼ିଶାର ମହିଳାମାନଙ୍କର ଗୋଟିଏ ଘଣ୍ଟାର ହାରାହାରି ସର୍ବନିମ୍ନ ପାରିଶ୍ରମିକ ହେଉଛି ୨୭ ଘଣ୍ଟା। ୧୫ ବର୍ଷରୁ ଅଧିକ ବୟସର ଗ୍ରାମୀଣ ଓଡ଼ିଶାର ୪.୨ ପ୍ରତିଶତ ତଥା ସହରାଞ୍ଚଳର ୨୧.୯ ପ୍ରତିଶତ ମହିଳା ବେରୋଜଗାର ଥିବାର ୨୦୧୮-୧୯ର ତଥ୍ୟକୁ ଉଲ୍ଲେଖ କରି ରିପୋର୍ଟରେ କୁହାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର