Masthead

ଗର୍ଜିଲା ଓଡ଼ିଶା ଟ୍ରକ ମାଲିକ ସଂଘ

ଦେବଗଡ଼ (ବଡ଼ ଖବର ବ୍ୟୁରୋ): ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକରେ ଗର୍ଜିଲେ ଓଡିଶା ଟ୍ରକ ମାଲିକ ସଂଘର ସଦସ୍ୟ । ଦେବଗଡ଼ ଜିଲ୍ଲାରେ କୌଣସି ଖଣି ଖାଦାନ ନଥିବାରୁ ଦେବଗଡ଼ ଜିଲ୍ଲାର ସମସ୍ତ ପଞ୍ଜିକୃତ ଟ୍ରକ ଏବଂ ଟିପ୍ପର ଗୁଡିକ ସାଧାରଣତଃ ପଡୋଶୀ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଥିବା ଦୁଇଟି ଖଣି କୋଇଡା ଏବଂ ବଡ଼ବିଲ ଉପରେ ସମ୍ପୂର୍ଣ ଭାବେ ନିର୍ଭର କରିଥାନ୍ତି । କିନ୍ତୁ ଏହି ଦୁଇଟି ଜିଲ୍ଲାର ପାତର ଅନ୍ତର ନୀତି ଯୋଗୁଁ ଦେବଗଡ଼ ଜିଲ୍ଲାର ଗାଡି ତଥା ଅନ୍ୟ ପଡୋଶୀ ଜିଲ୍ଲା ସମ୍ବଲପୁର, ଝାରସୁଗୁଡା, ଅନୁଗୁଳ ଜିଲ୍ଲାକୁ ବୋଝେଇ ଦେଉନଥିବା ଅଭିଯୋଗ ହେଉଛି । ଫଳରେ କରୋନା କାଳରେ ଦେବଗଡ଼ ସମେତ ଅନ୍ୟ ପଡୋଶୀ ଜିଲ୍ଲାର ଟ୍ରକ ମାଲିକ ମାନେ ଘୋର କ୍ଷତି ସହିବା ସହ ଋଣ ପରିଶୋଧ କରିପାରୁନଥିବା ଅଭିଯୋଗ କରିଛନ୍ତି ।

ଋଣକୁ ନେଇ ଅନ୍ୟ ଫାଇନାନ୍ସ କମ୍ପାନୀ ମାନେ ମଧ୍ୟ ଟ୍ରକ ମାଲିକମାନଙ୍କୁ ମାନସିକ ନିର୍ୟାତନା ଦେଉଥିବା ମଧ୍ୟ ଅଭିଯୋଗ ହେଉଛି । ଓଡିଶା ଟ୍ରକ ମାଲିକ ସଂଘର ସଭାପତି ପୁରଞ୍ଜନ ପାଢ଼ୀଙ୍କ କହିବା ଅନୁସାରେ କୋଇଡା ଓ ବଡ଼ବିଲର କିଛି ମୁଷ୍ଟିମେୟ ସଂଗଠନ ନିଜ ଜିଲ୍ଲାକୁ କେବଳ ପ୍ରାଧାନ୍ୟ ଦେଉଛନ୍ତି । ଅନ୍ୟ ଜିଲ୍ଲାକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ ଆଣିଛନ୍ତି । ଆଗାମୀ ଦିନରେ ସରକାର ଯଦି ଏହି ସମସ୍ୟାର ସମାଧାନ ନ କରନ୍ତି ଏହି ଆନ୍ଦୋଳନ କୁ ରାଜ୍ୟବ୍ୟାପୀ କରିବାକୁ ସଂଘର ସଭାପତି ପୁରଞ୍ଜନ ପାଢ଼ୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା