Masthead

ଗର୍ଜିଲା ଓଡ଼ିଶା ଟ୍ରକ ମାଲିକ ସଂଘ

ଦେବଗଡ଼ (ବଡ଼ ଖବର ବ୍ୟୁରୋ): ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକରେ ଗର୍ଜିଲେ ଓଡିଶା ଟ୍ରକ ମାଲିକ ସଂଘର ସଦସ୍ୟ । ଦେବଗଡ଼ ଜିଲ୍ଲାରେ କୌଣସି ଖଣି ଖାଦାନ ନଥିବାରୁ ଦେବଗଡ଼ ଜିଲ୍ଲାର ସମସ୍ତ ପଞ୍ଜିକୃତ ଟ୍ରକ ଏବଂ ଟିପ୍ପର ଗୁଡିକ ସାଧାରଣତଃ ପଡୋଶୀ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଥିବା ଦୁଇଟି ଖଣି କୋଇଡା ଏବଂ ବଡ଼ବିଲ ଉପରେ ସମ୍ପୂର୍ଣ ଭାବେ ନିର୍ଭର କରିଥାନ୍ତି । କିନ୍ତୁ ଏହି ଦୁଇଟି ଜିଲ୍ଲାର ପାତର ଅନ୍ତର ନୀତି ଯୋଗୁଁ ଦେବଗଡ଼ ଜିଲ୍ଲାର ଗାଡି ତଥା ଅନ୍ୟ ପଡୋଶୀ ଜିଲ୍ଲା ସମ୍ବଲପୁର, ଝାରସୁଗୁଡା, ଅନୁଗୁଳ ଜିଲ୍ଲାକୁ ବୋଝେଇ ଦେଉନଥିବା ଅଭିଯୋଗ ହେଉଛି । ଫଳରେ କରୋନା କାଳରେ ଦେବଗଡ଼ ସମେତ ଅନ୍ୟ ପଡୋଶୀ ଜିଲ୍ଲାର ଟ୍ରକ ମାଲିକ ମାନେ ଘୋର କ୍ଷତି ସହିବା ସହ ଋଣ ପରିଶୋଧ କରିପାରୁନଥିବା ଅଭିଯୋଗ କରିଛନ୍ତି ।

ଋଣକୁ ନେଇ ଅନ୍ୟ ଫାଇନାନ୍ସ କମ୍ପାନୀ ମାନେ ମଧ୍ୟ ଟ୍ରକ ମାଲିକମାନଙ୍କୁ ମାନସିକ ନିର୍ୟାତନା ଦେଉଥିବା ମଧ୍ୟ ଅଭିଯୋଗ ହେଉଛି । ଓଡିଶା ଟ୍ରକ ମାଲିକ ସଂଘର ସଭାପତି ପୁରଞ୍ଜନ ପାଢ଼ୀଙ୍କ କହିବା ଅନୁସାରେ କୋଇଡା ଓ ବଡ଼ବିଲର କିଛି ମୁଷ୍ଟିମେୟ ସଂଗଠନ ନିଜ ଜିଲ୍ଲାକୁ କେବଳ ପ୍ରାଧାନ୍ୟ ଦେଉଛନ୍ତି । ଅନ୍ୟ ଜିଲ୍ଲାକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ ଆଣିଛନ୍ତି । ଆଗାମୀ ଦିନରେ ସରକାର ଯଦି ଏହି ସମସ୍ୟାର ସମାଧାନ ନ କରନ୍ତି ଏହି ଆନ୍ଦୋଳନ କୁ ରାଜ୍ୟବ୍ୟାପୀ କରିବାକୁ ସଂଘର ସଭାପତି ପୁରଞ୍ଜନ ପାଢ଼ୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ