Masthead

୫୦ ହଜାର ପାଇଁ ଶବ ବନ୍ଧକ ରଖିଛି ହସ୍ପିଟାଲ

ଭୁବନେଶ୍ୱର/ପିପିଲି(ବଡ଼ ଖବର ବ୍ୟୁରୋ): ରାଜଧାନୀର ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମନମାନୀ ବେଳକୁ ବେଳ ଅସହ୍ୟ ହୋଇପଡ଼ିଲାଣି । ସାଧାରଣ ଲୋକଙ୍କୁ ସୁବିଧାରେ ସ୍ୱାସ୍ଥ୍ୟସେବାର ପ୍ରତିଶ୍ରୁତି ଦେଇ ସରକାରଙ୍କ ଠାରୁ ହାତେଇଛନ୍ତି ଜମି । କିନ୍ତୁ ପ୍ରଶାସନର ଆଶୀର୍ବାଦରେ ଚଳାଇଛନ୍ତି ଦାଦାଗିରି । ଗରିବ ଲୋକଙ୍କୁ ଶୋଷଣ କରୁଛନ୍ତି । ଟଙ୍କା ପାଇଁ ବନ୍ଧକ ରଖୁଛନ୍ତି ଶବ । ରାଜଧାନୀର ବିବେକାନନ୍ଦ ହସ୍ପିଟାଲ, ଆପୋଲ, କେୟାର ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦାଦାଗିରି ରୋଗୀଙ୍କ ସମ୍ପର୍କୀୟଙ୍କୁ ଅତିଷ୍ଠ କରିପକାଇଛି । ଟଙ୍କା ପାଇଁ ଶବ ବନ୍ଧକ ରଖିବାକୁ ଏମାନେ ପଛାଉ ନାହାନ୍ତି । ବଡ଼ ଖବରର ହସ୍ତକ୍ଷେପ ପରେ ସମ୍ପର୍କୀୟଙ୍କୁ ଶବ ହସ୍ତାନ୍ତର କରିଛନ୍ତି । ଏବେ ହାଇଟେକ ମାଲିକ ଟଙ୍କା ପାଇଁ ଅନ୍ଧ ହୋଇଯାଇଛନ୍ତି । ୫୦ ହଜାର ଟଙ୍କା ପାଇଁ ବନ୍ଧକ ରଖିଛନ୍ତି ଶବ । ଶସ୍ତା ମେଡିକାଲ କଲେଜକୁ ସରକାର ଦେଉଛନ୍ତି ଗୁରୁତ୍ୱ । ମାଲିକଙ୍କୁ ବିଜେଡିରେ ସାମିଲ ହୋଇସାରିଛନ୍ତି । ହୁଏତ ଟିକେଟ ପାଇ ବିଧାୟକ ହୋଇପାରନ୍ତି । ସାଧାରଣ ଲୋକଙ୍କ ସ୍ୱାର୍ଥକୁ ସରକାର ଗୁରୁତ୍ୱ ଦେଉନଥିବା ବେଳେ ସେ ବା କାହିଁକି ଦେବେ?

ପୁରୀ ଜିଲ୍ଲା ପିପିଲି ନିକଟସ୍ଥ ଦାଣ୍ଡମକୁନ୍ଦପୁରର କାଶୀନାଥ ବେହେରାଙ୍କ ଶବକୁ ୫୦ ହଜାର ଟଙ୍କା ପାଇଁ ବନ୍ଧା ରଖିଛନ୍ତି ହାଇଟେକ ମେଡିକାଲ କଲେଜ କର୍ତ୍ତୃପକ୍ଷ । ରାତି ଅଧାରେ ଡିବି ଆଲୁଅରେ ପୁରୁଣା ଟ୍ରଙ୍କରେ ଖୋଜା ଚାଲିଛି ଘରର ଜମି ବାଡ଼ିପଟା ବନ୍ଧା ପକାଇବେ । ହାଇଟେକ ମେଡିକାଲକୁ ଟଙ୍କା ଦେବେ। ବନ୍ଧା ପଡିଥିବା ରୋଜଗାରିଆ ପୁଅର ଶବ ଆଣିବେ । କାଶୀନାଥ ବେହେରା ଦୁର୍ଘଟଣାରେ ଗୁରୁତର ହୋଇ ଭୁବନେଶ୍ୱରର ହାଇଟେକ‏ ମେଡିକାଲରେ ଚିକିତ୍ସା ହେଉଥିଲେ । ପର୍ଯ୍ୟାୟକ୍ରମେ ମେଡିକାଲ କର୍ତ୍ତୃପକ୍ଷ କାଶୀନାଥଙ୍କ ପରିବାର ଠାରୁ ଚିକିତ୍ସା ବାବଦରେ ୩ ଲକ୍ଷରୁ ଅଧିକ ଟଙ୍କା ନେଇସାରିଥିଲେ । ମାତ୍ର ବଞ୍ଚାଇ ପାରିଲେ ନାହିଁ । ଶନିବାର ରାତିରେ ଆଖି ବୁଜିଲେ କାଶୀନାଥ । ହେଲେ ବକେୟା ଥିବା ୫୦ହଜାର ଟଙ୍କା ଦେଇ ନପାରିବାରୁ ମେଡିକାଲ କର୍ତ୍ତୃପକ୍ଷ ଶବ ବନ୍ଧା ରଖିଲେ । ଶବକୁ ମେଡିକାଲରେ ଛାଡ଼ି ପରିବାର ଲୋକେ ଗାଁ କୁ ଆସିଥିଲେ ଟଙ୍କା ଯୋଗାଡ଼ କରିବାକୁ । ଘରକୁ ଛାଡ଼ି ଦେଲେ ଜମିବାଡ଼ି କିଛି ନଥିବାରୁ ରାତି ଅଧାରେ କେବଳ ଘରର ପଟା ଖୋଜୁଥିଲେ ପୁରା ପରିବାର । ଗାଁରେ ଘର ବନ୍ଧକ ରଖି ଟଙ୍କା ନେଇ ମୃତ ପୁଅର ଶବ ମୁକୁଳାଇ ଗାଁ ମଶାଣିରେ ଦାହ କରିଛନ୍ତି ଏହି ହତଭୠ ପରିବାର । କାଶୀନାଥଙ୍କ ପରିବାର ପାଇଁ କାମ କଲାନି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । କାହା କାନରେ ପଡିଲାନି ଏହି ପରିବାରର କରୁଣ ବିଳାପ । ଘର ବନ୍ଧା ପକାଇ ଶବକୁ ଆଣିବା ଘଟଣା ରାଜ୍ୟ ସରକାରଙ୍କ ଅସଲ ଚେହେରାକୁ ପଦାରେ ପକାଇ ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ