Masthead

ସରକାରଙ୍କ କମ୍ପାନୀ ପ୍ରୀତି ବିରୋଧରେ ଓଡ଼ିଶା ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ରଣହୁଙ୍କାର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ଭାରତରେ ଚାଲିଥିବା ନବ୍ୟଉଦାରତାବାଦ ଆର୍ଥିକ ନୀତି ୨୦୧୪ ମସିହାଠାରୁ ମୋଦି ସରକାର ସମୟରେ ଅତି ତୀବ୍ରତର ହୋଇଛି । ଦ୍ରୁତି କର୍ପୋରେଟ୍ ସପକ୍ଷବାଦୀ ଆର୍ଥିକନୀତି ଯୋଗୁଁ କୃଷି ଓ କୃଷକର ସ୍ଥିତି ଗଭୀର ସଂକଟ ଭିତରକୁ ଚାଲିଯାଇଛି । ଦେଶର କୃଷି ସଂକଟ, ଆର୍ଥିକ ସଂକଟ, ଶ୍ରମଜୀବୀ ଜନଗଣ ଦୂରାବସ୍ଥା, ଉକ୍ରଟ ବେକାରୀ ଲଗାମହୀନ ଦରବୃଦ୍ଧି ଜନିତ ଅତି ଅସାଧାରଣ ପରିସ୍ଥିତି ପାଇଁ ମୋଦି ସରକାରଙ୍କ କର୍ପୋରେଟ୍ ସପକ୍ଷବାଦୀ ନୀତିକୁ ଦାୟୀ କରି ଉଦବେଗ ପ୍ରକାଶ କରିଛି ଓଡ଼ିଶା ସଂଯୁକ୍ତ କିଷାନ ମୋର୍ଚ୍ଚା । ଚାଷୀଙ୍କ ଋଣଭାର ବୃଦ୍ଧି ପାଉଛି । ପରିବେଶରେ ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି । ଏହା ଚିତ୍ର ହିଁ କୃଷିକ୍ଷେତ୍ରରେ ଗମ୍ଭୀର ସଂକଟ ପ୍ରତିଫଳିତ କରୁଛି ।

ସଂଯୁକ୍ତ କିଷାନ ମୋର୍ଚ୍ଚା ଖାଲି କେନ୍ଦ୍ର ସରକାରଙ୍କୁ ନୁହେଁ ରାଜ୍ୟ ସରକାରଙ୍କୁ ମଧ୍ୟ ସମାଲୋଚନା କରିଛି । ଆଦାନୀ, ବେଦାନ୍ତ, ଟାଟା, ମିତ୍ତଲ ଏବଂ ଜିନ୍ଦଲ ଭଳି ବୃହତ କମ୍ପାନୀମାନଙ୍କୁ ଚାଷଜମି, ଜଙ୍ଗଲ ଜମି ଏବଂ ଖଣିଜ ସଂପଦ ଲୁଣ୍ଠନ ପାଇର୍ ନିଳନକ୍ସା ପ୍ରସ୍ତୁତ କରାଯାଉଛି । ଏନେଇ ଓଡ଼ିଶା ସରକାରଙ୍କ ନୀତି ବିରୋଧରେ ଆନେ୍ଦାଳନ ଚାଲିଛି କହି ଟାର୍ଗେଟ କରାଯାଇଛି । କୃଷକଙ୍କୁ ବିହନ, ସାର, ଔଷଧ, ଜଳ କର ଇତ୍ୟାଦିରେ ଇନପୁଟ ସବସିଡି ପରିମାଣ ବୃଦ୍ଧି କରାଯାଉ । ସମସ୍ତ ଋଣଗ୍ରସ୍ତ ଚାଷୀ ଓ ଭାଗଚାଷୀଙ୍କୁ ଋଣମୁକ୍ତ କରିବା ପାଇଁ ଦାବି କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଏହାସହ ଜନବିରୋଧୀ ବିଦୁ୍ୟତ ସଂଶୋଧନ ବିଲ-୨୦୨୨କୁ ପ୍ରତ୍ୟାହାର କରାଯାଉ ବୋଲି ଦାବି କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଏନେଇ ଭୁବନେଶ୍ୱର ଜୟଦେବ ଭବନଠାରେ ହୋଇଥିବା ପ୍ରେମସିଟଠରେ ଉଭୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ !