Masthead

ଅଭିନବ ଉପାୟରେ ଚୋରି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁକ ବଧିରର ଅଭିନୟ କରୁଥିଲେ । ଶାଢ଼ୀ ବେପାରୀ କହି ଚୋରି କରୁଥିଲେ। ରାଜଧାନୀରେ ଏପରି ଏକ ଗ୍ରୁପକୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାଡ ଓ ସହିଦ ନଗର ଥାନା ପୋଲିସ । ଶାଢ଼ୀ ବିକିବା ଆଳରେ ସୁଯୋଗ ମିଳିଲେ ଏମାନେ ମୋବାଇଲ ଓ ଲାପଟପ ଲୁଟି ନିଅନ୍ତି । ୩୦ରୁ ଅଧିକ ମୋବାଇଲ ଫୋନ ଏବଂ ୩ ଲାପଟପ ସହ ଗୋଟିଏ ଟ୍ୟାବ ଜବତ କରାଯାଇଛି ।

ଏମାନେ ଭୁବନେଶ୍ୱରର ଉପକଣ୍ଠରେ ଘର ଭଡ଼ା ନେଇ ରହିବା ସହ ସକାଳ ସମୟରେ ଅଧିକ ଚୋରି କରୁଥିଲେ । ଏ ମାନଙ୍କ ଠାରୁ କିଛି ଶାଢ଼ୀ ମଧ୍ୟ ଜବତ କରାଯାଇଛି । ତେବେ ଚୋରି କରୁଥିବା ମୋବାଇଲ ଏବଂ ଲାପଟପକୁ ରାଜ୍ୟ ବାହାରେ ବିକ୍ରି କରୁଥିଲେ। ବିଶେଷ କରି ତାମିଲନାଡୁ ଅଞ୍ଚଳରେ ଅଧିକରୁ ଅଧିକ ଜିନିଷ ବିକ୍ରି କରୁଥିବା ଜଣା ପଡ଼ିଛି। ଏକ ସ୍ୱତନ୍ତ୍ର ଟିମ ତାମିଲନାଡୁ ଯାଇ ତଦନ୍ତ କରିବ ବୋଲି ସୂଚନା ଦେଇଛନ୍ତି ଡ଼ିସିପି ଉମାଶାଙ୍କର ଦାସ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’