Masthead

କୋଟିଆରେ ଓଡ଼ିଶା ଉଡ଼ାଇବ ତ୍ରୀରଙ୍ଗା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):କୋଟିଆରେ ଓଡ଼ିଶା ପାଳିବ ସ୍ୱାଧୀନତା ଦିବସ । କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ କୋଟିଆ ଗ୍ରାମପୁଞ୍ଜରେ ଓଡ଼ିଶା ପାଳିବ ୭୫ତମ ସ୍ୱାଧୀନତା ଦିବସ । ଆନ୍ଧ୍ର-ଓଡ଼ିଶା ସୀମାକୁ ଲାଗି ରହିଥିବା କୋଟିଆର ବିକାଶ ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । କିଛି ପ୍ରକଳ୍ପ କାର୍ଯ୍ୟ ଅଧାଅଧି ସରିଲାଣି । ବକେୟା କାର୍ଯ୍ୟ ତୁରନ୍ତ ଶେଷ କରିବାପାଇଁ ପ୍ରଶାସକ୍ର ଅଧିକାରୀ ମାନେ ତତ୍ପର ହୋଇ ଉଠିଛନ୍ତି ।

ଯଦି ସବୁ ଠିକ ଠାକ ଚାଲେ ଆନ୍ଧ୍ର କୋଟିଆକୁ ଆଉ ଅକ୍ତିଆର କରିପାରିବ ନାହିଁ । କୋଟିଆର ଲୋକମାନେ ମଧ୍ୟ ଆନ୍ଧ୍ରର ପ୍ରଭାବରେ ପ୍ରଲୋଭିତ ହେବେନାହିଁ । ଆନ୍ଧ୍ରକୁ ସମର୍ଥନ ଜଣାଇବେ ନାହିଁ । କୋଟିଆରେ ଥିବା ଆନ୍ଧ୍ରର ଜଣେ ଏଜେଣ୍ଟ ଏଭଳି ଢଙ୍ଗରେ ପାର୍ବତୀପୁରମ ପ୍ରଶାସନକୁ ଚିଠି ଲେଖିଛନ୍ତି ।

କୋଟିଆରେ ଓଡ଼ିଶାର ପଦକ୍ଷେପକୁ ନେଇ ଆନ୍ଧ୍ର ଛାନିଆ ହୋଇଯାଇଛି । କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦର ଗାଁକୁ ଆନ୍ଧ୍ର ଗଞ୍ଜେଇଭଦ୍ରା ବୋଲି ନାମିତ କରିଛି । ଏହାକୁ ପଞ୍ଚାୟତର ମାନ୍ୟତା ମଧ୍ୟ ଦେଇଛି । ପୂର୍ବତନ ସରପଞ୍ଚ ଗେମେଲ ଦିବାକରଙ୍କୁ ଆନ୍ଧ୍ର ଏଜେଣ୍ଟ ଭାବେ ନିଯୁକ୍ତି ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ