Masthead

କୋଟିଆରେ ଓଡ଼ିଶା ଉଡ଼ାଇବ ତ୍ରୀରଙ୍ଗା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):କୋଟିଆରେ ଓଡ଼ିଶା ପାଳିବ ସ୍ୱାଧୀନତା ଦିବସ । କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ କୋଟିଆ ଗ୍ରାମପୁଞ୍ଜରେ ଓଡ଼ିଶା ପାଳିବ ୭୫ତମ ସ୍ୱାଧୀନତା ଦିବସ । ଆନ୍ଧ୍ର-ଓଡ଼ିଶା ସୀମାକୁ ଲାଗି ରହିଥିବା କୋଟିଆର ବିକାଶ ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । କିଛି ପ୍ରକଳ୍ପ କାର୍ଯ୍ୟ ଅଧାଅଧି ସରିଲାଣି । ବକେୟା କାର୍ଯ୍ୟ ତୁରନ୍ତ ଶେଷ କରିବାପାଇଁ ପ୍ରଶାସକ୍ର ଅଧିକାରୀ ମାନେ ତତ୍ପର ହୋଇ ଉଠିଛନ୍ତି ।

ଯଦି ସବୁ ଠିକ ଠାକ ଚାଲେ ଆନ୍ଧ୍ର କୋଟିଆକୁ ଆଉ ଅକ୍ତିଆର କରିପାରିବ ନାହିଁ । କୋଟିଆର ଲୋକମାନେ ମଧ୍ୟ ଆନ୍ଧ୍ରର ପ୍ରଭାବରେ ପ୍ରଲୋଭିତ ହେବେନାହିଁ । ଆନ୍ଧ୍ରକୁ ସମର୍ଥନ ଜଣାଇବେ ନାହିଁ । କୋଟିଆରେ ଥିବା ଆନ୍ଧ୍ରର ଜଣେ ଏଜେଣ୍ଟ ଏଭଳି ଢଙ୍ଗରେ ପାର୍ବତୀପୁରମ ପ୍ରଶାସନକୁ ଚିଠି ଲେଖିଛନ୍ତି ।

କୋଟିଆରେ ଓଡ଼ିଶାର ପଦକ୍ଷେପକୁ ନେଇ ଆନ୍ଧ୍ର ଛାନିଆ ହୋଇଯାଇଛି । କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦର ଗାଁକୁ ଆନ୍ଧ୍ର ଗଞ୍ଜେଇଭଦ୍ରା ବୋଲି ନାମିତ କରିଛି । ଏହାକୁ ପଞ୍ଚାୟତର ମାନ୍ୟତା ମଧ୍ୟ ଦେଇଛି । ପୂର୍ବତନ ସରପଞ୍ଚ ଗେମେଲ ଦିବାକରଙ୍କୁ ଆନ୍ଧ୍ର ଏଜେଣ୍ଟ ଭାବେ ନିଯୁକ୍ତି ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା