Masthead

‘ମେରା ଘର୍ ଆପକା ଘର୍’, ରାହୁଲଙ୍କ ସମର୍ଥକଙ୍କ ନିଆରା ପ୍ରତିବାଦ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମେରା ଘର୍ ଆପକା ଘର୍ । ରାହୁଲ ଗାନ୍ଧିଙ୍କ ପାଇଁ ସମର୍ଥକଙ୍କ ନିଆରା ପ୍ରତିବାଦ । କୁନି କୁନି ପିଲାମାନେ ମଧ୍ୟ ଆଗେଇ ଆସିଛନ୍ତି ରାହୁଲ ଗାନ୍ଧିଙ୍କୁ ଘର ଯୋଗାଇ ଦେବା ପାଇଁ । ସାଂସଦ ପଦ ଯିବା ପରେ ସରକାରୀ ବାସଭବନ ଖାଲି କରିବାକୁ ରାହୁଲଙ୍କୁ ନୋଟିସ ହୋଇଛି । ଏହାପରେ କଂଗ୍ରେସ ଦଳ ପକ୍ଷରୁ ଆରମ୍ଭ କରାଯାଇଛି ‘ମେରା ଘର୍ ଆପକା ଘର୍’ ଅଭିଯାନ। ଦଳ ପକ୍ଷରୁ ଟ୍ୱିଟରରେ ରାହୁଲ ଗାନ୍ଧୀଙ୍କର ଏକ ଫଟୋ ପୋଷ୍ଟ କରି ସେଥିରେ ଲେଖାଯାଇଛି ‘ମେରା ଘର୍ ଆପକା ଘର’।

ଏପ୍ରିଲ ୨୨ ସୁଦ୍ଧା ସରକାରୀ ବଙ୍ଗଳା ଛାଡ଼ିବାକୁ ରାହୁଲଙ୍କୁ ନୋଟିସ ଦିଆଯାଇଥିଲା। ରାହୁଲ ମଧ୍ୟ ନୋଟିସକୁ ସମ୍ମାନ ଜଣାଇ ଏହି ବଙ୍ଗଳାରେ ତାଙ୍କର ବହୁ ସ୍ମୃତି ଜଡ଼ିତ ଥିଲେ ମଧ୍ୟ ତାହା ଛାଡ଼ିବେ ବୋଲି କହିଥିଲେ। ଅନେକ କଂଗ୍ରେସ ନେତା ରାହୁଲଙ୍କୁ ତାଙ୍କ ଘର ଅଫର କରିଛନ୍ତି। ଉତ୍ତରପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ଅଜୟ ରାୟ ଲହୁରାବିର ଅଞ୍ଚଳରେ ଥିବା ତାଙ୍କ ଘର ଆଗରେ ଏକ ବୋର୍ଡ ମାରିଛନ୍ତି ଯେଉଁଥିରେ ଲେଖା ହୋଇଛି ‘ମେରା ଘର ଶ୍ରୀ ରାହୁଲ ଗାନ୍ଧି କା ଘର’। କେତେକ କୁନି କୁନି ପିଲା ମଧ୍ୟ ‘ମେରା ଘର୍ ଆପକା ଘର୍’ ପୋଷ୍ଟର ଧରି ଫଟୋ ପୋଷ୍ଟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ