ଓଡ଼ିଶାରେ ମୃତ୍ୟୁ ପଞ୍ଜୀକରଣ ହାର ୧୧.୭

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ କୌଣସି ବ୍ୟକ୍ତଙ୍କ ମୃତ୍ୟୁର ଡାକ୍ତରୀ ପ୍ରମାଣପତ୍ର ବା ଏମସିସିଡି ହାର ୧୧.୭ ପ୍ରତିଶତ । ଦେଶରେ ଗୋଆରେ ଶତପ୍ରତିଶତ ଏମସିସିଡି ହେଉଥିବା ବେଳେ ମଣିପୁରରେ ୯୫, ଦିଲ୍ଲୀରେ ୬, ତାମିଲନାଡ଼ୁ ଓ ସିକ୍କିମରେ ୪୩, ମହାରାଷ୍ଟ୍ରରେ ୩୯ ଏବଂ କର୍ଣ୍ଣାଟକରେ ୩୦ ପ୍ରତିଶତ ରହିଛି ।

ଓଡ଼ିଶାରେ ବାର୍ଷିକ ଯେତିକି ଲୋକଙ୍କ ମୃତ୍ୟୁ ହେଉଛି ସେ ସମ୍ପର୍କୀତ ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ରହୁନାହିଁ । କେଉଁ ରୋଗରେ କେତେ ଲୋକ ପ୍ରାଣ ହରାଉଛନ୍ତି ରେକର୍ଡ଼ ହୋଇପାରୁନାହିଁ । ଏମସିସିଡି ହାର ବୃଦ୍ଧି ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏବେ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି । ରାଜ୍ୟରେ ବେସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ରୋଗୀର ମୃତ୍ୟୁ ହେଲେ ଏମସିସିଡି ହୋଇପାରୁଛି ।

କିନ୍ତୁ ଘରୋଇ ଡାକ୍ତରଖାନା କର୍ତ୍ତୁପକ୍ଷ ବିଳମ୍ବ କରୁଛନ୍ତି । ଘରେ ପ୍ରାଣ ହରାଉଥିବା ଲୋକଙ୍କର ଏମସିସିଡି ଆଦୌ ହେଉନାହିଁ କହିଲେ ଚଳେ । ଏମସିସିଡି ବୃଦ୍ଧି ପାଇଁ ସବୁ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ଏନଆଇସି ପକ୍ଷରୁ ସ୍ୱତନ୍ତ୍ର ସଫ୍ଟୱେର ପ୍ରସ୍ତୁତ କରାଯାଇ ତଥ୍ୟ ସଂଗ୍ରହ କରାଯିବ । ତଥ୍ୟ ସଂଗ୍ରହ ଯଟିଳ ପ୍ରକ୍ରିୟା ହୋଇଥିବାରୁ ତାଲିମର ଆବଶ୍ୟକତା ରହିଛି । ଏଥିପାଇଁ ୟୁନିସେଫ ଆର୍ଥିକ ସହାୟତା ଯୋଗାଇଦେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ