Masthead

ଓଡ଼ିଶାରେ ମୃତ୍ୟୁ ପଞ୍ଜୀକରଣ ହାର ୧୧.୭

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ କୌଣସି ବ୍ୟକ୍ତଙ୍କ ମୃତ୍ୟୁର ଡାକ୍ତରୀ ପ୍ରମାଣପତ୍ର ବା ଏମସିସିଡି ହାର ୧୧.୭ ପ୍ରତିଶତ । ଦେଶରେ ଗୋଆରେ ଶତପ୍ରତିଶତ ଏମସିସିଡି ହେଉଥିବା ବେଳେ ମଣିପୁରରେ ୯୫, ଦିଲ୍ଲୀରେ ୬, ତାମିଲନାଡ଼ୁ ଓ ସିକ୍କିମରେ ୪୩, ମହାରାଷ୍ଟ୍ରରେ ୩୯ ଏବଂ କର୍ଣ୍ଣାଟକରେ ୩୦ ପ୍ରତିଶତ ରହିଛି ।

ଓଡ଼ିଶାରେ ବାର୍ଷିକ ଯେତିକି ଲୋକଙ୍କ ମୃତ୍ୟୁ ହେଉଛି ସେ ସମ୍ପର୍କୀତ ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ରହୁନାହିଁ । କେଉଁ ରୋଗରେ କେତେ ଲୋକ ପ୍ରାଣ ହରାଉଛନ୍ତି ରେକର୍ଡ଼ ହୋଇପାରୁନାହିଁ । ଏମସିସିଡି ହାର ବୃଦ୍ଧି ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏବେ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି । ରାଜ୍ୟରେ ବେସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ରୋଗୀର ମୃତ୍ୟୁ ହେଲେ ଏମସିସିଡି ହୋଇପାରୁଛି ।

କିନ୍ତୁ ଘରୋଇ ଡାକ୍ତରଖାନା କର୍ତ୍ତୁପକ୍ଷ ବିଳମ୍ବ କରୁଛନ୍ତି । ଘରେ ପ୍ରାଣ ହରାଉଥିବା ଲୋକଙ୍କର ଏମସିସିଡି ଆଦୌ ହେଉନାହିଁ କହିଲେ ଚଳେ । ଏମସିସିଡି ବୃଦ୍ଧି ପାଇଁ ସବୁ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ଏନଆଇସି ପକ୍ଷରୁ ସ୍ୱତନ୍ତ୍ର ସଫ୍ଟୱେର ପ୍ରସ୍ତୁତ କରାଯାଇ ତଥ୍ୟ ସଂଗ୍ରହ କରାଯିବ । ତଥ୍ୟ ସଂଗ୍ରହ ଯଟିଳ ପ୍ରକ୍ରିୟା ହୋଇଥିବାରୁ ତାଲିମର ଆବଶ୍ୟକତା ରହିଛି । ଏଥିପାଇଁ ୟୁନିସେଫ ଆର୍ଥିକ ସହାୟତା ଯୋଗାଇଦେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି