Before Header

ପଚରାଉଚରା ପାଇଁ ପହଞ୍ଚିଲେ ଆଶିଷ ମିଶ୍ରା

0 15

ଲକ୍ଷ୍ନୌ(ବଡ଼ ଖବର ବ୍ୟୁରୋ): ଉତ୍ତରପ୍ରଦେଶରେ ଘମାସାନ ରାଜନୀତି । କୃଷକଙ୍କ ଉପରେ ଗାଡ଼ି ଚଢ଼ାଇଥିବା ଅଭିଯୋଗରେ ଆଶିଷ ମିଶ୍ରା ଆଜି ଲଖିମପୁର ପୋଲିସ ଲାଇନସ୍ଥିତ କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚିଛନ୍ତି । ଆଜି ପୂର୍ବାହ୍ନ ୧୧ଟା ସୁଦ୍ଧା ଉତ୍ତରପ୍ରଦେଶ ପୋଲିସ ଆଗରେ ହାଜର ହେବାକୁ ତାଙ୍କୁ କୁହାଯାଇଥିଲା ।

ଜିଲ୍ଲାରେ ଘଟିଥିବା ହିଂସାକାଣ୍ଡକୁ ନେଇ ତାଙ୍କୁ ପଚରାଉଚରା କରାଯାଉଛି । ସେଥିପାଇଁ ତାଙ୍କୁ କାଲି ସମନ ମଧ୍ୟ କରାଯାଇଥିଲା । କିନ୍ତୁ ଗତକାଲି ତାଙ୍କର କୌଣସି ଦେଖା ମିଳିନଥିଲା । ଆଉ ଆଜି ସେ କହିଛନ୍ତି ଯେ, ନୋଟିସ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ତଦନ୍ତରେ ସହଯୋଗ କରିବେ ।

Leave A Reply

Your email address will not be published.